ଭୁବନେଶ୍ବର: ଦୁର୍ନୀତିକୁ ମୋହନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି । ଲାଞ୍ଚ ଗ୍ରହଣ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁ ଓ ବାବୁଆଣି ନିଲମ୍ବିତ ହୋଇଛନ୍ତି । ଲାଞ୍ଚ ମାମଲାରେ ଗିରଫ ହୋଇଥିବା କଳାହାଣ୍ଡି ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ ହୋଇଛନ୍ତି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ନିଲମ୍ବନ । ଉଭୟଙ୍କୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି ।
ନିଲମ୍ବିତ ହେଲେ ଗୋଲାମୁଣ୍ଡା ବିଡିଓ:
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଛି । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅକ୍ଷମିତା । ତେଣୁ ତାଙ୍କୁ ନିଲମ୍ବିତ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୋଲାମୁଣ୍ଡା ବିଡିଓଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଓଡ଼ିଶା ସିଭିଲ ସେବା ନିୟମାବଳୀ, ୧୯୬୨ ଅନ୍ତର୍ଗତ ନିୟମ ୧୨(୨) ଦ୍ବାରା ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟକୁ ଅକ୍ଷମିତା କାର୍ତ୍ତିକଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ । ତାଙ୍କର ଅନୁମତି ବିନା ସେ ସଦର ମହକୁମା ଛାଡ଼ିବେ ନାହିଁ ।
ଏହା ମଧ୍ୟ ପଢନ୍ତୁଗୋଲମୁଣ୍ଡା ବିଡିଓଙ୍କୁ 23 ଘଣ୍ଟା ମାରାଥନ ଜେରା: ଖୋଲୁଛି ସମ୍ପତ୍ତିର ଗୁମର, ଲାଞ୍ଚ ନେଇ ଫସିଥିଲେ ମ୍ୟାଡାମ