ଓଡିଶା

odisha

ETV Bharat / state

୧୦ ନୁହେଁ ଏହି ଦିନ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ୧୨ରେ ମୋଦିଙ୍କ ରୋଡ୍ ସୋ - CM OATH TAKING Date Postponed - CM OATH TAKING DATE POSTPONED

Swearing-in ceremony Date Postponed: ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚାଇ ଦିଆଯାଇଛି । ସେପଟେ ୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି ।

CM Oath Taking
CM Oath Taking (ETV Bharat Odisha)

By ETV Bharat Odisha Team

Published : Jun 9, 2024, 3:43 PM IST

Updated : Jun 9, 2024, 5:19 PM IST

ଭୁବନେଶ୍ବର: 12 ତାରିଖରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । 10 ତାରିଖ ପରିବର୍ତ୍ତେ 12 ତାରିଖକୁ ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ । ଆସନ୍ତା 12 ତାରିଖ ହେବ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଏନେଇ ରାଜ୍ୟ ବିଜେପି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ 12 ତାରିଖରେ ଶପଥ ଗ୍ରହଣ କରିବେ । ରାଜ୍ୟ ବିଜେପି ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, 11 ତାରିଖ ବସିବ ବିଜେପି ବିଧାୟକ ଦଳ ବୈଠକ । ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ସେପଟେ ୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ସୋ ହେବାର କାର୍ଯ୍ୟକ୍ରମ ରହିଛି । ଜୟଦେବ ବିହାରରୁ ଜନତା ମଇଦାନ ହେବ ରୋଡ୍ ସୋ ।

CM Oath Taking (ETV Bharat Odisha)

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, "ଓଡ଼ିଶା ସମେତ 2ଟି ରାଜ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବାରୁ ଶପଥ ଗ୍ରହଣ ତାରିଖ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବ୍ୟସ୍ତ ରହିବେ । ସାଂସଦମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏଣୁ ଶପଥ ଗ୍ରହଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।" ୧୨ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ । ସୂଚନା ଅନୁଯାୟୀ, ଆଜି ରାତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ସେମାନେ ଓଡ଼ିଶା ଆସିବା ପରେ ଆସନ୍ତା 11 ତାରିଖରେ ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ହେବ ।

CM Oath Taking (ETV Bharat Odisha)

ଏହା ବି ପଢନ୍ତୁ...ପଶ୍ଚିମ ଓଡ଼ିଶା କାର୍ଡ ଖେଳିବ ବିଜେପି ! ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ପରେ ରାଜ୍ୟରେ ହଇଚଇ - Suresh Pujari get party high command call

ଦଳର ସଂସଦୀୟ ବୋର୍ଡରେ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ ସବୁ ନାଁ ସ୍ଥିର ହୋଇଥିବ ସେଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରାଯିବ। ଆଲୋଚନା ପରେ ଗୋଟିଏ ନାଁକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବସମ୍ମତିକ୍ରମେ ବଛାଯିବ । ତା’ ସହିତ କେଉଁମାନଙ୍କୁ ମନ୍ତ୍ରୀ କରାଯିବ, ତା’ ଉପରେ ମଧ୍ୟ ଆଲୋଚନା ହେବ । ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି । କିନ୍ତୁ ଆଜି ଆସିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲୁ କୁହାଯାଉଛି । ଆଜି ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଯେଉଁମାନଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଯାଇଛି, ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସରପ୍ରାଇଜ ବି ଦେଇପାରନ୍ତି ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2024, 5:19 PM IST

ABOUT THE AUTHOR

...view details