ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓ ପରେ ରାତିରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ ବଢିବ । ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ଘନ କୁହୁଡି ଜାରି ରହିବ । ରାଜ୍ୟରେ 48 ଘଣ୍ଟା ଘନ କୁହୁଡିର ସତର୍କତା ଜାରି କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ଆଜି ଘନ କୁହୁଡି ପାଇଁ 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ 6 ଜିଲ୍ଲାକୁ ଘନ କୁହୁଡି ହେବା ନେଇ ସତର୍କ କରାଯାଇଛି ।
ଏହି ଜିଲ୍ଲାରେ ଘନ କୁହୁଡ଼ି:
ଆସନ୍ତା 48 ଘଣ୍ଟା ଯାଏଁ ଘନ କୁହୁଡ଼ି ସମ୍ଭାବନା ରହିଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଘନ କୁହୁଡ଼ି ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା 24 ଘଣ୍ଟାରେ ଖୋର୍ଦ୍ଧା, ଅନୁଗୋଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୁର,କେନ୍ଦ୍ରାପଡ଼ା ଭଦ୍ରକ , ଯାଜପୁର, କେନ୍ଦୁଝର ଓ ମାଲକାନଗିରିରେ ହାଲୁକରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଅଧିକ ଘନ କୁହୁଡ଼ି ପାଇଁ ସୁନ୍ଦରଗଡ଼, ଢେଙ୍କାନାଳ, କାଳାହାଣ୍ଡି , କନ୍ଧମାଳ,କୋରାପୁଟ ଓ କଟକକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଖୋର୍ଦ୍ଧା, ଅନୁଗୋଳ, ଗଜପତି ଓ ରାୟଗଡାରେ ହାଲୁକରୁ ମଧ୍ୟମ କୁହୁଡି ଦୃଶ୍ୟମାନ ସହ ଢେଙ୍କାନାଳ, କଟକ,ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଅଧିକ ଘନ କୁହୁଡ଼ି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା:
ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ବେଳେ ଶୀତ ଜାରି ରହିବ । ଏହା ସହ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା । 4 ଦିନ ପରେ 2ରୁ 4 ଡିଗ୍ରୀ ରାତି ତାପମାତ୍ରା ବଢିବ ସହ ଶୀତର ପ୍ରକୋପ ସାମାନ୍ୟ କମିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ 8, 9 ଓ 10 ତାରିଖରେ 18ତମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ହେବାକୁ ଥିବା ବେଳେ ଏହି ତିନିଦିନ ପାଗ ଶୁଖିଲା ରହିବ ।