ଓଡିଶା

odisha

ETV Bharat / state

ନବ ଦାସ ହତ୍ୟାକାଣ୍ଡ:‘ ଖୁବଶୀଘ୍ର ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା ନେଇ ନିଷ୍ପତ୍ତି ’ - NABA DAS MURDER CASE

ପୂର୍ବ ସରକାରରେ ଭୟରେ ନବଙ୍କ ପରିବାର ସଦସ୍ୟ ମୁହଁ ଖୋଲିନଥିଲେ । ଏବେ ବିଭିନ୍ନ କଥା ପଦାକୁ ଆସୁଛି । ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା ନେଇ ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ

ନବ ଦାସ ହତ୍ୟାକାଣ୍ଡ:‘ପରବର୍ତ୍ତୀ ପ୍ରକ୍ରିୟା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର’
ନବ ଦାସ ହତ୍ୟାକାଣ୍ଡ:‘ପରବର୍ତ୍ତୀ ପ୍ରକ୍ରିୟା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର’ (ETV Bharat Odisha)

By ETV Bharat Odisha Team

Published : Jan 23, 2025, 9:26 PM IST

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ପରିବାର ଲିଖିତରେ ଦେଲେ ‘ସିିବିଆଇ’ ତଦନ୍ତ ହେବ ବୋଲି ବିଜେପି କହୁଥିଲା ବେଳେ ନବଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏନେଇ ପରିବାର ସଦସ୍ୟଙ୍କ ସହ ବିଚାର ବିମର୍ଶ କରୁଛନ୍ତି ବୋଲି ନିକଟରେ କହିଥିଲେ । ତେବେ ବିଭିନ୍ନ ଦିଗରୁ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଦୀପାଳି କିମ୍ବା ତାଙ୍କ ପରିବାର ଏପର୍ଯ୍ୟନ୍ତ ଲିଖିତ ଭାବେ ସରକାରଙ୍କୁ ଜଣାଇ ନାହାନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା କଣ ହେବ, ସେନେଇ ସରକାର ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ।

  • ପୂର୍ବ ସରକାରରେ ଭୟରେ ନବଙ୍କ ପରିବାର ମୁହଁ ଖୋଲିନଥିଲେ: ହରିଚନ୍ଦନ

ଆଇନ ମନ୍ତ୍ରୀ କହିଛନ୍ତି,‘‘ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ । ସେ ଭୟ ଦୁରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ ଆଗାମୀ ଦିନରେ ସତ୍ୟ ପଦାକୁ ଆସିବ । ଜଣେ ବିଶିଷ୍ଟ ଲୋକଙ୍କ ମୃତ୍ୟୁ ହେଲା । କାହିଁକି ହେଲା, କିଏ କଲା, ଷଡ଼ଯନ୍ତ୍ର ପଛରେ କିଏ ଭାଗୀଦାର ଥିଲେ । ଏ ସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଆସିବ ବୋଲି ଆଶା ଅଛି ।’’

ନବ ଦାସ ହତ୍ୟାକାଣ୍ଡ:‘ପରବର୍ତ୍ତୀ ପ୍ରକ୍ରିୟା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର’ (ETV Bharat Odisha)

ଏହୈା ମଧ୍ୟ ପଢନ୍ତ:

ନବ ଦାସ ହତ୍ୟା ପଛରେ କୋଇଲା ବ୍ଲକ ଲିଙ୍କ ! ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ

ନବ ଦାସ ହତ୍ୟା ମାମଲା: ରକ୍ତ ଭିଜା ସାର୍ଟରୁ ନେଇ ରଙ୍ଗ ବଦଳିବା ଘଟଣା, ଏମିତି କହିଲେ ଆଇନଜୀବୀ

ତେବେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ଦୀର୍ଘ 2 ବର୍ଷ ବିତିବାକୁ ଯାଉଛି । ଏହା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି । ଅଭିଯୁକ୍ତ ଗୋପାଳ ଦାସ କେବଳ ଏକ ମୋହରା ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି । ସେପଟେ ନବଙ୍କ ପରିବାର ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନଥିବା ଦର୍ଶାଇ ଅଧିକ ତଦନ୍ତ ସମ୍ପର୍କରେ ଲିଖିତରେ ଦେଲେ, ସରକାର ଗମ୍ଭୀରତାର ସହ ଚିନ୍ତା କରିବେ ବୋଲି ଆଇନମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ନବଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ଫୋକସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details