ETV Bharat / state

କାଲି 14 ମାଓବାଦୀଙ୍କୁ ସଫା କରିଥିଲେ, ଆଜି ମୁଖ୍ୟମନ୍ତ୍ରୀ ଦେଲେ ଖୁସି ଖବର - SOG RISK ALLOWANCES

ବଢିଲା ଏସଓଜିଙ୍କ ସ୍ବତନ୍ତ୍ର ଭତ୍ତା । ମାଓବାଦୀ ଦମନ ପରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭତ୍ତାକୁ ତିନି ଗୁଣ ବୃଦ୍ଧି କରିଛନ୍ତି।

Odisha CM Mohan Charan Majhi
Odisha CM Mohan Charan Majhi (IANS)
author img

By ETV Bharat Odisha Team

Published : Jan 22, 2025, 1:20 PM IST

ଭୁବନେଶ୍ବର: ଏସଓଜିଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ । ବଢିଲା ଏସଓଜିଙ୍କ ସ୍ବତନ୍ତ୍ର ଭତ୍ତା । ଏଣିକି 8 ହଜାର ଟଙ୍କା ପରିବର୍ତ୍ତେ ପାଇବେ 25 ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଟ୍ବିଟ କରିଛନ୍ତି । ଗତକାଲି (ମଙ୍ଗଳବାର) ନୂଆପଡା ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଅପରେସନରେ 14 ମାଓବାଦୀ ସଫା ହୋଇଥିଲେ । ଆଜି ସ୍ବତନ୍ତ୍ର ଭତ୍ତା ବୃଦ୍ଧି କରି SOG ଯବାନଙ୍କ ମନୋବଳକୁ ଆହୁରି ମଜବୁତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୁବଶୀଘ୍ର ଯବାନଙ୍କୁ ବର୍ଦ୍ଧିତ ସ୍ବତନ୍ତ୍ର ଭତ୍ତା ମିଳିବ । ପଡୋଶୀ ଛତିଶଗଡ ମାଓବାଦୀ ଦମନ ଅଭିଯାନରେ ଏସଓଜି ଯବାନ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଖାସ ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭତ୍ତାକୁ ତିନି ଗୁଣ ବୃଦ୍ଧି କରିଛନ୍ତି।

  • ସ୍ବତନ୍ତ୍ର ଭତ୍ତା 25 ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି ଯେ, ‘‘ଆଜି ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନ ଦ୍ୱାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡିଶା ପୋଲିସର SOG ଯବାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଥିପାଇଁ ସମସ୍ତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା (Risk Allowance) ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ’’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ ଓଡ଼ିଶା-ଛତିଶଗଡ ସୀମାରେ ବଡ଼ ଅପରେସନ, 14 ନକ୍ସଲ ନିପାତ

ଏହା ମଧ୍ୟ ପଢନ୍ତୁ ପାଚକ-ପାଚିକା ଦରମା ବଢ଼ାଇଲେ ମୋହନ ସରକାର, ଏଣିକି ମିଳିବ ୩୦୦୦

  • ଅପରେସନରେ ଜଣେ SOG ଯବାନ ଆହତ

ଛତିଶଗଡ ଓଡିଶା ସୀମାବର୍ତ୍ତୀ ଜଙ୍ଗଲରେ ମଙ୍ଗଳବାର ଦିନ ବଡ ମାଓ ଅପରେସନ ଚାଲିଥିବା ବେଳେ ଗୁଳି ବିନିମୟରେ ଜଣେ ଏସଓଜି ଯବାନ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ବିପଦମୁକ୍ତ ଥିବା ଡିଜିପି ୱାଇ ବି ଖୁରାନିଆ କହିଛନ୍ତି । ଏହି ଅପରେସନରେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଏୟାରଲିଫ୍ଟ କରାଯାଇଥିଲା । ଜଣଙ୍କୁ ରାୟପୁର ଓ ଅନ୍ୟ ଜଣଙ୍କୁ ବିଶାଖାପାଟନମ ଏୟାରଲିଫ୍ଟ କରାଯାଇଥିଲା ।

  • ଅପରେସନରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନିପାତ

ଏହି ଅପରେସନରେ ସେଣ୍ଟ୍ରାଲ କମିଟି ସଦସ୍ୟ ରାମଚନ୍ଦ୍ର ଓରଫ ଚଲାପଥି ସଫା ହୋଇଯାଇଥିଲା । ଏହା ସହ ସିପିଆଇ (ମାଓବାଦୀ)ର 5 ମହିଳା ସଦସ୍ୟଙ୍କୁ ନିପାତ କରାଯାଇଥିଲା । ଓଡିଶା ଛତିଶଗଡର ମିଳିତ ଅପରେସନରେ 14 ମାଓବାଦୀ ନିପାତ ହୋଇଥିଲେ । ବହୁଦିନରୁ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଥିଲା ଚଲାପଥି । ତାକୁ ଦମନ କରିବା ପାଇଁ ବାରମ୍ବାର ସୁରକ୍ଷାକର୍ମୀ ଜାଲ ବିଛାଇ ଥିଲେ ହେଁ ସେ ଚକମା ଦେଇ ଖସି ଯାଉଥିଲା ।

  • ଛତିଶଗଡ-ଓଡ଼ିଶା ପୋଲିସ ମିଳିତ ମାଓ ଅପରେସନ

ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ଭୋର ସମୟ ମଧ୍ୟରେ ବଡ ଏନକାଉଣ୍ଟର ହୋଇଥିଲା । ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା । ଏନକାଉଣ୍ଟର ପରେ ମିଳିତ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ଅପରେସନରେ ଓଡିଶା ଏସଓଜି, ଛତିଶଗଡ ପୋଲିସ ଓ ସିଆରପିଏଫ ସାମିଲ ହୋଇଥିଲେ ।

ନୂଆପଡ଼ା ଜିଲ୍ଲା ସୀମାରୁ ମାତ୍ର ୫.୫ କିଲୋମିଟର ଦୂର ଛତିଶଗଡ଼ ଗରିଆବନ୍ଧ ଜ଼ିଲ୍ଲା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଲୁଚି ରହିଥିବା ନେଇ ଜାନୁଆରୀ ୧୯ ତାରିଖ ଦିନ ଗୁଇନ୍ଦା ବିଭାଗରୁ ଖବର ମିଳିଥିଲା । ଏହାପରେ ଅନ୍ତଃରାଜ୍ୟ ଛତିଶଗଡ଼, ନୂଆପଡା ଯବାନ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରିଥିଲେ । ଅପରେସନରେ 10ଗୋଟି ଯବାନ ଟିମ ସାମିଲ ରହିଥିଲା । ଏଥିରେ SOG ସହ ଛତିଶଗଡର E-30 ଫୋର୍ସ, ଛତିଶଗଡ ପୋଲିସ ଓ ସିଆରପିଏଫ ସାମିଲ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ଏହି ଏନକାଉଣ୍ଟରରେ 14 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ମାଓ ଦମନର ବଡ଼ ସଫଳତା ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.