କଟକ:ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯାଜପୁର ସହକାରୀ ସିଟି ଓ ଜିଏସଟି କମିଶନର ବିନୟ ଭୂଷଣ ତ୍ରିପାଠୀ । ସ୍କ୍ରାପ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଘଟଣାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ବିନୟ ତ୍ରିପାଠୀ ଓ ତାଙ୍କ ଦୁଇ ସହଯୋଗୀ ଜ୍ୟୋତି ପଟ୍ଟନାୟକ, ମହମ୍ମଦ ଗୋଲାମ ସଦ । କାଲି ବିନୟଙ୍କ ବାସଭବନ ସମେତ ଏକାଧିକ ଠିକଣାରେ ଭିଜିଲାନ୍ସ ୟୁନିଟ ଚଢାଉ କରିଥିଲା ।
- ଭିଜିଲାନ୍ସ ଏସପିଙ୍କ ସୂଚନା:-
ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ କହିବାନୁଯାୟୀ, ମେ’ 7 ତାରିଖରେ ଜାତୀୟ ରାଜପଥରେ ଏକ ସ୍କ୍ରାପ ବୋଝେଇ ଗାଡିକୁ ଅଟକାଇଥିଲେ ବିନୟ ଭୂଷଣ । ଏହାପରେ ଗାଡି ଛାଡିବା ପାଇଁ 2.5 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଗାଡିରେ 8.89 ଲକ୍ଷ ଟଙ୍କାର 22 କେଜି ସ୍କ୍ରାପ ରହିଥିଲା । ଯାହା ଫଳରେ ମୋଟା ଅଙ୍କର ଟଙ୍କା ମାଗିଥିଲେ ବିନୟ ।ଏହାବ୍ୟତୀତ ଜିଏସ୍ଟି ନିୟମକୁ ଉଲ୍ଲଙ୍ଘନ କରି ଉଦ୍ଦେଶ୍ୟମୂଳକ ଭାବରେ ସମସ୍ତ ସ୍କ୍ରାପକୁ ଅନ୍ୟ ସ୍କ୍ରାପ୍ ଡିଲରଙ୍କୁ ବେଆଇନ ଭାବରେ ବିକ୍ରୟ କରୁଥିଲେ । 8 ଲକ୍ଷ ଟଙ୍କାର ସ୍କ୍ରାପକୁ 5 ଲକ୍ଷ ଟଙ୍କାର ବିକ୍ରି କରି ସମସ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରୁଥିଲେ ବିନୟ । ଏହାସହ ଯେଉଁ ଟଙ୍କା ସେ ଆଦାୟ କରୁଥିଲେ ତାକୁ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଜମା ହିସାବରେ ଜମା କରୁଥିଲେ ।’’
- ଗତକାଲି ଏକାଧିକ ଠିକଣାରେ ହୋଇଥିଲା ଚଢଉ