ଓଡିଶା

odisha

ETV Bharat / state

ଆଜି ରଜ ସଂକ୍ରାନ୍ତି; ଦୋଳିଖେଳ ସହ ଜମୁଛି ରଜ ମଉଜ, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି - RAJA SANKRANTI 2024 - RAJA SANKRANTI 2024

Raja Sankranti: ଆଜି ଗଣପର୍ବ ରଜର ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ପିଠା ମିଠାରେ ମହକୁଛି ଗାଁଠୁ ସହର । ଅଧିକ ପଢନ୍ତୁ

Raja Parba
Raja Parba (ETV BHARAT ODISHA)

By ETV Bharat Odisha Team

Published : Jun 15, 2024, 8:00 AM IST

ହାଇଦ୍ରାବାଦ: ବରଷକେ ଥରେ ଆସିଛି ରଜ । ରଜ ଆସିଛି ଗାଁ ଦାଣ୍ଡରେ, ରଜ ଆସିଛି ସହର ଓ ବଜାରରେ । ରଜ ଆସିଲେ ଚଳଚଞ୍ଚଳ ହୋଇ ଉଠେ କୁମାରୀର ମନ । କୁମାରୀ ପାଦର ଅଳତାରେ... ରଜ ପାନରେ... ପୋଡ ପିଠାରେ ଓ ଦୋଳିର କଟମଟ ଶବ୍ଦରେ ରଜ ଆସିଛି । ଗଣପର୍ବ ରଜର ଆଜି ଦ୍ବିତୀୟ ଦିନ । ପହିଲି ରଜ ପରେ ଆସିଛି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ଆଜିଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ଅବସରରେ ସକାଳୁ ସକାଳୁ ମନ୍ଦିରରେ ଭିଡ ଜମିଛି । ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ଆରମ୍ଭ କରିଛନ୍ତି ରାଜ୍ୟବାସୀ । ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ସଜେଇ ହୋଇ ଦୋଳିରେ ଝୁଲୁଛନ୍ତି ଯୁବତୀ । ରଜ ଗୀତରେ କମ୍ପୁଛି ଗାଁ ଆମ୍ବତୋଟା ।

ଜମୁଛି ଦୋଳି ଖେଳ (ETV Bharat Odisha)
ପୋଡ଼ ପିଠା (ETV Bharat Odisha)

କୃଷିଭିତ୍ତିକ ପର୍ବ ରଜକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ସକାଳୁ ସନ୍ଧ୍ୟା ଯାଏଁ ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ମହକୁଛି ପିଠାର ବାସ୍ନା । ରଜର ଦ୍ବିତୀୟ ଦିନରେ ନୂଆ ଜାମା ପିନ୍ଧି ତରୁଣୀ ମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବା ପରେ ଏକାଠି ହୋଇ ଘରେ ଘରେ ବୁଲି ପିଠା ଖାଇବା ସହ ଦୋଳି ଖେଳି ରଜ ପାଳୁଛନ୍ତି । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ ହେଉଛି ରଜ ପର୍ବ ।

ରଜ ପାନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ଜମିଲା ପହିଲି ରଜ, ଫାୟାର ପାନ ସାଙ୍ଗକୁ ଦୋଳିର ମଜା ନେଲେ କଟକବାସୀ - RAJA CELEBRATION 2024

ପ୍ରଥମ ଦିନରେ ରଜ ମଉଜ ଜମିଥିଲା । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ । ଆନନ୍ଦମୟ ମହୋତ୍ସବର ମଜା ଲୁଟିଥିଲେ ଓଡିଶାବାସୀ । ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ । ବିଶେଷ କରି ଗାଁଗୁଡିକରେ ରଜ ପର୍ବ ଧୁମଧାମରେ ପାଳନ କରାଯାଉଛି । ଯାହା ସହରବାସୀଙ୍କୁ ଗାଁକୁ ଯିବାକୁ ଆକର୍ଷିତ କରୁଛି ।

RAJA SANKRANTI (ETV BHARAT ODISHA)

ABOUT THE AUTHOR

...view details