ଓଡିଶା

odisha

ETV Bharat / state

ସୂଚନା ଅଧିକାର କର୍ମୀଙ୍କୁ ଧମକାଇଲେ ସହ୍ୟ କରିବେନି ସରକାର: ଆଇନ ମନ୍ତ୍ରୀ

ସୂଚନା ଅଧିକାର କର୍ମୀଙ୍କୁ ଧମକାଇଲେ କିମ୍ବା ଡରାଇଲେ ସହ୍ୟ କରିବେନି ସରକାର । ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଇନ ମନ୍ତ୍ରୀ ।

By ETV Bharat Odisha Team

Published : 6 hours ago

RTI Act
RTI Act (ETV Bharat Odisha)

ଭୁବନେଶ୍ବର:ଏଣିକି ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେଲେ ବଡ଼ କାର୍ଯ୍ୟାନୁଷ୍ଠାନ। ସୂଚନା ଅଧିକାର କର୍ମୀଙ୍କୁ ଧମକାଇଲେ କିମ୍ବା ଡରାଇଲେ ସହ୍ୟ କରିବେନି ସରକାର। ସୂଚନା ଅଧିକାର କର୍ମୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଇନ ମନ୍ତ୍ରୀ । ସେମାନଙ୍କ ବିରୋଧରେ ଥିବା ମାମଲା ଗୁଡିକର ତର୍ଜମା କରାଯାଇ ସମାଧାନ ହେବ ।

ଆଜି ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ଅବସରରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, "ସୂଚନା ଅଧିକାର କର୍ମୀଙ୍କୁ ଧମକ କି ଡରେଇବାକୁ ସହ୍ୟ କରିବେନି ସରକାର । କାରଣ ପୂର୍ବ ସରକାରରେ ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେବା ଓ ସେମାନଙ୍କ ବିରୁଦ୍ଧରେ ଗିରଫ କରିବା ଚାଲୁଥିଲା । ହେଲେ ତାହା ଆଉ ହେବ ନାହିଁ। ସୂଚନା ଅଧିକାର କର୍ମୀ ସବୁବେଳେ ସତକଥାକୁ ସାମ୍ନାକୁ ଆଣିଥାନ୍ତି। ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସେମାନଙ୍କ ଉପରେ ଅତ୍ୟାଚାର କରଯାଏ । ରାଜ୍ଯରେ ବିଜେପି ସରକାର ଅଛି, ସରକାରରେ ଯାହା ଭୁଲ ଥିବ ସୂଚନା ଅଧିକାର କର୍ମୀ ଲୋକଲୋଚନକୁ ଆଣିବେ ।"

RTI Act (ETV Bharat Odisha)



ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସରକାର ଏବଂ ସୂଚନା ଅଧିକାର ଅଭିଯାନ ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବାକୁ ଆଗକୁ ବଢିବ। RTI ଆକ୍ଟରେ ଯାହା ସଂଶୋଧନ ଅଛି ତର୍ଜମା କରି ପରିବର୍ତ୍ତନ ପାଇଁ ଚେଷ୍ଟା କରିବୁ। ଗତ ସରକାର ସମୟରେ ଭ୍ରଷ୍ଟାଚାର, ଜନ ବିରୋଧୀ ନିଷ୍ପତ୍ତି ବିଷୟରେ ଅନେକ ତଥ୍ୟ ସୂଚନା ଅଧିକାରୀ କର୍ମୀମାନେ ସାମ୍ନାକୁ ଆଣୁଥିଲେ। କିନ୍ତୁ ପୂର୍ବ ସରକାର ଏକ ଛତ୍ରବାଦ ଥିଲେ କିଛି ଶୁଣୁନଥିଲେ ।" ସରକାରରେ ଭୁଲ ହେଲେ ଜଣାଇବାକୁ ସୂଚନା ଅଧିକାର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଆଇନମନ୍ତ୍ରୀ ।

RTI Act (ETV Bharat Odisha)

ଏହା ବି ପଢନ୍ତୁ...କଣ ସୂଚନା ଅଧିକାର ଆଇନ; ଭ୍ରଷ୍ଟାଚାର ବିରୋଧ ଲଢେଇରେ କିପରି ହୁଏ ସହାୟକ ? - Right To Information

ଏହା ବି ପଢନ୍ତୁ...ସରପଞ୍ଚ ସ୍ବାମୀଙ୍କ ଗୁଣ୍ଡାଗିରି, ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ

ଏହା ବି ପଢନ୍ତୁ...ଧରାପଡ଼ିଲା RTI ମହାଠକ, ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ କରୁଥିଲା ଠକେଇ

ଏହା ବି ପଢନ୍ତୁ...ଜେଲ ଯିବେ କି କ୍ରୀତଦାସ ? ଚାଟାର୍ଡ ଫ୍ଲାଇଟର CBI ତଦନ୍ତ ପାଇଁ ଉଠିଲା ଦାବି - CBI Inquiry of Black Rose


ପୂର୍ବରୁ ଯେତିକି ମାମଲା ଅଛି ଖୁବଶୀଘ୍ର ତାର ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ। ସରକାର ଠିକ ଭାବେ ଚାଲିବାରେ ସୂଚନା ଅଧିକାର କର୍ମୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜି ସୂଚନା ଅଧିକାର ଆଇନକୁ ନେଇ ଆୟୋଜିତ ଏକ ଆଲୋଚନ ଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ଆଇନ ମନ୍ତ୍ରୀ । ସେପଟେ ଖୁବଶୀଘ୍ର ରାଜ୍ୟ ସରକାର ଗଠନ କରିବେ 'ଲ ରିଭିଜନ କମିଶନ'। ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ତାର ପରିବର୍ତ୍ତନ ଆବଶ୍ୟକ ଅଛି। ସେଥିପାଇଁ ରାସ୍ତା ଖୋଲିବ। ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନର୍ବିନ୍ୟାସ ଆବଶ୍ୟକତା ଅଛି। ତେଣୁ ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details