ଓଡିଶା

odisha

ETV Bharat / state

ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଏକ ନମ୍ବର, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର, ମିଳିବ ଜାତୀୟ ଜଳ ପୁରସ୍କାର

ଜଳ ସଂରକ୍ଷଣକୁ ନେଇ ସମସ୍ତ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା । ଜାତୀୟ ଜଳ ପୁରସ୍କାର ତାଲିକାରେ ଏକ ନମ୍ବର ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗୀର ।

NATIONAL WATER AWARD
NATIONAL WATER AWARD (ETV BHARAT ODISHA)

By ETV Bharat Odisha Team

Published : Oct 15, 2024, 9:35 AM IST

Updated : Oct 15, 2024, 10:03 AM IST

ଭୁବନେଶ୍ବର: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ପୁରସ୍କାର । 4ଟି ବର୍ଗରେ ଏକ ନମ୍ବରରେ ରହିଛି ଓଡ଼ିଶା । ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଥିବାରୁ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ସେହିପରି ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗୀର, ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ପୁରୀ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ମୋନୋନିତ କରାଯାଇଛି ।

  • ଶୀର୍ଷରେ ଓଡିଶାରେ, ଦ୍ବିତୀୟରେ ଉତ୍ତର ପ୍ରଦେଶ

ଗତକାଲି (ସୋମବାର) କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନଠାରେ ଜାତୀୟ ଜଳ ଶକ୍ତି ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଥିଲେ । ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ, ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ବିଜେତା ରାଜ୍ୟକୁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଜଳସମ୍ପଦ ସଂରକ୍ଷଣ ଓ ସୁପରିଚାଳନାରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା ଗଞ୍ଜାମ

ଏହା ମଧ୍ୟ ପଢନ୍ତୁ-ଜାତୀୟ ପୁରସ୍କାର ପାଇବା ପରେ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଳସମ୍ପଦ ବିଭାଗର ଅଧିକାର

  • ଜଳ ପରିଚାଳନାରେ ଓଡିଶାର ନୀତି ଶ୍ରେଷ୍ଠ

ଜଳ ଶକ୍ତି ମନ୍ତ୍ରାଳୟ ଜାତୀୟ ସମ୍ପତି ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ପାଇଁ ନିୟମାବଳୀ ପ୍ରତିଷ୍ଠା ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଦାୟିତ୍ବ କେନ୍ଦ୍ର ଜଳ ଶକ୍ତି ବିଭାଗ ଉପରେ ନ୍ୟସ୍ତ। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜଳର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ପଦ୍ଧତି ଗ୍ରହଣ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର ।

  • 38 ବିଜେତାଙ୍କ ନାମ ଘୋଷଣା

2023 ଜାତୀୟ ଜଳ ପୁରସ୍କାର ପାଇଁ 38 ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଜାତୀୟ ଜଳ ପୁରସ୍କାର ସରକାରଙ୍କ ଜଳ ସମୃଦ୍ଧି ସ୍ୱପ୍ନକୁ ସାକାର କରିବା ପାଇଁ ସମଗ୍ର ଦେଶର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ଚେଷ୍ଟା ଜାରି ରଖିଛନ୍ତି। ଜଳ ଶକ୍ତି ବିଭାଗରେ ଥିବା ନଦୀ ଉନ୍ନୟନ, ଜଳ ସମ୍ପଦ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଜଳ ସଂରକ୍ଷଣକୁ ନେଇ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଗ୍ରାମପଞ୍ଚାୟତ,ଟପ ଅର୍ବାନ ଲୋକାଲ ବଡି, ଟପ ୟୁନିଭରସିଟି, କଲେଜ ଭଳି ପ୍ରାୟ 9 ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରାଜ୍ୟରେ ଜଳସମ୍ପଦର ନିରନ୍ତର ବିକାଶ ଓ ପରିଚାଳନା କ୍ଷେତ୍ରରେ ଜଳସମ୍ପଦ ବିଭାଗ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ପାଇଁ 53 ହଜାର ପ୍ରକଳ୍ପ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2024, 10:03 AM IST

ABOUT THE AUTHOR

...view details