ETV Bharat / state

MSP ବଢ଼ାଇଛି ବିହନ ଚାଷୀଙ୍କ ଦ୍ଵନ୍ଦ! ବିକ୍ରି ନେଇ ଚିନ୍ତାରେ ଚାଷୀ - SEED CORPORATION ODISHA

ବିହନ ନିଗମ ଚାଷୀଙ୍କ ଠାରୁ ବିହନ ଧାନ ୨୯୨୧ ଟଙ୍କାରେ କିଣିବାକୁ ବିଜ୍ଞପ୍ତି ଜାରି କରିଛି । ଏନେଇ ଚିନ୍ତାରେ ଚାଷୀ ।

Paddy Seed Farmers
Paddy Seed Farmers (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 10:22 AM IST

ଅନୁଗୋଳ: ଚଳିତ ବର୍ଷ ଧାନ ବିହନ ନିଗମର ପରିବର୍ତ୍ତିତ ନିୟମ ଯୋଗୁଁ ଧାନ ବିହନ ଚାଷୀଙ୍କ ଅସନ୍ତୋଷ । ସାଧାରଣ ଧାନକୁ ସରକାର ମଣ୍ଡି ମାଧ୍ୟମରେ କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ କ୍ରୟ କରୁଥିବା ବେଳେ ବିହନ ନିଗମ ଚାଷୀଙ୍କ ଠାରୁ ବିହନ ଧାନ ୨୯୨୧ ଟଙ୍କାରେ କ୍ରୟ କରିବାକୁ ବିଜ୍ଞପ୍ତି ଜାରି କରିଛି । ବିହନ ଧାନ ପ୍ରସ୍ତୁତ ଅତ୍ୟନ୍ତ ବ୍ୟୟବହୁଳ ଓ ସମୟ ସାପେକ୍ଷ ହୋଇଥିବାରୁ ଏତେ କମ ମୂଲ୍ୟରେ ବିକ୍ରି କରିବା ସମ୍ଭବ ନୁହେଁ । ତେଣୁ ଚଳିତ ବର୍ଷ ଆଉ ବିହନ ଧାନ ନିଗମକୁ ଦେବେ ନାହିଁ ବୋଲି ଚାଷୀମାନେ ବିହନ ନିଗମ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଅନୁଗୋଳ ଜିଲ୍ଲା ଚାଷୀ ।
ବିହନ ଧାନ ଚାଷୀଙ୍କ ଅସନ୍ତୋଷ:

ରାଜ୍ୟ ବିହନ ନିଗମ ଚଳିତ ବର୍ଷ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁସାରେ, ଚାଷୀଙ୍କୁ ବିହନ ଧାନ କ୍ବିଣ୍ଟାଲ ପ୍ରତି ୨୩ ଶହ ଟଙ୍କା ଏବଂ ପ୍ରୋତ୍ସାହନ ରାଶି ମୂଳ ମୂଲ୍ୟର ଶତକଡା ୨୭ ଭାଗ ଦେବାକୁ ସ୍ଥିର କରିଛନ୍ତି । ଏଭଳି ହେଲେ ବିହନ ଧାନ ଚାଷୀ କ୍ବିଣ୍ଟାଲ ପ୍ରତି ୨୯୨୧ ଟଙ୍କା ପାଇବେ । ସାଧାରଣ ଧାନ ବିକ୍ରି କଲେ ଚାଷୀ ୩୧ ଶହ ଟଙ୍କା ପାଉଥିବା ବେଳେ ବିହନ ଚାଷୀ ଏହାଠାରୁ କମ ମୂଲ୍ୟ ପାଇବେ । ଏନେଇ ଅନୁଗୋଳ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାରଣ ବିହନ ଚାଷୀ ନିଗମରେ ପଞ୍ଜିକୃତ କରିବାକୁ କ୍ବିଣ୍ଟାଲ ପ୍ରତି ୧୮ ଟଙ୍କା ଜମା କରିବାକୁ ପଡିଥାଏ । ଏହା ବ୍ୟତୀତ ଯେଉଁ ଜମି ପଟ୍ଟା ମଣ୍ଡିରେ ବିକ୍ରି ପାଇଁ ପଞ୍ଜିକୃତ କରିବେ ସେହି ପଟ୍ଟା ଦେଇ ନିଗମରେ ପଞ୍ଜିକୃତ କରି ପାରିବେ ନାହିଁ । ମଣ୍ଡିରେ ଏକର ପ୍ରତି ୧୬ରୁ ୧୮ କ୍ବିଣ୍ଟାଲ ଧାନ ବିକ୍ରି କରି ପାରୁଥିବା ବେଳେ ନିଗମରେ ଏକର ପ୍ରତି ୧୦ କ୍ବିଣ୍ଟାଲରୁ ଅଧିକ ଧାନ ବିକ୍ରି କରି ପାରିବେ ନାହିଁ । ତେଣୁ ଉତ୍ପାଦନ ହୋଇଥିବା ବଳକା ଧାନ କ'ଣ କରିବେ ଚାଷୀ ପ୍ରଶ୍ନ କରିଛନ୍ତି ।

