ଭୁବନେଶ୍ବର: ଝାରପଡା ଜେଲରେ ଉଦିତ ପ୍ରଧାନଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ । ଆଜି ଝାରପଡା ଜେଲରେ ପହଞ୍ଚି ଉଦିତ୍ଙ୍କୁ ଭେଟିଛନ୍ତି କଂଗ୍ରେସର ବରିଷ୍ଠ ନେତା ।
- ଛାତ୍ରନେତାଙ୍କୁ ଜେଲରେ ଭେଟିଲେ
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବିରୋଧ କରି ଜେଲରେ ଅଛନ୍ତି ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ । ଉଦିତଙ୍କୁ ସମବେଦନା ଜଣାଇବା ପାଇଁ ଝାରପଡା ଜେଲରେ ପହଞ୍ଚିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା । ଜୟଦେଵ ଜେନା, ଦେବାଶିଷ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଆଜି ଝାରପଡା ଜେଲରେ ପହଞ୍ଚି ଛାତ୍ର ନେତା ଉଦିତ ପ୍ରଧାନଙ୍କୁ ଭେଟିଛନ୍ତି।
‘‘ଗଣତନ୍ତ୍ର ପାଇଁ ରାଜ୍ୟ ସରକାରଙ୍କ ସମ୍ମାନ ନାହିଁ । ଅନ୍ୟାୟ ବିରୋଧରେ ଛାତ୍ର କଂଗ୍ରେସ ସ୍ବର ଉଠାଇଥିଲା । କିନ୍ତୁ ଏ ସରକାରଙ୍କ ନ୍ୟାୟ କଥା ଶୁଣିବାର ଶକ୍ତି ନାହିଁ। ଅର୍ଥାତ ଏ ସରକାର ଗଣତନ୍ତ୍ର ସପକ୍ଷବାଦୀ ନୁହେଁ । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଅଗଣାତାନ୍ତ୍ରିକ ପଦ୍ଧତିରେ ଗିରଫ କୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ। ଗଣତନ୍ତ୍ରକୁ ମାନୁ ନାହାଁନ୍ତି ଏ ସରକାର। ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ପ୍ରଦର୍ଶନ କରିବାର ଅଧିକାର ସମସ୍ତଙ୍କର ରହିଛି। ହେଲେ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରିବା ଠିକ ନୁହେଁ। ଉଦିତଙ୍କ ସହ ଅନ୍ୟ ଛାତ୍ରମାନଙ୍କୁ ଭେଟିଲୁ। ସମସ୍ତଙ୍କର ମାନସିକତା ମଜବୁତ ଅଛି। ପୋଲିସ ମିଛସତ କରି ବିଭିନ୍ନ ଧାରା ତାଙ୍କ ବିରୋଧରେ ଲଗାଇଛି । ଯିଏ ଗଣତନ୍ତ୍ର ମାଧ୍ୟମରେ ଶାସନ କରିବାକୁ ଚାହେଁନି ସେ ଏଭଳି କାମ କରେ । ମୁଖ୍ୟମନ୍ତ୍ରୀ ମାନଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି ଆଉ ଛାତ୍ରମାନେ କଣ ? ’’ ବିଜେପିକୁ କଡ଼ା ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।
ସେହିପରି ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟସୀର ନବାଜ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି ‘‘ପୂର୍ବ ସରକାର ଯାହା କରିଥିଲା ଏବେ ଏମାନେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି। ଇଂରେଜ ଯେମିତି ଏକଛତ୍ରବାଦ ଶାସନ ଚଳାଇଥିଲା ତାହା ଏବେ ବିଜେପି ସରକାର କରୁଛି । ଦିନ ଦ୍ବିପ୍ରହରରେ ଏଠି ଅପରାଧ ଘଟୁଛି । ଅପରାଧୀ ବିଚ୍ ରାସ୍ତାରେ ମୁଣ୍ଡ କାଟୁଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେଉଛି । ରାଜଧାନୀ ଏବେ ବି ଅସୁରକ୍ଷିତ ଅଛି’’ । ସେଠି ସୁରକ୍ଷା ଦେଇ ପାରୁ ନାହାନ୍ତି କିନ୍ତୁ ଛାତ୍ର ନେତାଙ୍କୁ ମିଛ ମାମଲାରେ ଫସାଉଛି’’ ।