ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଗୃହ ବିଭାଗରେ ପୂରଣ ହେବ 10 ହଜାର ପଦବୀ

ପୋଲିସ ସେବା ଭବନରେ ERSS ଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହ ବିଭାଗରେ 10 ହଜାର ପଦବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

home department
home department (@MohanMOdisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଗୃହ ବିଭାଗରେ ଖୁବଶୀଘ୍ର ପୂରଣ ହେବ ୧୦ ହଜାର ପଦବୀ । ଗୃହରକ୍ଷୀ ପଦବୀକୁ ୫ ହଜାର ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନ୍ବିତ ହେବ । ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି । ଗୃହରକ୍ଷୀଙ୍କ ସଂଖ୍ୟା ୨୪୦୦ରୁ ବୃଦ୍ଧି କରି ୫୦୦୦ କରାଯିବ । ସେମାନଙ୍କ ମଜୁରୀ ମଧ୍ୟ ଅଧିକ ଦେବାକୁ ବିଚାର କରାଯାଉଛି । ଖୁବଶୀଘ୍ର ସେମାନଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ERSS ଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

30ଟି ERSS ଗାଡି ଲୋକାର୍ପଣ:

ଗୃହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ସହ ମାନବ ସମ୍ବଳ ଯୋଗାଇ ଦେବ ଗୃହ ବିଭାଗ । ପୋଲିସର ଗତିବିଧି, କାର୍ଯ୍ୟ ଦକ୍ଷତା,ଭାବମୂର୍ତ୍ତିକୁ ଅଧିକ ସ୍ୱଦୃଢ଼ କରିବାକୁ ଯୋଗାଇ ଦିଆଯିବ ଅତ୍ୟାଧୁନିକ ମୋଟରଯାନ । ପୋଲିସର ଭାବମୂର୍ତ୍ତିକୁ ଉଚ୍ଚ ସ୍ଥାନକୁ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଲୋକ ମାନଙ୍କ ପାଇଁ ଜଣେ ବନ୍ଧୁ ହିସାବରେ କାମ କରନ୍ତୁ । କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ଖୁସିର ଦିନ । ପୋଲିସର ଶକ୍ତି ବୃଦ୍ଧି କରିବା ପାଇଁ ସହାୟକ ହେବ ସୁରକ୍ଷା ରଥ । ଏହା ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୁରପ୍ରସାରୀ କରି, ଏହି ଗାଡି ସୁରକ୍ଷାର ପ୍ରତୀକ । ଆଜି ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟରେ 30ଟି ଜରୁରୀ କାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା ବାହାନ ବା ଇଆରଏସଏସ ଗାଡିକୁ ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହା ମଧ୍ୟ ପଢନ୍ତୁ-ତୃଣମୂଳ ସ୍ତରରୁ ଭୁଶୁଡୁଛି କି ବିଜେଡି, ସଞ୍ଜିବନୀ ସାଜିବେ କି ନବୀନ ?

ଏହା ମଧ୍ୟ ପଢନ୍ତୁ-ତୃଣମୂଳ ସ୍ତରରୁ ଭୁଶୁଡୁଛି କି ବିଜେଡି, ସଞ୍ଜିବନୀ ସାଜିବେ କି ନବୀନ ?

ଲୋକଙ୍କ ପାଇଁ ସୁରକ୍ଷା ରଥ:

କମିଶନରେଟ ପୋଲିସକୁ ୩୦ ନୂଆ ଗାଡି ପ୍ରଦାନ କରାଯାଇଛି। ଏହା ପୋଲିସର ଦକ୍ଷତା ବୃଦ୍ଧି କରିବ। କମିଶନରେଟ ପୋଲିସ ମୁଖ୍ୟାଳୟ ପରିସରରେ ଏହି ଗାଡ଼ି ଗୁଡିକର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବା ସହ ଏହା ଲୋକଙ୍କ ପାଇଁ ସୁରକ୍ଷା ରଥ ଭଳି କାର୍ଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନ୍ୟାୟ ଶୃଙ୍ଖଳା ଓ ଅପରାଧ ମୁକ୍ତ ସମାଜ ପାଇଁ କାର୍ଯ୍ୟ କରିବ । ଏହି ଜରୁରୀକାଳୀନ ପ୍ରଶମନ ବ୍ୟବସ୍ଥା ଦ୍ୱାରା ପୋଲିସ ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିବ । ଆଗାମୀ ଦିନରେ ପୋଲିସର ଶକ୍ତି ଆହୁରି ବୃଦ୍ଧି କରାଯିବ । ଏଥିସହିତ ଗୃହରକ୍ଷୀ ପୁନର୍ବାର ଆଉଥରେ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗୃହରକ୍ଷୀଙ୍କ ସଂଖ୍ୟା ୨୪୦୦ରୁ ୫୦୦୦କୁ ବୃଦ୍ଧି:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଗୃହରକ୍ଷୀଙ୍କ ସଂଖ୍ୟା ୨୪୦୦ରୁ ବୃଦ୍ଧି କରି ୫୦୦୦ କରାଯିବ । ସେମାନଙ୍କ ମଜୁରୀ ମଧ୍ୟ ଅଧିକ ଦେବାକୁ ବିଚାର କରାଯାଉଛି । ଖୁବଶୀଘ୍ର ସେମାନଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯିବ । ଥାନା ଗୁଡିକୁ ଅଧିକ ମୋଟର ସାଇକେଲ ପ୍ରଦାନ କରାଯିବ । ପ୍ରତି ଥାନାକୁ ୬ଟି ଲେଖାଏଁ ମୋଟର ସାଇକେଲ ଦିଆଯିବ । ସାରା ରାଜ୍ୟରେ ୯ ହଜାର ମୋଟର ସାଇକେଲ ଦିଆଯିବ । ଆଇଓ ମାନଙ୍କୁ ଦିଆଯିବ ମୋଟର ସାଇକେଲ । ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଲୋକଙ୍କୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୃହରକ୍ଷୀ ପଦବୀକୁ 5016କୁ ଵୃଦ୍ଧି:

