ଓଡିଶା

odisha

ETV Bharat / state

ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ନିର୍ମମ ହତ୍ୟା - Election violence - ELECTION VIOLENCE

Political Violence In Bargarh: ମତଦାନ ବେଳେ ଯୁବକଙ୍କୁ ଭୁଜାଲିରେ ହାଣି ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗ । ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ବରଗଡ଼ରେ ନିର୍ବାଚନୀ ହିଂସା
ବରଗଡ଼ରେ ନିର୍ବାଚନୀ ହିଂସା (ETV Bharat Odisha)

By ETV Bharat Odisha Team

Published : May 20, 2024, 9:49 PM IST

ବରଗଡ଼ରେ ନିର୍ବାଚନୀ ହିଂସା (ETV Bharat Odisha)

ବରଗଡ଼: ଖଲ୍ଲିକୋଟ ପରେ ବରଗଡ଼ରୁ ସାମ୍ନାକୁ ଆସିଲା ନିର୍ବାଚନୀ ହିଂସା ! ଦିବାଲୋକରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ଜଣଙ୍କ ବିଶ୍ୱନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି । ଆଜି ମତଦାନ ଚାଲିଥିବା ବେଳେ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।


ସୂଚନା ଅନୁଯାୟୀ, ଆଜି (ସୋମବାର) ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରସରା ଗ୍ରାମରେ ମତଦାନ ଚାଲିଥିଲା । ବୁଥ୍ ନମ୍ବର 128 ଓ 129କୁ ଅଟୋରେ ଭୋଟରମାନଙ୍କୁ ନେଇ ଯାଉଥିବା ବିଶ୍ୱ ମିର୍ଦ୍ଧା ନାମକ ଜଣେ ଅଟୋ ଚାଳକ ବୁଥଠାରୁ ମାତ୍ର 300ରୁ 400 ମିଟର ଦୂର ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ନେଇ ଅନ୍ୟ ଜଣେ ଅଟୋ ଚାଳକ ଦେଖିଥିଲେ । ଅଟୋ ଚାଳକ ଓ ସ୍ଥାନୀୟ ଲୋକ ରାସ୍ତାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବରଗଡ଼ ଟାଉନ ହସ୍ପିଟାଲକୁ ନେଇଥିଲେ । ମାତ୍ର ହସ୍ପିଟାଲରେ ଡାକ୍ତର ବିଶ୍ୱ ମିର୍ଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭୁଜାଲିରେ ବିଶ୍ୱଙ୍କ ହାତକୁ ହାଣି ଦିଆଯାଇଥିବା ବେଳେ ମାତ୍ରାଧିକ ରକ୍ତସ୍ରାବ ହୋଇ ତାଙ୍କ ମୃତ୍ୟୁ ଘଟିଛି । ଆଜି ନିର୍ବାଚନ ଦିନରେ ସ୍ପଷ୍ଟ ଦିବାଲୋକରେ ଏପରି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ଏକ ରାଜନୈତିକ ହିଂସାକାଣ୍ଡ ବୋଲି ଅନୁମାନ କରାଯାଉଛି । ସେପଟେ ହତ୍ୟାକାରୀ ଜଣଙ୍କ ଅଶୋକ ମହାନନ୍ଦ ବୋଲି ଜଣାପଡିଥିବା ବେଳେ ସେ ବର୍ତ୍ତମାନ ଫେରାର ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଭଞ୍ଜନଗର ବୁଥରେ ନିର୍ବାଚନୀ ହିଂସା, ହାତିହାତି ଦୁଇ ଦଳର କର୍ମୀ - Poll Violenace In Bhanjanagar

ସେପଟେ ଖବର ପାଇ ଘଟଣାସ୍ଥଳକୁ ବରଗଡ଼ ଏସପି ପ୍ରହଲ୍ଲାଦ ସାହାୟୀ ମୀନା ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣା ରାଜନୈତିକ ହିଂସାକାଣ୍ଡ ନୁହେଁ ଏବଂ ମତଦାନ ସହିତ ଏହାର କୌଣସି ପ୍ରକାରର ସମ୍ପର୍କ ନାହିଁ ବୋଲି କହିବା ସହିତ ଲୋକଙ୍କୁ ଭୟଭୀତ ନହୋଇ ନିର୍ଭୟରେ ବୁଥକୁ ଆସି ମତଦାନ କରିବାକୁ ଅନୁରୋଧ କରିଛନ୍ତି । ଏହାର ତଦନ୍ତ ଶୀଘ୍ର କରାଯିବା ସହିତ ହତ୍ୟାକାରୀକୁ ଗିରଫ କରିବାକୁ ପୋଲିସ ପଦକ୍ଷେପ ନେଇ ତନାଘନା ଆରମ୍ଭ କରିଥିବା ନେଇ ଜଣାଇଛନ୍ତି ଡିଆଇଜି ହିମାଂଶୁ ଲାଲ । ଅନ୍ୟପଟେ ଏହା ରାଜନୈତିକ ହିଂସାକାଣ୍ଡ ଏବଂ ଏହା ବିରୋଧୀ ଦଳର କାରନାମା ବୋଲି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details