ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକ ରହିଛି ଶୀତ । ଆଗାମୀ ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୫ ଦିନ ପରେ ପୁଣି ତାପମାତ୍ରା ହ୍ରାସ ହେବା ସହ ଶୀତ ବଢ଼ିପାରେ । ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ରାତିରେ ଶୀତ ଅଧିକ ଅନୂଭୁତ ହେଉଛି । ସେପଟେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରୁଛି । ରାଜ୍ୟରେ ୩ ଦିନ ଯାଏଁ ଘନ କୁହୁଡ଼ିକୁ ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ।
ଘନ କୁହୁଡ଼ି ୱାର୍ଣ୍ଣିଂ:
ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଯଦିଓ ବର୍ତ୍ତମାନ ଶୀତ ସ୍ବାଭାବିକ ରହିଛି ମାତ୍ର ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ରାତିରେ ଶୀତ ସାମାନ୍ୟ ଅଧିକ ଅନୁଭୂତେ ହେଉଛି । ସେହିପରି ଆଗାମୀ ୪ରୁ ୫ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୂମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଆଗମୀ ୩ ଦିନ ଯାଏଁ ଘନ କୁହୁଡି଼କୁ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ହେଉଛି କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ । ସେହିପରି ଆଗାମୀ ୩ ଦିନ ପାଇଁ ୯ ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କୋନ୍ଦୁଝର ଏବଂ ଝାରସୁଗୁଡ଼ା ।
ଏହା ମଧ୍ୟ ପଢ଼ନ୍ତୁ...୫ ଦିନ ପରେ ବଢିବ ଶୀତ, କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |