ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା E-kyc ଅବଧି । ହିତାଧିକାରୀଙ୍କ ସ୍ୱାର୍ଥକୁ ଦେଖି ସରକାର ପୁଣି ଏହି ଅବଧିକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇଛନ୍ତି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 କୋଟି 99 ଲକ୍ଷ 8 ହଜାର 457 ଇ-କେୱାଇସି କରିଥିବା ଜଣାପଡ଼ିଛି ।
E-kyc ଅବଧି ବୃଦ୍ଧି:
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରକହିଛନ୍ତି, " ରାଜ୍ୟରେ 97 ଲକ୍ଷ 77 ହଜାର 351 ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଏବଂ ସଦସ୍ୟଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 33 ହଜାର 311 । ବର୍ତ୍ତମାନ ସୁଦ୍ଧା 2 କୋଟି 99 ଲକ୍ଷ 8 ହଜାର 457 ଇ-କେୱାଇସି କରିସାରିଲେଣି । 90% ଇକେୱାଇସି କରିସାରିଲେଣି । ସରକାରଙ୍କ ପକ୍ଷରୁ ଫେବୃଆରୀ 15 ଶେଷ ତାରିଖ ରଖିଥିଲୁ, କିନ୍ତୁ ମୋ ପାଖକୁ ରିପୋର୍ଟ ଆସିଛି ଯେ ଆଉ 341ଟି ପଏଣ୍ଟରେ ନେଟୱର୍କ ସମସ୍ୟା ଥିବାରୁ E-kyc ହୋଇପାରିନାହିଁ । ନୋ-ନେଟୱର୍କ 230ଟି ଏବଂ ସ୍ଲୋ ନେଟୱାର୍କ 111ଟି ପଏଣ୍ଟ ଥିବାରୁ E-kyc କରିପାରିନାହାନ୍ତି । ତେଣୁ ସରକାର ବିଚାର କରି E-kyc ଅବଧିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯେଉଁ ସ୍ଥାନରେ ଆବଶ୍ୟକତା ଅଛି କିମ୍ବା ନେଟୱର୍କ ସମସ୍ୟା ଥିବ, ସେହି ପଏଣ୍ଟରେ ଡିଭାଇସ ଲଗେଇବୁ । "
- ରାଜ୍ୟରେ 97,77, 351 ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ
- ମୋଟ ସଦସ୍ୟଙ୍କ ସଂଖ୍ୟା 3,32,33,311
- 2,99,8,457 ଇ-କେୱାଇସି କରିସାରିଲେଣି
- ବର୍ତ୍ତମାନସୁଦ୍ଧା 90% ଇ-କେୱାଇସି କରିସାରିଲେଣି
- ଫେବୃଆରୀ 15 ଶେଷ ତାରିଖ ରଖାଯାଇଥିଲା, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ବଢ଼ାଯାଇଛି
- 341 ପଏଣ୍ଟରେ ନେଟୱର୍କ ସମସ୍ୟା ଥିବାରୁ E-kyc ହୋଇପାରିନାହିଁ
- ନୋ-ନେଟୱର୍କ 230ଟି ଏବଂ ସ୍ଲୋ ନେଟୱାର୍କ 111ଟି ପଏଣ୍ଟରେ ରହିଛି