ଓଡିଶା

odisha

ETV Bharat / state

ବିଦ୍ୟୁତ କର୍ମଚାରୀଙ୍କ ଶୋଷଣ ଅଭିଯୋଗ, ଟାଟା ପାୱାର ସାଉଥ-କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ - ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ

Odisha State Electricity Employees Union: ବ୍ରହ୍ମପୁର ସହରରେ ରହିଥିବା ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ସାଉଥ-କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ । ଅଧିକ ପଢ଼ନ୍ତୁ

TPSODL
TPSODL

By ETV Bharat Odisha Team

Published : Feb 27, 2024, 10:19 AM IST

TPSODL

ବ୍ରହ୍ମପୁର:ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ଶୋଷଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ବ୍ରହ୍ମପୁର ସହରରେ ରହିଥିବା ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ସାଉଥ-କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଦକ୍ଷିଣାଞ୍ଚଳ ଶାଖା ତରଫରୁ ବିଭିନ୍ନ ଦାବି ନେଇ ଟି.ପି.ଏସ.ଓ.ଡି.ଏଲ (TPSODL) କାର୍ଯ୍ୟଳୟ ଘେରାଉ କରାଯାଇଛି ।

ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଶହ ଶହ ବିଦ୍ୟୁତ କର୍ମଚାରୀ ବ୍ରହ୍ମପୁର ସହରର ମେଡିକାଲ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଟାଟା କମ୍ପାନୀର ବିତରଣ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେମାନଙ୍କ ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି ଗୁଡ଼ିକ ହେଲା ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ଅସାଧୁ ଉପାୟରେ ଦିଆଯାଉଥିବା ନିଯୁକ୍ତିକୁ ବନ୍ଦ କରିବା । ସେହିପରି ଉଡାନରେ ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀଙ୍କୁ କୁଶଳୀ ହାରରେ ଦରମା ପ୍ରଦାନ କରିବା, ମିଟର ରିଡରମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଖାଲି ରହିଥିବା ପଦଵୀ ପୂରଣ କରିବା, କର୍ମଚାରୀଙ୍କୁ 12ରୁ 14 ଘଣ୍ଟା କାର୍ଯ୍ୟ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଇବା, ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ସିଙ୍ଗଲ ୟିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ମିଟର ଜାଲିୟାତି ନାମରେ ଉପଭୋକ୍ତାଙ୍କୁ ଶୋଷଣ ନ କରିବା, ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇବା ଏବଂ ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରିବା ।

ଏହା ମଧ୍ୟ ପଢ଼ନ୍ତୁ...ଟାଟା ପାୱାର ଓ ଦକ୍ଷତା ବିକାଶ ମଧ୍ୟରେ MOU, ଯୁବ ସଶକ୍ତିକରଣ କରିବାକୁ ଉଦ୍ୟମ

ଏହି ସବୁ ଦାବିକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି । ଏହି ଅବସରରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ପୀତବାସ ପଣ୍ଡା, ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଜିଲ୍ଲା ଯୁବ ଆଇ.ଏନ୍.ଟି.ୟୁ.ସି ର ସଭାପତି ଚିନ୍ମୟ କୁମାର ହୋତା, ସହ ସଂପାଦକ ସୂର୍ଯ୍ୟ ନାରାୟଣ ବିଷୋୟୀ, ଦିଲ୍ଲୀପ ସାହୁ, ସନ୍ଦୀପ ବେହେରା, ଦୁର୍ଗା ପ୍ରସାଦ ବେହେରା, କ୍ଷୀରୋଦ କୁମାର ସେଠୀଙ୍କ ସମେତ ବହୁ କର୍ମକର୍ତ୍ତା ପ୍ରମୁଖ ଏଥିରେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details