ଓଡିଶା

odisha

ETV Bharat / state

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ବୁଲିଲେ ବିଭିନ୍ନ ପୂଜା ମଣ୍ଡପ, ସାଇ ବାବାଙ୍କ ଆଶୀର୍ବାଦ କଲେ ଭିକ୍ଷା

ଆଜି ଠାରୁ 3 ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଓହ୍ଲାଇଲେ ।

By ETV Bharat Odisha Team

Published : 5 hours ago

cm mohan charan majhi keonjhar visit
cm mohan charan majhi keonjhar visit (ETV Bharat Odisha)

କେନ୍ଦୁଝର:ଶାରଦୀୟ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଆସି ଅପରାହ୍ନ ୫ଟା ସମୟ ରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ କାର ଯୋଗେ ସିଧା ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ ।

ଏହା ପରେ ବାମପାର ସ୍ଥିତ ସାଇ ମନ୍ଦିରକୁ ୬ ଟା ସମୟ ରେ ଯାଇ ସେଠାରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ଓ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।

cm mohan charan majhi keonjhar visit (ETV Bharat Odisha)

3 ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

  • ଆଜି ଠାରୁ 3 ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଓହ୍ଲାଇଲେ
  • ରାଇସୁଆଁ ଏୟାର ଷ୍ଟ୍ରିପରେ ଯାଇ କେନ୍ଦୁଝର ସର୍କିଟ ହାଉସ୍‌ରେ ପହଞ୍ଚିଲେ

ଏହା ପରେ ଟେଲିଫୋନ ଏକ୍ସଚେଞ୍ଜ ଛକ ଠାରେ ବଙ୍ଗାଳୀ ସମାଜ ପକ୍ଷରୁ ହୋଇଥିବା ଦୁର୍ଗା ମଣ୍ଡପକୁ ଯାଇ ମାଙ୍କୁ ଦର୍ଶନ କରି ଥିଲେ । ସେଠାରୁ ବୁଲାଦାର ସାହୀ ସ୍ଥିତ ଗୁଜରାଟି ସମାଜ ଦୁର୍ଗା ମଣ୍ଡପ ଠାରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତେଇବା ପରେ ୯.୪୫ ମିନିଟ ସମୟ ରେ ସର୍କିଟ ହାଉସ ଫେରି ସେଠାରେ ରାତ୍ରୀ ଯାପନ କରିବେ ।

cm mohan charan majhi keonjhar visit (ETV Bharat Odisha)

ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଆସନ୍ତାକାଲି ସକାଳ ୮ ସମୟ ରେ ସର୍କିଟ ହାଉସ ରୁ ପ୍ରଥମେ ତାଙ୍କ ନିଜ ଗାଁ ରାଇକଳା କୁ ଯାଇ ସେଠାରେ କିଛି ଘଣ୍ଟା ରହିବା ପରେ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।

cm mohan charan majhi keonjhar visit (ETV Bharat Odisha)

ଆସନ୍ତାକାଲିର କାର୍ଯ୍ୟକ୍ରମ-

  • ଆସନ୍ତାକାଲି (ରବିବାର) ସକାଳ 8ଟା 30ରେ ରାଇକଳାସ୍ଥିତ ନିଜ ଘରକୁ ଯିବେ ମୁଖ୍ୟମନ୍ତ୍ରୀ
  • ସେଠାରେ 12ଟା 5 ମିନିଟ ପର୍ଯ୍ୟନ୍ତ ରହିବେ ।
  • 12 ଟା 30ରେ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ, ସେଠାରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ରହିବେ
  • 3ଟା 30ରେ ସୁନାରିପଶି ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • 4ଟା 30 ରେ ଉଖୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • ସନ୍ଧ୍ୟା 6ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ରାତ୍ରିଯାପନ କରିବେ

ABOUT THE AUTHOR

...view details