ଭୁବନେଶ୍ବର: ବିଜୁ ବାବୁ 5ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଏଠି ଗୁମାସ୍ତା କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ହାରିଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଆଜି 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ । ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ବିଜେଡି ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି ବୋଲି କହିଛନ୍ତି ମନମୋହନ ।
'ଆମକୁ ପ୍ରଶ୍ନ କରିବାର ସାହସ କେଉଁଠୁ ପାଇଲେ':- ମନମୋହନ ପାଣ୍ଡିଆନଙ୍କୁ ଗୁମାସ୍ତା ବୋଲି ସମ୍ବୋଧନ କରି ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ହତାଶ ନିରାଶ ଅବସ୍ଥାରେ ବିଜେଡ଼ି ସରକାର ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରୁଛନ୍ତି । ଓଡ଼ିଶାରେ ବିଧାୟକ, ମନ୍ତ୍ରୀ ସାଂସଦମାନଙ୍କ ଉପରେ ଯେମିତି ବ୍ୟବହାର କଲା ବିଜେଡ଼ି । ସେମାନେ କହୁଛନ୍ତି, କିଏ ଆମର ମୁଖ୍ୟମନ୍ତ୍ରୀ ହେବେ କୁହ । ସେମାନେ ଆମକୁ ପ୍ରଶ୍ନ କରିବାର ନୈତିକ ସାହସ କେଉଁଠୁ ପାଇଲେ ? ସାଢ଼େ 4କୋଟି ଓଡ଼ିଶାବାସୀ ଆମ ସହ ଅଛନ୍ତି । ଓଡ଼ିଆରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି । କେତେ ଟଙ୍କା ବିଦେଶରେ ଅଛି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି ସେମାନେ । ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଶା 5 ବର୍ଷ ଭିତରେ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢିବ ।"
ହାରିବାକୁ ସ୍ବୀକାର କରୁନାହିଁ ବିଜେଡି:-ମନମୋହନ ସାମଲ ଆହୁରି କହିଛନ୍ତି ଯେ ବିଜେଡିକୁ ହାରିବା ସ୍ବୀକାର କରିବାକୁ ଚାହୁଁନି । କିନ୍ତୁ ବିଜୁ ବାବୁ ବି ଦିନେ ପାଞ୍ଚ ପାଞ୍ଚ ଥର ହାରିଥିଲେ । ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି। ଏବେ କହିଛନ୍ତି ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ବାହାରକୁ ପଳାଇବି । ଉତ୍ତର ନାହିଁ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ହତାଶ ନିରାଶ ହୋଇପଡିଛି ବିଜେଡି ସରକାର । ଯାହା ପାଇଁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ହତାଶ ନିରାଶ ହୋଇ ମତ ମନ୍ତବ୍ୟ ରଖୁଛନ୍ତି । ଯିଏ ଓଡ଼ିଶାରେ ସାଂସଦ ,ବିଧାୟକ ଓ ମନ୍ତ୍ରୀଙ୍କୁ ଯେଉଁ ସ୍ତରରେ ବ୍ୟବହାର କରୁଛନ୍ତି ସେ କଣ କହିବେ । ଗୁମାସ୍ତା ପଚାରୁଛି କି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଆଜି ଯିଏ ଚଳାଉଛି ସେ ଲୋକଙ୍କୁ ଧମକ ଚମକ ଦେଉଛି । ସେ କଣ ବିଜେପିକୁ ଆଙ୍ଗୁଳି ଦେଖାଉଛି ।