Seed Corporation Odisha
Seed Corporation Odisha (ETV Bharat Odisha)

ବିହନ ଚାଷୀଙ୍କୁ ଉଚିତ ମୂଲ୍ୟ ଦାବି:

ଅନୁଗୋଳରେ ଚାଷୀମାନେ ମା' ବିହନକୁ ନିଗମରୁ କ୍ବିଣ୍ଟାଲ ପ୍ରତି ୫ ହଜାର ଟଙ୍କା ଦେଇ ଧାନ ବିହନ କିଣୁଛନ୍ତି । ଜମିରେ ବିହନ ବୁଣିବା ପରେ ନିଗମର ଅଧିକାରୀମାନେ ଦୁଇଥର ପରିଦର୍ଶନ କରନ୍ତି । କିଛି ବି ତ୍ରୁଟି ଦେଖିଲେ ସେହି ଜମିରୁ ବିହନ ନେବାକୁ ସିଧା ମନା କରିଦିଅନ୍ତି । ଏହା ବ୍ୟତୀତ ଚାଷୀମାନେ ଡିସେମ୍ବର ଓ ଜାନୁଆରୀ ମାସରେ ବିହନ ଧାନ ବିକ୍ରି କରନ୍ତି । ସେହି ଧାନ ୩ ମାସ ପରେ ମାର୍ଚ୍ଚ ମାସରେ ପ୍ରୋସେସିଂ କରାଯାଏ । ପ୍ରତି ହଜାରେ ଧାନରେ ୪୦ଟି ଖରାପ ଧାନ ବାହାରିଲେ ସେହି ଧାନ ରିଜେକ୍ଟ କରି ଦିଆଯାଏ । ଚାଷୀଙ୍କ ଠାରୁ ୧୫୦ ଟଙ୍କା ପେନାଲଟି ନେଇ ଧାନ ଫେରାଇ ଦିଆଯାଏ । ଏହାପରେ ଯୋଗ୍ୟ ବିବେଚିତ ହୋଇଥିବା ଧାନର ଗଜା ପରୀକ୍ଷା କରାଯାଏ । ପ୍ରତି ୧୦୦ ଧାନ ବିହନରୁ ୮୦ଟି ଧାନ ଗଜା ହେଲା ପରେ ଚାଷୀଙ୍କୁ ଧାନର ମୂଲ୍ୟ ଦିଆଯାଏ । ସେତେବେଳକୁ ଜୁନ ଓ ଜୁଲାଇ ମାସ ହୋଇଯାଏ । ମଣ୍ଡି ମଧ୍ୟ ବନ୍ଦ ହୋଇ ଯାଇଥାଏ । ତେଣୁ ଚାଷୀ ବଳକା ଧାନ ଆଉ ବିକ୍ରି କରିପାରେ ନାହିଁ । ତେଣୁ ସାଧାରଣ ଧାନ ଅପେକ୍ଷା ବିହନ ଧାନ ଉତ୍ପାଦନ କମ ହୁଏ । ବହୁତ ଖର୍ଚ୍ଚ ହେବା ସହ ସମୟ ଲାଗେ । କିନ୍ତୁ ବିହନ ଚାଷୀଙ୍କୁ ମୂଲ୍ୟ କମ ଦିଆ ଯାଉଥିବାରୁ ଚଳିତ ବର୍ଷ ସରକାର ଏହା ଉପରେ ବିଚାର କରିବାକୁ ବିହନ ଚାଷୀ ସଂଘ ଦୃଢ଼ ଦାବି କରିଛନ୍ତି । ନଚେତ ଆଉ ବିହନ ବିକ୍ରି ନକରିବାକୁ ଚେତାବନୀ ଦେଇଛନ୍ତି ।

