ଭୁବନେଶ୍ବର: ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାରର ବହୁଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’କୁ ନେଇ ଚର୍ଚ୍ଚା ଓ ବିବାଦ ଲାଗି ରହିଥିବା ବେଳେ ଆଜି ‘ସୁଭଦ୍ରା ସଚେତନତା ରଥ’ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭ୍ୟାନ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ଅନ୍ୟ ସମସ୍ତ ଅଞ୍ଚଳ ପରିଭ୍ରମଣ କରିବ । ଏହି ଯୋଜନା ସମ୍ପର୍କରେ ମହିଳା ଓ ଯୁବତୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ସଶକ୍ତିକରଣ ମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ଏହି ରଥର ଶୁଭାରମ୍ଭ କରିଛନ୍ତି ।
- କ’ଣ କହିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି,‘‘ଚଳିତମାସ (ସେପ୍ଟେମ୍ବର) 17 ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିରେ ରାଜ୍ୟର ମହିଳାମାନେ ସ୍ବାବଲମ୍ବୀ ହେବେ । ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ଆଜି ‘ସୁଭଦ୍ରା ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି । ଏଥିରେ ଉପକୃତ ହେବାକୁ ଯାଉଥିବା ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ରାଜ୍ୟର ପ୍ରାୟ ଏକ କୋଟି ମହିଳା ଏଥିରେ ଲାଭାନ୍ବିତ ହେବେ ।’’ ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘‘ଏହି ପବିତ୍ର ଅବସରରେ ଶୁଭାରମ୍ଭ ହୋଇଥିବା ରଥ ରାଜ୍ୟର 338 ଟି ସ୍ଥାନ ପରିକ୍ରମା କରିବ । ଆମ ସରକାର ମହିଳାଙ୍କ ଉତ୍ଥାନ ପାଇଁ ପ୍ରତିବଦ୍ଧ । ଏଥିରେ ରାଜ୍ୟର ପ୍ରାୟ 1 କୋଟି ମହିଳା ଉପକୃତ ହେବେ । ପ୍ରତ୍ୟେକ ଘରେ ଏହି ରଥ ପହଞ୍ଚି ମହିଳାଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିବ ।’’
- ଯୋଜନାରେ ଆବେଦନ ପାଇଁ ବଭିନ୍ନ ସ୍ଥାନରେ ଅବ୍ୟବସ୍ଥା:-