ପୁରୀ:ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଯାହାକୁ ନେଇ ବିଜେଡ଼ି ଉପରେ ବର୍ଷିଲେ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଏନେଇ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି । ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁ ଦୋଳ ପଡିଆରେ 2 ଦିନ ଧରି ମହାପ୍ରଭୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପକାଇବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି ।
ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁ ଦୋଳ ପଡିଆରେ 2 ଦିନ ଧରି ମହାପ୍ରଭୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପକାଇବା ଘଟଣାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଅପମାନ କାର୍ଯ୍ଯ କରିଥିବା ବ୍ୟକ୍ତିଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଏହି ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟକ୍ରମ ସରିବା ପରେ ଦଳ ମହାପ୍ରଭୁଙ୍କୁ ଅପମାନ କରିଛି କହି ସମ୍ବିତ ପାତ୍ର କଡ଼ା ସମାଲୋଚନା କରିଛନ୍ତି ।
ରାଜନୀତି ପ୍ରଚାର ନାମରେ ମହାପ୍ରଭୁଙ୍କୁ ଅପମାନ ଗ୍ରହଣୀୟ ନୁହେଁ ବୋଲି ସମ୍ବିତ କହିଛନ୍ତି । ତୁରନ୍ତ ବିଜେଡି ଏହି ଘଟଣାରେ କ୍ଷମା ପ୍ରାର୍ଥନା କରୁ ବୋଲି ସମ୍ବିତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ବିଜେଡି କୌଣସି କ୍ଷମା ମାଗି ନଥିବା ବେଳେ ଏଭଳି ଘଟଣାକୁ କେହି କ୍ଷମା ନଦେବାକୁ ଜଗନ୍ନାଥ ପ୍ରେମୀଙ୍କୁ ସେ ନିବେଦନ କରିଛନ୍ତି । ସମ୍ବିତ କହିଛନ୍ତି," ଏହା ରାଜନୀତିର କଥା ନୁହେଁ । ଏହା ଧର୍ମର କଥା । କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ସମ୍ମାନ କଥା । ତୁରନ୍ତ ଏ ନେଇ ବିଜେଡି କ୍ଷମା ପ୍ରାର୍ଥନା କରୁ ।"
ଏହାମଧ୍ୟ ପଢନ୍ତୁ.. ସରିଲା ନିର୍ବାଚନୀ ସଭା, ଅଲୋଡ଼ା ହେଲେ ମହାପ୍ରଭୁ; ଧୁ ଧୁ ଖରାରୁ ଜଗନ୍ନାଥ ମୂର୍ତ୍ତି ଉଦ୍ଧାର କଲେ ଲୋକେ - Disrespect To Jagannath Idol