ଓଡିଶା

odisha

ETV Bharat / state

ଆସୁଛି ସିରିଜ ଘୁର୍ଣ୍ଣିବଳୟ, ୨୯ ଯାଏ ବର୍ଷାରୁ ନିସ୍ତାର ନାହିଁ - IMD ODISHA WEATHER FORECAST - IMD ODISHA WEATHER FORECAST

ODISHA WEATHER: ଆସନ୍ତାକାଲି ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୱେଲୋ ଆଲର୍ଟ ଜାରି । ଆଗାମୀ ୫ ଦିନଯାଏଁ ଲାଗି ରହିବ ବର୍ଷା । ଅଧିକ ପଢନ୍ତୁ

ODISHA METEOROLOGICAL DEPARTMENT FORECASTED HEAVY TO VERY HEAVY RAIN TO LASH ODISHA TILL JULY 29
ODISHA METEOROLOGICAL DEPARTMENT FORECASTED HEAVY TO VERY HEAVY RAIN TO LASH ODISHA TILL JULY 29 (ETV Bharat Odisha)

By ETV Bharat Odisha Team

Published : Jul 25, 2024, 9:35 PM IST

ଭୁବନେଶ୍ବର: ସକ୍ରିୟ ମୌସୁମୀ ଓ ଘୁର୍ଣ୍ଣିବଳୟ ବଳୟ ପ୍ରଭାବରେ ରାଜ୍ୟର ବର୍ଷା ଜାରି ରହିଥିବା ବେଳେ ଆଗାମୀ ୫ ଦିନଯାଏ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକ୍ରିୟ ମୌସୁମୀ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ODISHA METEOROLOGICAL DEPARTMENT FORECASTED HEAVY TO VERY HEAVY RAIN TO LASH ODISHA TILL JULY 29 (ETV Bharat Odisha)

ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ଝାରସୁଗୁଡାରେ ୭୦ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ପ୍ରବଳ ବର୍ଷା ନେଇ ୧୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

୨୭ ତାରିଖରେ ଉତ୍ତର ଓଡ଼ିଶା, ୨୮ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଅନେକ ସହରରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଏବେବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ସେହିପରି ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ସହ କିଛି ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ବରଗଡର ଝାରବନ୍ଧରେ ସର୍ବାଧିକ ୧୫୫.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ଥମୁନି ଇନ୍ଦ୍ରଦେବଙ୍କ କୋପ, ଆଉ 4 ଦିନ ଛେଚିବ ! ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା, ବଡ ବଡ ଘାଇ ସୃଷ୍ଟି - Odisha Weather

ସେପଟେ ଆସୁଛି ସିରିଜ ଘୁର୍ଣ୍ଣିବଳୟ । ଫଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାରମ୍ବାର ଘୁର୍ଣ୍ଣିବଳୟ ସୃଷ୍ଟି ହେଲେ ମଧ୍ୟ ତାହା ଅଧିକ ଶକ୍ତିଶାଳୀ ହେବ ନାହିଁ ବିଶେଷଣଜ୍ଞ କହିଛନ୍ତି । ଗୋଟିଏ ଘୁର୍ଣ୍ଣିବଳୟ ୨୭-୨୮ ବେଳକୁ ସୃଷ୍ଟି ହେବାକୁ ଥିବାବେଳେ ଆଉ ଏକ ଘୁର୍ଣ୍ଣିବଳୟ ୩୧ କିମ୍ବା ଅଗଷ୍ଟ ୧ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଓଡ଼ିଶାରେ ଯେତିକି ପରିମାଣର ବର୍ଷା ହେବ ତା ଠାରୁ ଅଧିକ ବର୍ଷା ଉତ୍ତର ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ହେବ । ବିଶେଷ କରି ଉପର ମହାନଦୀ ଏବଂ ତଳ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details