ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ‘ଓମଫେଡ୍’, ଜାଣନ୍ତୁ କେତେ ଦାମ ?

ଶ୍ରୀମନ୍ଦିରରେ ଦୈନିକ ୩ ରୁ ୪ ଲିଟର ଘିଅ ଯୋଗାଇବ ‘ଓମଫେଡ’ । ବଜାର ଦର ନୁହେଁ, ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ରିହାତି ଦର ନିର୍ଦ୍ଧାରିତ କଲା ପଶୁ ସମ୍ପଦ ବିଭାଗ ।

ଶ୍ରୀମନ୍ଦିରକୁ ଘିଅ ଯୋଗାଇବ ‘ଓମଫେଡ୍’, ଲିଟର ପିଛା 533 ଟଙ୍କା
ଶ୍ରୀମନ୍ଦିରକୁ ଘିଅ ଯୋଗାଇବ ‘ଓମଫେଡ୍’, ଲିଟର ପିଛା 533 ଟଙ୍କା (ETV Bharat Odisha)

By ETV Bharat Odisha Team

Published : 6 hours ago

ପୁରୀ: ଶ୍ରୀମନ୍ଦିରେ ଶ୍ରୀଜିଉଙ୍କ ଦୈନିନ୍ଦିନ ନୀତିକାନ୍ତି ଓ ଅନ୍ୟ କାର୍ଯ୍ୟକ୍ରମରେ ବ୍ୟବହୃତ ହେବ କେବଳ ‘ଓମଫେଡ’ ପ୍ରସ୍ତୁତ ଘିଅ । ‘ଓମଫେଡ’ ଦୈନିକ ପ୍ରାୟ 10 ଟନ୍‌ ଘିଅ ଉତ୍ପାଦନ ହେଉଛି । ଶ୍ରୀମନ୍ଦିରରେ ଦୈନିକ କାର୍ଯ୍ୟ ପାଇଁ ୩ରୁ ୪ ଟନ୍ ଘିଅ ଆବଶ୍ୟକତା ରହୁଛି । ଶ୍ରୀମନ୍ଦିରକୁ ‘ଓମଫେଡ’ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଗତକାଲି ଲୋକସେବା ଭବନରେ ଏହାକୁ ନେଇ ଏକ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ଏବଂ ପଶୁସମ୍ପଦ ମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସମସ୍ତ ଆବଶ୍ୟକତା ପାଇଁ ‘ଓମଫେଡ’ ପ୍ରସ୍ତୁତ ଘିଅ ବ୍ୟବହାର ହେବ ଓ ସେଥିପାଇଁ ଆବଶ୍ୟକତା ଅନୁସାରେ ସଂସ୍ଥା ନିର୍ଦ୍ଦିଷ୍ଟ ଦରରେ ଘିଅ ଯୋଗାଇବ ବୋଲି ନିଷ୍ପତ୍ତି ହୋଇଛି ।

  • ବଜାର ଦରଠୁ କମରେ ଯୋଗାଇବ ‘ଓମଫେଡ’

‘ଓମଫେଡ୍’ ପ୍ରସ୍ତୁତ ଘିଅର ବଜାର ଦର ୭୨୦ ଟଙ୍କା ପ୍ରତି ଲିଟର ରହିଛି । ଶ୍ରୀ ଜଗନ୍ନାଥଙ୍କ ନୀତିକନ୍ତି ପାଇଁ ୧ ଲିଟର ପିଚ୍ଛା ୫୪୩ ଟଙ୍କାରେ ଘିଅ ଯୋଗାଇବ କମ୍ପାନୀ । ଯଦି ୧୫ ଲିଟର ବିଶିଷ୍ଟ ଟିଣ ଦିଆଯିବ, ସେକ୍ଷେତ୍ରରେ ଏହାର ଲିଟର ପିଛା ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇ ୫୩୩ ଟଙ୍କା କରାଯିବାକୁ ନିଷ୍ପତ୍ତି ହୋଇଛି । ଶୁଦ୍ଧ ‘ଓମଫେଡ’ ଘିଅ ଶ୍ରୀମନ୍ଦିରରେ ଲାଗିବ । ରାଜ୍ୟର ଅନ୍ୟ ମନ୍ଦିରଗୁଡିକ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମାନ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ସବୁ ମନ୍ଦିରରେ ନୀତିକାନ୍ତି ପାଇଁ ଉଚ୍ଚଗୁଣବତ୍ତା ସମ୍ପନ୍ନ ଶୁଦ୍ଧ ‘ଓମଫେଡ’ ଘିଅ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବ ।

ଶ୍ରୀମନ୍ଦିରକୁ ଘିଅ ଯୋଗାଇବ ‘ଓମଫେଡ୍’, ଲିଟର ପିଛା 533 ଟଙ୍କା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ;- ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja


ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ‘ଓମଫେଡ’ ପକ୍ଷରୁ ଘିଅ ଯୋଗାଇଦେବା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି ବୋଲି ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ । ରିହାତି ଦରରେ ଘିଅ ଯୋଗାଇ ଦିଆଯିବ । ରିହାତି ଖର୍ଚ୍ଚ ରାଜ୍ୟ ସରକାର କିମ୍ବା ପଶୁସମ୍ପଦ ବିଭାଗ ବହନ କରିବା ନେଇ ଆଲୋଚନା ହୋଇଛି । କେତେ ପ୍ରତିଶତ ରିହାତି ହେବ ସେନେଇ ବିଭାଗୀୟ ଆଲୋଚନା ହେବ ତାପରେ ନିଷ୍ପତ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏଭଳି ଶ୍ରୀମନ୍ଦିର ପ୍ରଶାସନ ଚିଠି ପାଇଛୁ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।

ଶ୍ରୀମନ୍ଦିର ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ କଡା ବିରୋଧ, ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ - Opposed To Mahaprasad Quality Check

ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ଲୁହା କଡ଼େଇରେ ମହାପ୍ରସାଦ ରନ୍ଧାଯିବା ଘଟଣା, ମହାପ୍ରଭୁଙ୍କ ସେବାରୁ 3 ସୁପକାର ନିଲମ୍ବିତ - MAHAPRASAD PREPARATION IN IRON PANS

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details