ଓଡିଶା

odisha

ETV Bharat / state

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ, ନିଜ ଘରେ ଦେବୀ ଦୁର୍ଗାଙ୍କ କଲେ ପୂଜାର୍ଚ୍ଚନା

ତିନିଦିନିଆ କେନ୍ଦୁଝର ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତର ଦ୍ବିତୀୟ ଦିନରେ ଜନ୍ମମାଟି ରାଇକଳାରେ ପହଞ୍ଚି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କଲେ ।

By ETV Bharat Odisha Team

Published : 4 hours ago

DISHA CM MOHAN CHARAN MAJHI
DISHA CM MOHAN CHARAN MAJHI (ETV BHARAT ODISHA)

କେନ୍ଦୁଝର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଦ୍ବିତୀୟ ଦିନ । ରାଇକଳା ସ୍ଥିତ ନିଜ ବାସଭବନରେ ପହଞ୍ଚି ମା' ଦୁର୍ଗାଙ୍କ ଆରାଧନ କଲେ ମୁଖ୍ୟମନ୍ତ୍ରୀ । ରାଇକଳାରେ ପ୍ରାୟ 4ଘଣ୍ଟା ରହିବା ପରେ ଝୁମ୍ପୁରା ଦୁର୍ଗା ପୂଜା ମଣ୍ଡପକୁ ଯାଇ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସୁନାରିପଶି ଓ ଉଖୁଣ୍ଡା ପୂଜା ମଣ୍ଡପରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

  • ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇଁ ଉତ୍ସାହିତ ଗ୍ରାମବାସୀ:

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମମାଟିରେ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ । ପାଖରେ ସିଏମଙ୍କୁ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ । ଏବେ ବିଭିନ୍ନ ପୂଜାପଣ୍ଡପ ବୁଲୁଛନ୍ତି ମୋହନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ଆଜି ସକାଳ ୮ ଟାରେ ସର୍କିଟ ହାଉସରୁ ବାହାରି ଜନ୍ମମାଟି ରାଇକଳାରେ ୮.୩୦ ମିନିଟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା ।

DISHA CM MOHAN CHARAN MAJHI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ବୁଲିଲେ ବିଭିନ୍ନ ପୂଜା ମଣ୍ଡପ, ସାଇ ବାବାଙ୍କ ଆଶୀର୍ବାଦ କଲେ ଭିକ୍ଷା

ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

  • ମୁଖ୍ୟମନ୍ତ୍ରୀଙ୍କ ଦଶହରା ବୁଲା:

ଗତକାଲିଠାରୁ ତିନିଦିନିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର, କଟକ ପରେ କେନ୍ଦୁଝରରେ ଦୁର୍ଗା ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରୁଛନ୍ତି ମୋହନ ମାଝୀ । ଗସ୍ତର ପ୍ରଥମ ଦିନରେ ବାମପାର ସ୍ଥିତ ସାଇ ମନ୍ଦିରରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।

DISHA CM MOHAN CHARAN MAJHI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

  • କାଲି ଭୁବନେଶ୍ବର ଫେରିବେ ସିଏମ୍‌:

ସୋମବାର ଦିନ 12ଟା 5ରେ ସର୍କିଟ ହାଉସରୁ ବାହାରି 12ଟା 20ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ପରେ12ଟା 30ମିନିଟରେ ରାଇସୁଆଁ ଏୟାରଷ୍ଟ୍ରିପରୁ ଚାଟାର୍ଡ ପ୍ଲେନ ଯୋଗେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବେ । ଦିନ 1ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଭୁବନେଶ୍ଵର ୟୁନିଟ-୨ ସ୍ଥିତ ନିଜ ବାସଭବନକୁ ଯିବେ ।

DISHA CM MOHAN CHARAN MAJHI (ETV BHARAT ODISHA)

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details