ବରଗଡ/ଭବାନୀପାଟଣା/ଝାରସୁଗୁଡା: କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର । ଚାଷୀଙ୍କ ଖାତାକୁ ଗଲା 800 ଟଙ୍କା ଲେଖାଏଁ ସବସିଡି । ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ ସବସିଡି ବଣ୍ଟନ କରିଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(MSP) 3100 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଦଳ । କ୍ଷମତାକୁ ଆସିବାର 6 ମାସ ପରେ ମୋହନ ମାଝୀ ସରକାର ଆଉ ଏକ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସ୍ଥାନୀୟ ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଚାଷୀଙ୍କ ଖାତାକୁ ଗଲା ସବସିଡି:
ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ 2300 ଟଙ୍କା ଏମଏସପି ସହିତ ରାଜ୍ୟ ସରକାରଙ୍କର 800 ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ।
- ବରଗଡରୁ ଇନପୁଟ ସବିସିଡି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
- ଚାଷୀଙ୍କ ଖାତାକୁ ଗଲା 800 ଇନପୁଟ ସବିସିଡି
- ମୁଖ୍ୟମନ୍ତ୍ରୀ କହିଲେ ଆଜି ଐତିହାସିକ ଦିନ
- ବିଜେଡି ସରକାରକୁ ବର୍ଷିଲେ
- ମିଛ ପ୍ରତିଶ୍ରୁତି, ପ୍ରତାରଣା କରିଥିଲା ପୂର୍ବ ସରକାର କହିଲେ ମୁଖ୍ୟମନ୍ତ୍ରୀ
- ସରକାର ହେବାର 6 ମାସ ଭିତରେ ପ୍ରତିଶ୍ରୁତି ପାଳନ କରିଛୁ
‘ଓଡ଼ିଶା ପାଇଁ ଏକ ଐତିହାସିକ ଦିନ’:
ନବୀନ ସରକାର ଉପରେ ବର୍ଷିଲେ:
ସୋହେଲାରୁ ଏହାର ଶୁଭାରମ୍ଭ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାଷୀ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘2016 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ବିଣ୍ଟାଲ ପିଛା ଶହେ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ । ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ରରେ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ, ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ, ଚାଷୀଙ୍କୁ ସଶକ୍ତକରଣ କରିବା ପାଇଁ କ୍ବିଣ୍ଟାଇ ପିଛା 800 ଟଙ୍କା ଅଧିକ ଇନପୁଟ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା । ଆମେ ପ୍ରତିଶ୍ରୁତି ପୂରଣ କରିଛୁ ।’ତେବେ ଏହି ବିଶାଳ ଚାଷୀ ସମାବେଶରେ ହଜାର ହଜାର ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ ।
ଚାଷୀଙ୍କୁ ଗଲା ସବସିଡି ଟଙ୍କା:
ପ୍ରତିଶ୍ରୁତି ପୂରଣ କଲେ ସରକାର । ଓଡିଶା ଚାଷୀ ପାଇଲେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା l ବରଗଡ଼ ଜିଲ୍ଲା ସୋହେଲାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଝାରସୁଗୁଡାରେ ମଧ୍ୟ ଆଭାସି ମାଧ୍ୟମରେ ଏହା ପ୍ରଦର୍ଶିତ ହୋଇଛି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ଏବଂ ଝାରସୁଗୁଡା ଜିଲ୍ଲାର ସମସ୍ତ ପଞ୍ଚାୟତରୁ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାସହ ବିନା କଟନି ଛଟନିରେ ଦଲାଲ ମୁକ୍ତ ଭାବରେ ଝାରସୁଗୁଡାରେ ମଧ୍ୟ ଆସନ୍ତାକାଲିଠୁ ଚାଷୀମାନେ ସିଧାସଳଖ ନିଜ ଧାନ ବିକ୍ରି କରିପାରିବେ । 48 ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଧାନର ଉଚିତ ମୂଲ୍ୟ ସେମାନଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଛନ୍ତି ଝାରସୁଗୁଡା ବିଧାୟକ ।