ଭୁବନେଶ୍ବର:ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ମୌସୁମୀ ଦୁର୍ବଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ କାଁଭାଁ ସ୍ଥାନରେ ୨ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପୁଣି ୧୩ ତାରିଖ ପରଠାରୁ ବର୍ଷାର ବିସ୍ତୃତି ବଢିବ । ତେବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ବେଳକୁ ଗୋଟିଏ ଟ୍ରପ୍ ଲାଇନ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ ଗରମ ଅନୁଭୂତ ହେଉଥିବାବେଳେ ପୁଣିଥରେ ଆଶ୍ବସ୍ତି ଆଣି ଦେବ ବର୍ଷା ।
ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ତାପମାତ୍ରା ଯଦିଓ ୪୦ଡିିଗ୍ରୀ ତଳେ ରହୁଛି ହେଲେ ଆର୍ଦ୍ରତା ୮୦ ରୁ ୯୦ ପ୍ରତିଶତ ରହୁଛି । ରାଜ୍ୟର ଅନେକ ସ୍ଥାନରେ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା କହିଛି ପାଣିପାଗ ବିଭାଗ। ୨ରୁ ୩ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ବିଭାଗ ସୂଚନା ଦେଇଛି ।