ଓଡିଶା

odisha

ETV Bharat / state

କଳାହାଣ୍ଡିରେ DGPଙ୍କ ମାଓ ସ୍ଥିତି ସମୀକ୍ଷା, ଆଗାମୀ ରଣନୀତି ଉପରେ ଫୋକସ୍‌ - DGP VISITS KALAHANDI

କଳାହାଣ୍ଡି ଗସ୍ତରେ ଆସି ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜିପି । ଆସନ୍ତାଦିନର କଳାହାଣ୍ଡି ଜିଲ୍ଲାରେ କେମିତି ନକ୍ସଲ ଅପରେସନ ହେବ ସେନେଇ ଆଲୋଚନା ହୋଇଛି ।

DGP Visits Kalahandi
DGP Visits Kalahandi (ETV Bharat Odisha)

By ETV Bharat Odisha Team

Published : Jan 23, 2025, 1:05 PM IST

ଭବାନୀପାଟଣା:ମାଓ ମୁକ୍ତ ଅଭିଯାନ ଜୋରଦାର ଚାଲିଥିବା ବେଳେ ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ 16 ମାଓବାଦୀ ଟଳିବା ପରେ କଳାହାଣ୍ଡି ଗସ୍ତ କରି ମାଓ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ।


କଳାହାଣ୍ଡିରେ ପୋଲିସ DGଙ୍କ ସ୍ଥିତି ସମୀକ୍ଷା:
ଛତିଶଗଡ଼ ଜଙ୍ଗଲରେ ମାଓ ଏନକାଉଣ୍ଟର ପରେ ଗତକାଲି(ବୁଧବାର) କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୋଲିସ୍ ଡିଜି ଭବାନୀପାଟଣା ରିଜର୍ଭ ପୋଲିସ୍ ପଡିଆରେ ହେଲିକପ୍ଟର ଯୋଗେ ଆସି ପହଞ୍ଚି ଥିଲେ । ଯୁଗସାଇପାଟଣା ଠାରେ ଥିବା ସିଆରପିଏଫ୍ କ୍ୟାମ୍ପ ଓ ଅଟାଙ୍ଗଗୁଡ଼ା ଠାରେ ଥିବା ସିଆରପିଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହିତ ଅଧିକାରଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ମାଓ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ ।

କଳାହାଣ୍ଡିରେ DGPଙ୍କ ମାଓ ସ୍ଥିତି ସମୀକ୍ଷା (ETV Bharat Odisha)

ମାଓ ଏନକାଉଣ୍ଟର ପରେ DGPଙ୍କ ସମୀକ୍ଷା:

ଏହି ବୈଠକରେ ଡିଜିଙ୍କ ସମେତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ସିଆରପିଏଫ୍ କମାଡେଣ୍ଟ ପଞ୍ଜକ ଚୌଧୁରୀ,ଜିଲ୍ଲା ଏସପି ଅଭିଳାଷ ଜି ଉପସ୍ଥିତ ଥିଲେ । ଗରିଆବନ୍ଧ ଅଞ୍ଚଳର ଏନ୍‌କାଉଣ୍ଟରରେ 16 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣାପଡିଛି ।

DGP Visits Kalahandi (ETV Bharat Odisha)

ଗୁଇନ୍ଦା ସୂଚନାରୁ ମିଳିଲା ସଫଳତା:

ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ରୁ ମିଳିତ ଓଡିଶା ପୋଲିସ ଓ ଛତିଶଗଡ଼ ପୋଲିସ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଯାହା ଫଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଉଭୟ ରାଜ୍ୟର ସୀମାରେ ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, ଯବାନ ମାନେ ଅପରେସନ ଜାରି ରଖିଛନ୍ତି ବୋଲି ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।

DGP Visits Kalahandi (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟର, 16ରେ ପହଞ୍ଚିଲା ମୃତ ନକ୍ସଲଙ୍କ ସଂଖ୍ୟା, ନୂଆପଡାରେ ଡିଜିପି

କାଲି 14 ମାଓବାଦୀଙ୍କୁ ସଫା କରିଥିଲେ, ଆଜି ମୁଖ୍ୟମନ୍ତ୍ରୀ ଦେଲେ ଖୁସି ଖବର

ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ

ଆଗାମୀ ଦିନ ଉପରେ ଫୋକସ:

DGP Visits Kalahandi (ETV Bharat Odisha)

ପୋଲିସ ମହାନିର୍ଦ୍ଦେଶକ ୟୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ‘ମୁଁ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛି କଳାହାଣ୍ଡି ଜିଲ୍ଲାରେ ଯେଉଁ ସିକ୍ୟୁରିଟି ଫୋର୍ସେସ ମୁତୟନ ହୋଇଛି, ସେମାନଙ୍କର ଆଣ୍ଟି ନକ୍ସଲ ଅପରେସନକୁ ନେଇ ସମୀକ୍ଷା କରିବାକୁ ଆସିଛୁ । ଏସପି ଅଫିସ ଆସିବା ପୂର୍ବରୁ ମୁଁ ଯବାନଙ୍କ ସହିତ କଥା ହେଇଛି । ସେମାନେ କେମିତି ଅପରେସନ କରୁଛନ୍ତି ସେ ଉପରେ ଆଲୋଚନା ହୋଇଛି । ଗରିଆବନ୍ଧ ମିଳିତ ଏନକାଉଣ୍ଟରରେ ଯେଉଁ ସଫଳତା ମିଳିଛି ସେ ଉପରେ ଆଲୋଚନା ହୋଇଛି । ଆସନ୍ତାଦିନର କଳାହାଣ୍ଡି ଜିଲ୍ଲାରେ କେମିତି ନକ୍ସଲ ଅପରେସନ ହେବ ସେନେଇ ଆଲୋଚନା କରିଛୁ ।’

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details