ମୁଖ୍ୟମନ୍ତ୍ରୀ ମୋହନ ଟରଣ ମାଝୀ କହିଛନ୍ତି, ''ଲୋକାପର୍ଣ ହୋଇଥିବା ଗାଡି ସାଧାରଣ ଗାଡି ନୁହେଁ, ଏ ସୁରକ୍ଷା ରଥ। ଏହା ଦ୍ବାରା ଲୋକମାନଙ୍କ ଆତ୍ମବିଶ୍ବାସ ପୋଲିସ ଉପରେ ବଢିବ । ଏ ଗାଡିର ସାଇରନରେ ଛାତି ଧଡ଼ ଧଡ଼ ହେବ। ଏ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟକାରୀ କରାଯାଉଛି । ପୋଲିସ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ସୁରକ୍ଷା ଅଧିକ କ୍ରିୟାଶୀଳ ହେବ । ଦିଲ୍ଲୀର ନିର୍ଭୟା କାଣ୍ଡ ମନରୁ ଲିଭିନି,ପ୍ରଧାନମନ୍ତ୍ରୀ ସାରା ଦେଶରେ ଏ ଗାଡିର ଶୁଭାରମ୍ଭ କରିଥିଲେ । ଏ ଏମରଜେନ୍ସି ଗାଡି ପୋଲିସକୁ ସହାୟତା କରିବା ସହ ଗାଡି ସଂଖ୍ୟା ବୃଦ୍ଧି କରାଯିବ । ଆଜି ଯେଉଁ ଗାଡି ବ୍ୟବହାର କରୁଛନ୍ତି ତାହା ସଂଖ୍ୟା ଆଗକୁ ଵୃଦ୍ଧି ପାଇବ। 941 ଗୋଟି ପଦବୀ ପୂରଣ କରାଯାଇଛି, ଫାୟାରମ୍ୟାନଙ୍କୁ ଅଧିକ ନିଯୁକ୍ତି କରାଯିବ। ପୂର୍ବରୁ ଥିବା ଗୃହରକ୍ଷୀ ନିଯକ୍ତି କଟକଣାକୁ ଉଠାଇ ଦିଆଯାଇଛି । ଏ ବିଭାଗକୁ ଅଧିକ ଶକ୍ତିଶାଳୀ କରିବାକୁ ଗୃହରକ୍ଷୀ ପଦବୀକୁ 5016କୁ ଵୃଦ୍ଧି କରାଯାଇ ନିଯୁକ୍ତି ଦିଆଯିବ। ''

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଥାନାରେ ପୁରୁଣା ଗାଡି ଯୋଗୁ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିଛି,ପ୍ରତ୍ୟେକ ଥାନାକୁ 6ଟି ଲେଖାଏଁ ନୂଆ ବାଇକ ,9000 ବାଇକ ଦିଆଯିବ। ଛୋଟ ବଡ଼ ସମସ୍ୟାକୁ ସମାଧାନ କରିବା ପାଇଁ ଆମେ ଲାଗିଛୁ। 2022ରେ ସରକାରଙ୍କ ପାଖକୁ 106 ଟି ଗାଡି ଆସିଥିଲା ,ଆଜି 30 ଟି ଗାଡି ଭୁବନେଶ୍ୱର କଟକ ପୋଲିସ କମିଶନରେଟ ପୋଲିସକୁ ଦିଆଯାଇଛି । ଏହା 35 ହାଜାର କିମି କଭର କରିବ । ''

ସୂଚନା ଥାଉ କି ବିଜେପି ସରକାରକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,ଗୃହ ବିଭାଗକୁ ଅଧିକ ସଶକ୍ତ କରିବାକୁ ବିଧାନସଭାରେ ଘୋଷଣା କରିଥିଲେ। ପୋଲିସ ପାଇଁ ଅତ୍ୟାଧୁନିକ ଗାଡି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମୋହନ । ଯାହାକୁ ଆଜି ସେ ପୂରଣ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details