ଭୁବନେଶ୍ୱର:ତାଲିମ ଓ ଦକ୍ଷତା ବିକାଶ ମାଧ୍ୟମରେ ଶ୍ରବଣ ବାଧିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ଜାରି ରହିଛି ପ୍ରୟାସ । ଏଣିକି ସେମାନଙ୍କୁ ହୋଟେଲ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ । ଏନେଇ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂ ଶାସିତ ସଂସ୍ଥା ଇନିଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ ନ୍ୟୁଟିରସନ ଏହି ଦିଗରେ ସହାୟତା ଯୋଗାଇ ଦେବ ।
ଇନଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ ନ୍ୟୁଟିରସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ବଳରେ ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ମତ ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ-ଦୃଷ୍ଟିବାଧିତଙ୍କ ଶିକ୍ଷାକୁ ଗୁରୁତ୍ୱ;ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଆଇଆଇଟି ମଧ୍ୟରେ ବୁଝାମଣା