Paddy Seed Farmers
Paddy Seed Farmers (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...କ୍ଷେତରେ ଉଜୁଡା ଧାନ ଦେଖିଲେ, ଚାଷୀଙ୍କୁ କ’ଣ କହିଲେ ନବୀନ ଶୁଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମରେ ନବୀନ: କ୍ଷେତରେ ବୁଲି କ୍ଷୟକ୍ଷତି ଦେଖିଲେ, ଚାଷୀଙ୍କୁ ଭେଟିଲେ

କେବଳ ଅନୁଗୋଳ ଜିଲ୍ଲାରେ ୧୨୦ ଜଣ ବିହନ ଚାଷୀ ନିଗମରେ ପଞ୍ଜିକୃତ କରିଛନ୍ତି । ସେମାନେ ୮ ହଜାରରୁ ୧୦ ହଜାର କ୍ବିଣ୍ଟାଲ ବିହନ ଧାନ ନିଗମରେ ବିକ୍ରି କରନ୍ତି । ସାରା ରାଜ୍ୟରେ ପ୍ରାୟ ୮ ହଜାର ବିହନ ଚାଷୀ ପଞ୍ଜିକୃତ କରିଛନ୍ତି । ତେଣୁ ରାଜ୍ୟରେ ସେହି ହିସାବରେ ଚାଷୀମାନେ ବିହନ ଧାନ ବିକ୍ରି କରନ୍ତି । ପୂର୍ବରୁ ଗୋଟିଏ ଜମି ପଟ୍ଟାରେ ଉଭୟ ମଣ୍ଡି ଓ ନିଗମରେ ଚାଷୀମାନେ ପଞ୍ଜିକୃତ କରି ପାରୁଥିଲେ । ଫଳରେ ନିଗମରୁ ବଳକା ଧାନ ମଣ୍ଡିରେ ବିକ୍ରି କରୁଥିଲେ । କିନ୍ତୁ ଚଳିତ ବର୍ଷ ନିୟମ ବଦଳି ଯାଇଥିବାରୁ ଚାଷୀ କ୍ଷତି ସହୁଛନ୍ତି । ତେଣୁ ବିହନ ଚାଷୀ ସଂଘ ଦାବି କରିଛି ଯେ, ବିହନ ଧାନର ମୂଲ୍ୟ ୩୧ ଶହ ଟଙ୍କା ଏବଂ ଏହା ଉପରେ ଶତକଡା ୨୭ ଭାଗ ଦିଆଯାଉ । ନଚେତ ସେମାନେ ଆଉ ବିହନ ଧାନ ବିକ୍ରି କରି ପାରିବେ ନାହିଁ ।

'ଧାନ କରିବୁ କ'ଣ'?:
ଏନେଇ ବିହନ ଚାଷୀ ସଲିଲ କୁମାର ଷଡଙ୍ଗୀ କହିଛନ୍ତି, "ଧାନ କେଉଁଠି ବିକ୍ରି କରିବୁ ସେନେଇ ଆମେ ସବୁ ବିହନ ଚାଷୀ ଦ୍ଵନ୍ଦରେ ଅଛୁ । ପ୍ରଥମେ କୁହାଯାଇଥିଲା ଯେ, ଯେଉଁ ପଟ୍ଟାରେ ମଣ୍ଡିରେ କାର୍ଡ କରାଯିବ ସେହି ପଟ୍ଟାରେ ଓଡ଼ଶା ରାଜ୍ୟ ବିହନ ନିଗମନରେ ଖାତା ଖୋଲି ହେବ ନାହିଁ । ତେଣୁ ଆମ ପାଖରେ ମଣ୍ଡି କାର୍ଡ ନାହିଁ । ଏପଟେ ବିହନ ନିଗମରେ ଯେଉଁ କାର୍ଡ କରିଛୁ, ସେଥିରୁ ଉଚିତ ମୂଲ୍ୟ ପାଇପାରୁନାହୁଁ । ଆମେ ଅନୁଗୋଳ ଚାଷୀ ଏବେ ଦ୍ବନ୍ଦରେ ଯେ, ଧାନ କରିବୁ କ'ଣ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.