ଓଡିଶା

odisha

By ETV Bharat Odisha Team

Published : Feb 7, 2024, 10:43 AM IST

ETV Bharat / state

କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ, କହିଲେ 'ଓଡ଼ିଶାରେ ଚାଲିଛି ଅନ୍ୟାୟ'

Odisha Congress In charge Ajoy Kumar Slams BJD and BJP: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, 'କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଓଡ଼ିଶାରେ ଅନ୍ୟାୟ କରୁଛନ୍ତି' । ପଢନ୍ତୁ ପୁରା ଖବର

Odisha Congress In charge Slams BJD and BJP
କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓଡିଶାରେ ଚାଲିଛି ଅନ୍ୟାୟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଟାର୍ଗେଟ

ରାଉରକେଲା: "ଓଡ଼ିଶାରେ ଚାଲିଛି ଅନ୍ୟାୟ । ଦେଶରେ ସବୁଠୁ ବେଶୀ ଗରିବ ଓଡ଼ିଶାରେ । ଏଠାକାର ଲୋକେ ବାହାରକୁ ଯାଉଛନ୍ତି, ବାହାର ରାଜ୍ୟର ଲୋକେ ଏଠାକୁ ଆସି ଲୁଟୁଛନ୍ତି । ବିଜେପି ଓ ବିଜେଡି ମିଶିବାରୁ ଗଣତନ୍ତ୍ର ଶେଷ ହୋଇଛି ।" ଓଡି଼ଶାରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ଏଭଳି ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବିଜେଡି ଓ ବିଜେପି ମିଶି ରାଜ୍ୟରେ ଅନ୍ୟାୟ ଚଳାଇଥିବା କହିଛନ୍ତି କଂଗ୍ରେସ ପ୍ରଭାରୀ ।

ଓଡି଼ଶାର ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମେତ ଅନେକ ତୁଙ୍ଗ ନେତା, କର୍ମୀ ସୁନ୍ଦରଗଡରେ ଡେରା ପକାଇଛନ୍ତି । ଏହାମଧ୍ୟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ମଧ୍ୟ ସୁନ୍ଦରଗଡ ଗସ୍ତ କରିଛନ୍ତି । ଏହି ସମୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ । ଓଡି଼ଶାରେ 2 ସରକାର ମିଶି ଅନ୍ୟାୟ ଚଲାଇଥିବା କହିଛନ୍ତି ଅଜୟ କୁମାର ।

ଏହାମଧ୍ୟ ପଢନ୍ତୁ..ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ

କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ବିଜେଡି ଏବଂ ବିଜେପି ମଧ୍ୟରେ ଲଭ ମ୍ୟାରେଜ ହୋଇ ଯାଇଛି । ଦୁଇ ଦଳ ସଲା ସୁତୁରା ହୋଇ ନିଜର କାମ କରିବାରେ ଲାଗିଛନ୍ତି । ଯାହାଦ୍ୱାରା ଗଣତନ୍ତ୍ରର ଶେଷ ହୋଇଛି । ବର୍ତ୍ତମାନ ଦେଶରେ ଲୋକଙ୍କ କଥା ନବୁଝି ଏକଛାତ୍ରବାଦୀ ଶାସନ କରୁଛି ବିଜେପି ସରକାର । ରାଜ୍ୟରେ ମଧ୍ୟ ବିଜେଡି ମନ ମୁତାବକ ଶାସନ କରୁଛି ଏବଂ ଓଡ଼ିଶାରେ ଓଡ଼ିଆଙ୍କ ବଦଳରେ ତାମିଲ ଶାସନ ଚାଲିଛି । ଅଣ ଓଡ଼ିଆ ଆସି ଓଡ଼ିଆଙ୍କ ଉପରେ ଶାସନ ଚଳାଇଛନ୍ତି ଏବଂ ବାହାର ରାଜ୍ୟର ଲୋକେ ଓଡିଶାକୁ ଲୁଟୁଥିବା କହିଛନ୍ତି ଅଜୟ କୁମାର ।

ସେ ଆଉ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ ନ୍ୟାୟ ଯାତ୍ରାର ପ୍ରଭାବ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦେଖିବାକୁ ମିଳିବ । ଓଡ଼ିଶାରେ ଗରିବ ଅଧିକ ଅଛନ୍ତି । କାହିଁକି ରାଜ୍ୟର ଲୋକେ ଆଜି ବି ଦାଦନ ଖଟି ବାହାରକୁ ଯାଉଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଭାରୀ । ରାଜ୍ୟରେ ବର୍ତ୍ତମାନ ଗରିବ ସଂଖ୍ୟା ବୃଦ୍ଧି ପାଉଛି । ସାରା ଦେଶରେ ସାଧାରଣ ଲୋକଙ୍କ ଆୟ ୧୦ ହଜାର ଥିବା ବେଳେ ରାଜ୍ୟରେ 5 ହଜାର ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ଉପରେ ଅନ୍ୟାୟ କରୁଥିବା କହିଛନ୍ତି ଅଜୟ କୁମାର ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details