ଓଡିଶା

odisha

By ETV Bharat Odisha Team

Published : Mar 11, 2024, 10:22 PM IST

ETV Bharat / state

୨୦୨୪ ସାଧାରଣ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ

Nabanirmana Krushak Sangathan declared candidates: ନିର୍ବାଚନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ । ପ୍ରଥମ ପର୍ଯ୍ୟାୟରେ ୮ଟି ବିଧାନସଭା ଆସନ ପାଇଁ ପାର୍ଥୀ ଘୋଷଣା କରିଛି ସଂଗଠନ । ଅଧିକ ପଢନ୍ତୁ

୨୦୨୪ ସାଧାରଣ ନିର୍ବାଚନ: ପ୍ରାଥୀ ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ
୨୦୨୪ ସାଧାରଣ ନିର୍ବାଚନ: ପ୍ରାଥୀ ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ

୨୦୨୪ ସାଧାରଣ ନିର୍ବାଚନ: ପ୍ରାଥୀ ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର:ଆଉ କିଛିଦିନ ପରେ ରାଜ୍ୟରେ ବାଜିବ ନିର୍ବାଚନ ବିଗୁଲ । ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଛି । ନିର୍ବାଚନକୁ ନେଇ ପ୍ରମୁଖ ଦଳଗୁଡିକ ସେମାଙ୍କର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଥିବା ବେଳେ ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ପ୍ରଚାର ମଇଦାନକୁ ଓହ୍ଲାଇବ । ତେଣୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ବେଳେ ଦଳ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୮ଟି ବିଧାନସଭା ମଣ୍ଡଳୀର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ନବନିର୍ମାଣ କୃଷକ ସଂଗଠନ । ରାଜ୍ୟ ନେତୃ ମଣ୍ଡଳୀ ମିଳିତ ଭାବେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବାଲିକୁଦା ଏରସମା ପାଇଁ ଦଳର ଶୀର୍ଷ ନେତୃତ୍ୱ ଶେଷ ଦେବା ନନ୍ଦଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛି ଦଳ । ସେ ସେଠାରେ ଚାଷୀଙ୍କ ବିକାଶ ମୁଦ୍ଦାକୁ ନେଇ ଲଢ଼ିବେ ବୋଲି କହିଛନ୍ତି ।



ସେହିପରି ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ପାଇଁ ଉମାକାନ୍ତ ଭାରତ, ବରି ନିର୍ବାଚନ ମଣ୍ଡଳୀ ପାଇଁ ନିମାଇଁ ରାୟ ଜଟଣୀ ପାଇଁ ମନୱର ଅଲ୍ଲୀ, ଉଦଳା ପାଇଁ ରାଇମାନୀ ବିଶ୍ୱାଳ, ପାଟଣା ପାଇଁ ଦୀପକ ନାୟକ, ସୋନପୁର ପାଇଁ ସୋନାଲି ବିଶି ଓ ପାଟଣାଗଡ଼ ବିଧାନସଭା ମଣ୍ଡଳୀ ପାଇଁ ଜାତି ପ୍ରଧାନଙ୍କ ନାମ ଘୋଷଣା କରିଛି ଦଳ । ଆଗାମୀ ୨୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସେହି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୩୦ ରୁ ୪୦ ଜଣ ପ୍ରତିନିଧିଙ୍କ ନାମ ଘୋଷଣା କରିବ ବୋଲି ସୂଚନା ଦେଇଛି ଦଳ । ତେବେ ପର୍ଯ୍ୟାୟକ୍ରମେ ୧୪୭ଟି ବିଧାନସଭା ଆସନ ପାଇଁ ଦଳ ପାର୍ଥୀ ଘୋଷଣା କରିବା ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ଏହା ମଧ୍ୟ ପଢନ୍ତୁ ......ମେଣ୍ଟ ନେଇ କେଭିଙ୍କ ଭିନ୍ନ ସଙ୍କେତ, କହିଲେ ଶେଷ ଗୁଳି ନଫୁଟିବା ଯାଏଁ ଯୁଦ୍ଧ ବାକି ଅଛି

ତେବେ ନବ ନିର୍ମାଣ କୃଷକ ସଂଗଠନ ପ୍ରମୁଖ କୃଷକ ସଂଗଠନ ଭାବରେ ଜନ ଆନ୍ଦୋଳ ମାଧ୍ୟମରେ ଚାଷୀମାନଙ୍କ ଦାବି ପୂରଣ ପାଇଁ ବାରମ୍ବାର ସଂଗ୍ରାମ କରୁଛି । ଏନେଇ ଅନେକ ଆନ୍ଦୋଳନ କରିଛି । ତେଣୁ ଜଣେ ଚାଷୀ ସ୍ୱାର୍ଥ ଓ ବିକାଶ ସମ୍ପର୍ଣ୍ଣ ସରକାର ଗଠନର ସଂକଳ୍ପକୁ ନେଇ ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚାଷୀ ଓ ଯୁବ ବର୍ଗର ପ୍ରମୁଖ ନେତୃତ୍ୱମାନଙ୍କୁ ପ୍ରାଧାନ୍ୟ ଦେବ ବୋଲି କହିଛି ଦଳ । ଏହାସହ କେନ୍ଦ୍ରବିନ୍ଦୁରେ ଉତ୍ପାଦକ ବର୍ଗ, ଯୁବକ ଓ ମହିଳା ପ୍ରତିନିଧିତ୍ୱକୁ ଦଳ ପ୍ରାଧାନ୍ୟ ଦେଉଥିବା ବେଳେ ନ୍ୟାୟ ଓ ସମାନତା ଆଧାରରେ ଦଳ ନିର୍ବାଚନ ଲଢ଼ିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଖୁବଶୀଘ୍ର ଶୀର୍ଷ ନେତୃବୃନ୍ଦମାନେ ଆଲୋଚନା କରି ଲୋକସଭା ଆସନ ପାଇଁ ମଧ୍ୟ ପ୍ରତିନିଧି ଘୋଷଣା କରାଯିବ ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details