ଓଡିଶା

odisha

ETV Bharat / state

ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସକାଳୁ କେନ୍ଦୁଝର ଗସ୍ତ କରିବେ ମୋହନ - CM TO VISIT KENDUJHAR

ଜନ୍ମମାଟି କେନ୍ଦୁଝରରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ କେନ୍ଦୁଝର ଗସ୍ତ କରିବା ନେଇ ସୂଚନା ରହିଛି।

CM To Visit Kendujhar
CM To Visit Kendujhar (ETV Bharat Odisha)

By ETV Bharat Odisha Team

Published : Oct 30, 2024, 8:28 PM IST

Updated : Oct 30, 2024, 11:03 PM IST

ଭୁବନେଶ୍ୱର: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୈତୃକ ଗାଁରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ । 30 ତାରିଖରୁ କେନ୍ଦୁଝର ଗସ୍ତରେ ଯାଉଛନ୍ତି ମୋହନ । ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

CM To Visit Kendujhar (ETV Bharat Odisha)

କେଉଁ କାର୍ଯ୍ୟକ୍ରମ ରହିଛି?

ଆସନ୍ତାକାଲି ସକାଳ 11ଟାରେ ଭୁବନେଶ୍ବର ସ୍ଥିତ ବାସଭବନରୁ ବାହାରି ବିମାନବନ୍ଦର ୟିବେ ମୁଖ୍ୟମନ୍ତ୍ରୀ। 11ଟା 10ରେ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରିବା ପରେ 11ଟା 55ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ। 12ଟା 20ରେ ସର୍କିଟ ହାଉସରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। 2ଟା 30ରେ ସର୍କିଟ ହାଉସରୁ ବାହାରି 3ଟାରେ ରାଇକଳା ସ୍ଥିତ ବାସଭବନ ଯିବେ ମୋହନ। ସେଠାରେ ରାତ୍ରି 9ଟା ପର୍ଯ୍ୟନ୍ତ ରହିବେ। ଏହାପରେ 9ଟା 30 ସୁଦ୍ଧା ସର୍କିଟ ହାଉସରେ ରାତ୍ରି ଯାପନ କରିବେ ମୁଖ୍ୟମନ୍ତ୍ରୀ।

CM To Visit Kendujhar (ETV Bharat Odisha)

ନଭେମ୍ବର 1(ଶୁକ୍ରବାର) ସକାଳ 8ଟା 30ରେ ସର୍କିଟ ହାଉସରୁ ବାହାରି 9ଟାରେ ରାଇକଳା ସ୍ଥିତ ବାସଭବନରେ ପହଞ୍ଚିବେ। ସେଠାରେ 2ଟା ପର୍ଯ୍ୟନ୍ତ ରହିବେ। 2ଟା 30ରେ ପୁଣି ଥରେ ସର୍କିଟ ହାଉସ ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ। 3ଟା 50ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି 4ଟା 35ସୁଦ୍ଧା ଭୁବନେଶ୍ବର ବିମାନବନ୍ଦର ଆସିବାର ସୂଚନା ରହିଛି। ତେବେ 4ଟା 55 ସୁଦ୍ଧା ୟୁନିଟ୍ 2 ସ୍ଥିତ ନିଜ ବାସଭବନକୁ ଫେରିଆସିବେ ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ, ନିଜ ଘରେ ଦେବୀ ଦୁର୍ଗାଙ୍କ କଲେ ପୂଜାର୍ଚ୍ଚନା

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ବୁଲିଲେ ବିଭିନ୍ନ ପୂଜା ମଣ୍ଡପ, ସାଇ ବାବାଙ୍କ ଆଶୀର୍ବାଦ କଲେ ଭିକ୍ଷା

ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଦଶହରାରେ ଜନ୍ମମାଟି ଗସ୍ତ:

ଗତ ଦଶହରା ସମୟରେ ମଧ୍ୟ ଜନ୍ମମାଟି ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଇକଳା ସ୍ଥିତ ନିଜ ବାସଭବନରେ ପହଞ୍ଚି ମା' ଦୁର୍ଗାଙ୍କ ଆରାଧନା କରିଥିଲେ ।ଗସ୍ତର ପ୍ରଥମ ଦିନରେ ବାମପାର ସ୍ଥିତ ସାଇ ମନ୍ଦିରରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହା ପର ଦିନ ଭୁବନେଶ୍ବର ଫେରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Oct 30, 2024, 11:03 PM IST

ABOUT THE AUTHOR

...view details