ଭୁବନେଶ୍ବର: ଧାନ ମଣ୍ଡି ବୁଲିବେ ବିଧାନସଭାର ଷ୍ଟାଣ୍ଡିଂ କମିଟି ସଦସ୍ୟ । ମଣ୍ଡିରେ ହେଉଥିବା କଟନୀ ଛଟନୀ ଉପରେ କଡ଼ା ନଜର ରଖିବେ । ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ମଣ୍ଡି ବୁଲିବେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଂ କମିଟି-୬ର ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏହାସହ ମଣ୍ଡିରେ ଅବ୍ୟବସ୍ଥା ହେଇଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛି କଂଗ୍ରେସ । ସେପଟେ ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ଏଥିରୁ ବିରତ ରୁହନ୍ତୁ ବୋଲି କହି ବିରୋଧୀଙ୍କୁ କାଉଣ୍ଟର କରିଛି ଶାସକ ଦଳ ।
- ମଣ୍ଡି ବୁଲିବ ଷ୍ଟାଣ୍ଡିଂ କମିଟି:
ମଣ୍ଡିରେ ଧାନ ଉଠି ପାରୁନି । କଟନୀ ଛଟନୀ ବନ୍ଦ ହେଉନାହିଁ । ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ଅଧିକାରୀମାନେ ଚୁପ ହୋଇ ବସିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ ପକ୍ଷରୁ କରାଯାଇଥିବ ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି । ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧାନମଣ୍ଡି ସମସ୍ୟା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ମଣ୍ଡିରେ ଧାନ ଉଠିପାରୁନଥିବାରୁ ଚାଷୀମାନେ ଅଭାବି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଖୁବଶୀଘ୍ର ଷ୍ଟାଣ୍ଡିଂ କମିଟି ଧାନମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ପ୍ରଚାରି ବୁଝିବ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି ।
'ସରକାରଙ୍କ ନିୟମ ମାନୁନାହାନ୍ତି ମିଲର':
ଏନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ ଅଧ୍ୟକ୍ଷ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, "ସରକାର କହୁଥିଲେ କଟନୀ ଛଟନୀ ହେବନାହଁ । ହେଲେ ଏହାକୁ ନା ମିଲର ନା ବିଭାଗ, କେହି ମାନୁନାହାନ୍ତି । ସରକାର କହିବା ପରେ ମଧ୍ୟ ମଣ୍ଡିରେ କଟନୀ ଛଟନୀ ହେଉଛି । ଯାହାକୁ ନେଇ ଷ୍ଟାଣ୍ଡି କମିଟ ୧୫ରୁ ୨୦ ତାରିଖର ମଧ୍ୟରେ ମଣ୍ଡି ବୁଲିବ । ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଦେଖିବା ସହ ଚାଷୀଙ୍କ ଧାନ କିଭଳି ମଣ୍ଡିରୁ ଉଠିବ ତାକୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଦାରଖ କରିବେ ।"
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: