ଓଡିଶା

odisha

ETV Bharat / state

ୱାର୍ଲଡ ରେକର୍ଡ କଲେ ଛାତ୍ରଛାତ୍ରୀ, ୧ ଘଣ୍ଟାରେ ସର୍ବାଧିକ ଓଡ଼ିଆ ହସ୍ତଲିଖନ ଅନଲାଇନରେ ଅପଲୋଡ - students set world record

Odia Language Conference: ୧ ଘଣ୍ଟାରେ ସର୍ବାଧିକ ହସ୍ତଲିଖନ ଅନଲାଇନରେ ଅପଲୋଡ କରି ୱାର୍ଲଡ ରେକର୍ଡ଼ କଲେ ଛାତ୍ରଛାତ୍ରୀ । ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ପାଇଁ ଛାତ୍ରଛାତ୍ରୀ ଲେଖିଛନ୍ତି ‘ମୋ କଥା ମୋ କାହାଣୀ'। ଅଧିକ ପଢନ୍ତୁ

Odia Language Conference
Odia Language Conference

By ETV Bharat Odisha Team

Published : Feb 2, 2024, 10:02 PM IST

Odia Language Conference

ଭୁବନେଶ୍ବର: ସୃଷ୍ଟି ହେଲା ନୂଆ ଇତିହାସ । ୧ ଘଣ୍ଟାରେ ସର୍ବାଧିକ ହସ୍ତଲିଖନ ଅନଲାଇନରେ ଅପଲୋଡ କରି ୱାର୍ଲଡ ରେକର୍ଡ଼ କଲେ ଛାତ୍ରଛାତ୍ରୀ । ମାତ୍ର ଘଣ୍ଟାଏ ଭିତରେ ସର୍ବାଧିକ ହସ୍ତଲିଖିତ ପୁସ୍ତକର ଚିଠା ଅନଲାଇନରେ ଅପଲୋଡ କରାଯାଇଛି। ଯାହାକି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚନା କରିଛନ୍ତି ନୂଆ ଇତିହାସ। ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ପାଇଁ ଛାତ୍ରଛାତ୍ରୀ ଲେଖିଛନ୍ତି ‘ମୋ କଥା ମୋ କାହାଣୀ'।

ସୂଚନା ଅନୁସାରେ, ମାତ୍ର ୧ ଘଣ୍ଟା ମଧ୍ୟରେ ଫେସବୁକରେ 5 ହଜାର 408 ସଂଖ୍ୟାରେ ହସ୍ତଲିଖନ ନୋଟ୍ ପୂର୍ବରୁ ଅପଲୋଡ୍ କରାଯାଇଥିଲା। ଯାହାର ନାମ ରହିଥିଲା 'ନମାମି ଗଙ୍ଗେ'। ଏହା 1 ନଭେମ୍ବର 2021ରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଥିଲା। ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 'ମୋ ସ୍କୁଲ' ଉଦ୍ୟମରେ ଏହି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି।ସୂଚନା ଅନୁଯାୟୀ, ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ' ଅବସରରେ ବିଶ୍ବ ରେକର୍ଡ ସୃଷ୍ଟି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହି ବିଶ୍ବ ରେକର୍ଡ ସୃଷ୍ଟି ପାଇଁ ୧ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ହାତଲେଖା ନୋଟ୍ ଗୁଡ଼ିକର ଫଟୋ ଫେସବୁକରେ ହଜାର ହଜାର ସଂଖ୍ୟାରେ ଅପଲୋଡ଼ କରାଯାଇଥିଲା।

ଏହା ବି ପଢନ୍ତୁ...ସହରରେ ବୁଲୁଛି ଶିକ୍ଷା ରଥ, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ରାଜଧାନୀ ପ୍ରସ୍ତୁତ

ଏହା ବି ପଢନ୍ତୁ...ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କଲେ ପାଣ୍ଡିଆନ

ଏହା ବି ପଢନ୍ତୁ...ସମନ୍ୱୟ ରକ୍ଷା କରି ସଫଳ କର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ମୁଖ୍ୟ ଶାସନ ସଚିବ

ପ୍ରଥମ 'ବିଶ୍ବ ଓଡିଆ ଭାଷା ସମ୍ମିଳନୀ' ଫେବୃଆରୀ 3 ରୁ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ଆଗ୍ରହ ବଢାଇବା। ଏହାସହ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଉତ୍ସାହିତ କରିବା ଏବଂ ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ସେମାନଙ୍କ ନାମ ଲିପିବଦ୍ଧ କରିବା ପାଇଁ ଲକ୍ଷ ରହିଛି । ପ୍ରଥମ 'ବିଶ୍ୱ ଓଡିଆ ଭାଷା ସମ୍ମିଳନୀ' ଅବସରରେ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି । ଏଥିରେ ହାତ ଲେଖା ନୋଟରେ ଲେଖା ରହିଥିଲା 'ଧନ୍ୟବାଦ ମୋ ସ୍କୁଲ', ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ 'ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ' ବୋଲି ଲେଖି ପୋଷ୍ଟ କରିଥିଲେ ଛାତ୍ରଛାତ୍ରୀ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details