ଓଡିଶା

odisha

ETV Bharat / state

କୁଆଡେ ଗଲେ ପାଣ୍ଡିଆନ ? ଠିକଣା କହିଲା ବିଜେଡି - Sasmit patra on VK Pandian Absence - SASMIT PATRA ON VK PANDIAN ABSENCE

Sasmit patra on VK Pandian Absence: 2024 ନିର୍ବାଚନ ଫଳାଫଳ ବାହାରିବା ପରେ ଗାୟବ ଭିକେ ପାଣ୍ଡିଆନ । ଆଜି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ଠିକଣା କହିଲା ବିଜେଡି । ଅଧିକ ପଢନ୍ତୁ

Sasmit patra on VK Pandian Absence
Sasmit patra on VK Pandian Absence (ETV Bharat Odisha)

By ETV Bharat Odisha Team

Published : Jun 6, 2024, 9:56 PM IST

ଭୁବନେଶ୍ବର: ବିଜେଡିର ପରାଜୟ ପର ଠାରୁ ସର୍ବସାଧାରଣରୁ ଦୂରେଇ ଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ନାନା ଚର୍ଚ୍ଚା ହେଉଥିଲା । ଆଜି ଭିକେ ପାଣ୍ଡିଆନଙ୍କ ପତ୍ତା ମିଳିଛି । ସେ ଗତକାଲି ରାତିରୁ ଦିଲ୍ଲୀରେ ଥିବା ଜଣାପଡିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ବିଜେଡି ପକ୍ଷରୁ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଭିକେ ପାଣ୍ଡିଆନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

କୁଆଡେ ଗଲେ ପାଣ୍ଡିଆନ ? ଠିକଣା କହିଲା ବିଜେଡି (ETV Bharat Odisha)

ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି । ବିଜେଡିର ପରାଜୟ ପରେ ନବୀନଙ୍କ ପରେ ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ଭି.କେ ପାଣ୍ଡିଆନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଦଳର ଏହି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ସେ ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି କିମ୍ବା ନିଜର ପ୍ରତିକ୍ରିୟା ଦେଉନଥିଲେ । ତେଣୁ ପାଣ୍ଡିଆନଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଗତ କିଛି ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଛାଇ ଭଳି ରହିଆସିଥିବା ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନଥିଲା ।

ପାଣ୍ଡିଆନଙ୍କ ଭାଇରାଲ ଫଟୋ (Social Media)

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କୁ ଶକୁନି ସହ ତୁଳନା କଲେ ନନା, କହିଲେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ

ଦଳ ବଡ଼ ବିପର୍ଯ୍ୟୟର ସାମ୍ନା କରିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ନବୀନ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । କିନ୍ତୁ ସେଠାରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି ଗତକାଲି ଦିନ ତମାମ ବିଜେଡି ନେତା ନବୀନ ନିବାସରେ ଡେରା ପକାଇଥିଲେ । କିନ୍ତୁ ପାଣ୍ଡିଆନଙ୍କର ଦେଖା ନଥିଲା । ସେହିପରି ନବୀନ ନିବାସରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ସେଠାକୁ ମଧ୍ୟ ପାଣ୍ଡିଆନ ଆସିନଥିଲେ ।

କିନ୍ତୁ ପାଣ୍ଡିଆନ ଦିଲ୍ଲୀ ଯିବା କଥା ସାମ୍ନାକୁ ଆସିଛି । ଗତକାଲି ରାତି ସାଢ଼େ 8ଟାରେ ଭିସ୍ତାରା ଏୟାରଲାଇନ୍ସ ଯୋଗେ ସେ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ବିମାନବନ୍ଦର ନିକଟରେ ଥିବା ତାଜ ପ୍ୟାଲେସରେ ରହୁଥିବା ସୂଚନା ମିଳିଛି । ତେବେ ପାଣ୍ଡିଆନ କାହିଁକି ଦିଲ୍ଲୀ ଯାଇଛନ୍ତି ତାହା ଜଣାପଡ଼ିନାହିଁ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ସହ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପରେ ସ୍ପଷ୍ଟୀକରଣ ରଖିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

ସସ୍ମିତ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । କିଛି ଗଣମାଧ୍ୟମ ଏନେଇ ଅରୁଚିକର ଖବର ପରିବେଷଣ କରୁଛନ୍ତି । ତେଣୁ ଏଭଳି ଖବର ପରିବେଷଣରୁ କ୍ଷାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details