ଓଡିଶା

odisha

By ETV Bharat Odisha Team

Published : Aug 10, 2024, 6:59 PM IST

ETV Bharat / state

ଓଡିଶା ଯୁବ ସମ୍ମିଳନୀ ୨୦୨୪; ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା - OCOY 2024

Odisha Conference Of Youth: ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାକୁ ନେଇ ଯୁବ ଓଡ଼ିଶା ସମ୍ମିଳନୀ ଆୟୋଜିତ । ଯୁବପିଢିମାନଙ୍କ ଯୋଗଦାନ ଓ ଭବିଷ୍ୟତର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବା କାର୍ଯ୍ୟକ୍ରମର ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

Odisha Conference Of Youth
Odisha Conference Of Youth (ETV Bharat Odisha)

ଭୁବନେଶ୍ବର:ଦିନକୁ ଦିନ ପରିବେଶ ସନ୍ତୁଳନ ବିଗୁଡୁ ଥିବା ବେଳେ ଜଳବାୟୁ ମଧ୍ୟ ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହେଉଛି । ଏହି ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ସାମିଲ ହେଉଛନ୍ତି ଯୁବପିଢ଼ି । ଏହି କ୍ରମରେ ଓଡ଼ିଶାର ଯୁବକମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ନେତୃତ୍ୱ ନେଉଛନ୍ତି । ଏହି ନେତୃତ୍ୱ ନେବା ପାଇଁ ଆୟୋଜିତ ହୋଇଯାଇଛି ୩ ଦିନିଆ ଓଡିଶା ଯୁବ ସମ୍ମିଳନୀ ୨୦୨୪ (Odisha Conference of Youth 2024)।

ଓଡିଶା ଯୁବ ସମ୍ମିଳନୀ ୨୦୨୪:

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଜାତିସଂଘ (ଭାରତ) ଦ୍ବାରା ୩ ଦିନିଆ ଓଡିଶା ଯୁବ ସମ୍ମିଳନୀ କେ.ଟି ଗ୍ଲୋବାଲ ସ୍କୁଲରେ ଉଦଘାଟନ କରାଯାଇଛି । ୟୁନିସେଫ୍ (UNICEF) ଓଡିଶାର ସହଯୋଗରେ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନ ଦ୍ବାରା ଏହା ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ଦିଗରେ ଯୁବ ନେତୃତ୍ବଙ୍କୁ ସଚେତନ କରିବା ଏବଂ ଜୟବୀୟୁର ଆଗାମୀ ଭବିଷ୍ୟତ, ସଂରକ୍ଷଣ କିଭଳି କରିହେବ, ଜଳବାୟୁ ପରିବର୍ତ୍ତନର ଧାରାକୁ ସ୍ୱାଭାବିକ କରିବା, ପରିବେଶର ସୁରକ୍ଷା ରଖିବା ଦିଗରେ ଯୁବପିଢିମାନଙ୍କ ଯୋଗଦାନ ଓ ଭବିଷ୍ୟତର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବା ।

ଜଳବାୟୁ ପରିବର୍ତ୍ତନ ଦିଗରେ ଯୁବପିଢ଼ିଙ୍କ ସ୍ବରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ:

ଏହି ଅବସରରେ ୟୁନିସେଫ୍ ଇଣ୍ଡିଆର ୱାଶ୍ ସ୍ପେଶାଲିଷ୍ଟ କରୀନା ମଲଜୱାଏସ୍କା କହିଛନ୍ତି, "ୟୁନିସେଫ୍ ସଂସ୍ଥାରେ ଆମେ ଜଳବାୟୁ ପରିବର୍ତ୍ତନ ଓ ଏହାକୁ ଦୀର୍ଘସ୍ଥାୟୀ କରିବା, ଯୁବପିଢ଼ିଙ୍କ ସ୍ବରକୁ ପ୍ରୋତ୍ସାହିତ କରିବା ଆମ ଲକ୍ଷ୍ଯ । ଆମେ OCOY 2024 ପାଇଁ ଏକାଠି ହେଇଛୁ । ତେଣୁ ଜଳବାୟୁ ପରିବର୍ତ୍ତନ ଦିଗରେ ସାମିଲ ହୋଇଥିବା ଯୁବପିଢ଼ିଙ୍କ ସଫଳତାକୁ ଖାଲି ସେଲିବ୍ରେଟ୍ କରିବା ନାହିଁ ବରଂ ଆମର ସାମୂହିକ ପ୍ରତିବଦ୍ଧତାକୁ ଦୃଢ଼ୀଭୁତ କରିବା ।"

