ETV Bharat / state

ମହାନଦୀରୁ ୪ ଫୁଟର ୨ ଟି ବିରଳ ମୂର୍ତ୍ତି ଉଦ୍ଧାର - ANCIENT IDOL RECOVERED

ମହାନଦୀରୁ ୪ ଫୁଟର ଦୁଇଟି ବିରଳ ମୂର୍ତ୍ତି ଉଦ୍ଧାର । ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ହୋଇଥିବା ସୂଚନା । ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗ୍ରାମର ଘଟଣା ।

Ancient Idol Recovered
Ancient Idol Recovered (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 12:18 PM IST

ନୟାଗଡ଼: ପଦ୍ମାବତୀ ଗ୍ରାମ ନିକଟସ୍ଥ ମହାନଦୀରୁ ୪ ଫୁଟର ଦୁଇଟି ବିରଳ ମୂର୍ତ୍ତି ଉଦ୍ଧାର ହୋଇଛି । ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀର ଜଳରାଶିରୁ ୨ଟି ମୂର୍ତ୍ତି ଉଦ୍ଧାର ହୋଇଛି । ଏହା ବହୁ ବର୍ଷର ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି ।

Ancient Idol Recovered (ETV Bharat Odisha)

ଦୁଇଟି ବିରଳ ମୂର୍ତ୍ତି ଉଦ୍ଧାର:

ସୂଚନା ଅନୁସାରେ, ମହାନଦୀରେ ଧୀବରମାନେ ମାଛ ଧରିବାବେଳେ ତାଙ୍କ ଜାଲରେ ଦୁଇଟି ମୂର୍ତ୍ତି ଲାଗିଥିଲା । ସେହି ମୂର୍ତ୍ତି ଦେଖିବା ପରେ ସୋନେ ଭୟରେ ଆସି ଗ୍ରାମବାସୀଙ୍କୁ ମୂର୍ତ୍ତି ସମ୍ପର୍କରେ ଜଣାଇଥିଲେ । ପରେ ଗ୍ରାମବାସୀ ଯାଇ ଦେଖିବା ବେଳକୁ ଜାଲରେ ୪ ଫୁଟର ଶନି ଦେବ ଓ ମହାବୀରଙ୍କ ଦୁଇଟି ମୂର୍ତ୍ତି ଦେଖିବାକୁ ମିଳିଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ହନୁମାନ ଓ ଶନିଦେବଙ୍କ ମୂର୍ତ୍ତିକୁ ପୂଜା କରିବା ପାଇଁ ଗ୍ରାମବାସୀମାନେ ଜଗନ୍ନାଥ ମନ୍ଦିରରେ ଆଣି ରଖିଛନ୍ତି ।

Ancient Idol Recovered
Ancient Idol Recovered (ETV Bharat Odisha)

ଏହା ବି ପଢନ୍ତୁ...ବୈତରଣୀ ନଦୀରୁ ମିଳିଲା 18ଟି ପ୍ରାଚୀନ ମୂର୍ତ୍ତି - ANCIENT IDOLS RECOVERED

କହିରଖୁଛୁ, ପୂର୍ବରୁ ଏହି ମହାନଦୀର ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରେ ଏକ ମନ୍ଦିର ଚୂଳ ଦେଖିବାକୁ ମିଳିଥିଲା । ଏହାସହ ୮ ଗୋଟି ନାଗ ଦେବତାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଗତକାଲି(ସୋମବାର) ଉଦ୍ଧାର ହୋଇଥିବା ହନୁମାନ ଓ ଶନିଦେବଙ୍କ ମୂର୍ତ୍ତିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କେହି ଏହି ମୂର୍ତ୍ତିକୁ କୌଣସି କାରଣରୁ ମହାନଦୀରେ ଭସାଇ ଦେଇଥିବା ଅନୁମାନ କରାଯାଉଛି । ଏହା ପ୍ରାଚୀନ ମୂର୍ତ୍ତି ହେଇଥିବାରୁ ଏହାର ଗବେଷଣା କରିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ସେପଟେ ଦୁଇ ବିରଳ ମୂର୍ତ୍ତି ଉଦ୍ଧାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଭଦ୍ରକରୁ ମିଳିଥିଲା ମୂର୍ତ୍ତି:

ଚଳିତ ମାସରେ ଭଦ୍ରକରେ ମଧ୍ୟ ଏପରି ବିରଳ ମୂର୍ତ୍ତି ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଥିଲା । ବୈତରଣୀ ନଦୀଶଯ୍ୟାରୁ ଉଦ୍ଧାର ହୋଇଥିଲା 18ଟି ବିରଳ ଶୈବ ତଥା ବୌଦ୍ଧ ଦେବାଦେବୀଙ୍କ ଦେବୀଙ୍କ ମୂର୍ତ୍ତି ଖୋଦିତ ଷଷ୍ଠ ସପ୍ତମ ଶତାବ୍ଦୀର ଅର୍ଘ୍ୟ ସ୍ତୁପ ଏବଂ କ୍ଷୁଦ୍ର ମନ୍ଦିର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀରୁ ଏସବୁକୁ ଉଦ୍ଧାର କରାଯାଇଥିଲା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ 12 ଟି ଶୈବ ସଂସ୍କୃତି ମୂର୍ତ୍ତି ଓ 6 ଟି ବୌଦ୍ଧ ସଂସ୍କୃତି ମୂର୍ତ୍ତି ଉଦ୍ଧାର ହୋଇଥିଲା ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.