ଭୁବନେଶ୍ୱର: ତାତିରୁ ନାହିଁ ନିସ୍ତାର ।ଆସନ୍ତା ୨୪ ଘଣ୍ଟା ପରେ ବଢ଼ିବ ତାପମାତ୍ରା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା ୫ ଦିନ ପାଇଁ କୌଣସି ଚେତାବନୀ ଜାରୀ ହୋଇ ନାହିଁ ।
କୁହୁଡି ନେଇ ୟେଲୋ ଆଲର୍ଟ:
୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ନେଇ ଗଞ୍ଜାମ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
୧୯ରୁ ବର୍ଷା ସମ୍ଭାବନା:
ଅନ୍ୟପଟେ ଆସନ୍ତା ୧୯ ଓ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଓ ଭଦ୍ରକର କିଛି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଏହାମଧ୍ୟ ପଢନ୍ତୁ... |