'ଓଡିଶାର ଯୁବପିଢ଼ିଙ୍କ ପାଖରେ ଥିବା ଶକ୍ତି ଆମର ସର୍ବଶ୍ରେଷ୍ଠ ସମ୍ପତ୍ତି':

ସେହିପରି ଭୁବନେଶ୍ବରରେ ଥିବା ୟୁନିସେଫ୍ ଫିଲ୍ଡ କାର୍ଯ୍ୟାଳୟର ପୋଷଣ ବିଶେଷଜ୍ଞ ତଥା ଅଫିସର ଇନ ଚାର୍ଜ ସୌରଭ ଭଟ୍ଟାଚାର୍ଜୀ କହିଛନ୍ତି ଯେ,ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ କରିବା ପାଇଁ ଓଡିଶାର ଯୁବପିଢ଼ିଙ୍କ ପାଖରେ ଥିବା ଶକ୍ତି ଏବଂ ଉତ୍ସାହ ଆମର ସର୍ବଶ୍ରେଷ୍ଠ ସମ୍ପତି । ଯୁବପିଢ଼ିମାନଙ୍କୁ ସେମାନ ମତ ପ୍ରକାଶ କରିବାର ସୁଯୋଗ, ନୂତନ ବିଚାରଧାରାକୁ ପ୍ରଦର୍ଶନ କରିବା ଏବଂ ଦୀର୍ଘସ୍ଥାୟୀ ଦିଗରେ ବିଶ୍ବସ୍ତରୀୟ ଆନ୍ଦୋଳନକୁ ପ୍ରରଣା ଦେବା ପାଇଁ OCOY 2024 ଏକ ସୁଯୋଗ ପ୍ରଦାନ କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶାରେ ଧାନ ଚାଷରେ ହେବ ଉନ୍ନତି, ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ - IMPROVE PADDY CULTIVATION

ଭାରତ ଓ ବାହାର ଦେଶ ବିଶେଷଜ୍ଞ ଏବଂ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ସାମିଲ:

ଏହି ୩ ଦିନିଆ OCOY 2024 ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ଏ ଦିଗରେ ନିଆଯାଉଥିବା କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । OCOY 2024ର ମୁଖ୍ୟ ବିଷୟବସ୍ତୁ ଗୁଡ଼ିକ ହିଟୱେଭ, କୋଷ୍ଟାଲ ଇକୋନୋମି, ପୋଖରୀ ସଂରକ୍ଷଣ ଏବଂ ସବୁଜଜ୍ଞାନକୌଶଳ ଉପରେ ଆଧାରିତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ଭାରତ ଓ ବାହାର ଦେଶରୁ ୧୫ରୁ ୨୦ ଜଣ ବିଶେଷଜ୍ଞ ଏବଂ ପ୍ରଶିକ୍ଷକ ସହିତ ରାଜ୍ୟର ୧୫୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ବିବିଧ ଯୁବ ଗୋଷ୍ଠୀ, ତୃଣମୂଳ ସ୍ତରରେ ଜଳବାୟୁ ପରିବର୍ତ୍ତନ ଉପରେ ରଣନୀତି ପ୍ରସ୍ତୁତ କରିବାରେ ଏବଂ ଜାତୀୟ ନୀତି ଉପରେ ପ୍ରଭାବ ପକାଇବାରେ ବିଭିନ୍ନ ଗୋଷ୍ଠୀର ଯୁବକମାନେ ସହଯୋଗ କରିବେ ।
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details