ଓଡିଶା

odisha

ETV Bharat / state

ଓଡ଼ିଶା ବିଧାନସଭା ନିର୍ବାଚନ 2024; ତୃତୀୟ ପର୍ଯ୍ୟାୟରେ 383 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Odisha Third phase polling - ODISHA THIRD PHASE POLLING

ODISHA THIRD PHASE POLLING: ମେ 25 ତାରିଖ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । 42 ବିଧାନସଭା ଆସନରୁ ମୈଦାନରେ ଅଛନ୍ତି ମୋଟ 383 ପ୍ରାର୍ଥୀ । ଅଧିକ ପଢନ୍ତୁ

ODISHA THIRD PHASE POLLING
ODISHA THIRD PHASE POLLING (ETV Bharat Odisha)

By ETV Bharat Odisha Team

Published : May 24, 2024, 9:24 PM IST

Updated : May 24, 2024, 9:49 PM IST

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । 42 ବିଧାନସଭା ଆସନରେ ପଡ଼ିବ ଭୋଟ୍‌ । ମୈଦାନରେ ଥିବା 383 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏହି ପର୍ଯ୍ୟାୟଟି ରାଜ୍ୟ ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବହୁ ହେଭିୱେଟ ମୈଦାନରେ ଥିବା ବେଳେ ଭୋଟର ନିଜ ମନ ପସନ୍ଦର ନେତା ବାଛିବେ । 10ଟି ଜିଲ୍ଲାରେ ମେ 25 ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କଠୁ ଆରମ୍ଭ କରି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜୟଦେବ ଜେନା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବଦ୍ରି ନାରାୟଣ ପାତ୍ର, ଉପାସନା ମହାପାତ୍ର ପ୍ରମୁଖ ରହିଛନ୍ତି ।

ODISHA THIRD PHASE POLLING (ETV Bharat Odisha)

42 ଆସନରେ ମତଦାନ:- ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 6ଟି ଲୋକସଭା ଆସନ ଅଧିନରେ ଆସୁଥିବା 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍‌ । ଯେଉଁଥିରେ ଅନୁଗୋଳ ଜିଲ୍ଲାର 5 ଆସନ ଥିବା ବେଳେ କଟକରୁ 6, ଦେବଗଡରୁ 1, ଢେଙ୍କାନାଳରୁ 4, କେନ୍ଦୁଝରରୁ 6, ଖୋର୍ଦ୍ଧାରୁ 8, ମୟୂରଭଞ୍ଜରୁ 1, ନୟାଗଡ଼ରୁ 3, ପୁରୀରୁ 4 ଓ ସମ୍ବଲପୁରରୁ 4 ଆସନ ରହିଛି । 42 ଆସନମଧ୍ୟରୁ 31ଟି ଜେନେରାଲ ବର୍ଗର ଥିବା ବେଳେ 6ଟି ଓ 5ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

ODISHA THIRD PHASE POLLING (ETV Bharat Odisha)
ODISHA THIRD PHASE POLLING (ETV Bharat Odisha)

ମୈଦାନରେ 383 ପ୍ରାର୍ଥୀ: ସେହିପରି 383 ପ୍ରାର୍ଥୀଙ୍କ ମଧ୍ୟରୁ ଅନୁଗୋଳରୁ 34, କଟକରୁ 59, ଦେବଗଡ଼ରୁ 8, ଢେଙ୍କାନାଳରୁ 29, କେନ୍ଦୁଝରରୁ 62, ଖୋର୍ଦ୍ଧାରୁ 83, ମୟୂରଭଞ୍ଜରୁ 11, ନୟାଗଡ଼ରୁ 24, ପୁରୀରୁ 43 ଓ ସମ୍ବଲପୁରରୁ 30 ପ୍ରାର୍ଥୀ ଅଛନ୍ତି । କେନ୍ଦୁଝର ଚମ୍ପୁଆ ବିଧାନସଭା ଆସନରୁ ସର୍ବାଧିକ 15 ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 4 ପ୍ରାର୍ଥୀ 4 ନିର୍ବାଚନ ମଣ୍ଡଳୀ ଯଥା ଆଠମଲ୍ଲିକ (ଏସସି), ଛେଣ୍ଡିପଦା (ଏସସି), କଟକ ସଦର (ଏସସି) ଓ କୁଚିଣ୍ଡା (ଏସଟି)ରେ ଅଛନ୍ତି । ହାରାହାରି ପ୍ରାର୍ଥୀ 9 ଆସନରେ ରହିଛନ୍ତି । ସେହିପରି ଏହି ପର୍ଯ୍ୟାୟରେ ମୋଟ 32ଟି ରାଜନୈତିକ ଦଳର ପ୍ରାର୍ଥୀ ମୈଦାନରେ ଅଛନ୍ତି ।

ODISHA THIRD PHASE POLLING (ETV Bharat Odisha)

ରଣାଙ୍ଗନରେ 44 ରଣାଙ୍ଗନା:ମୋଟ 339 ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କୁ ଟକ୍କର ଦେବାକୁ ମୈଦାନରେ ଅଛନ୍ତି 44 ମହିଳା ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ବହୁ ହେଭିୱେଟ ମଧ୍ୟ ସାମିଲ ଅଛନ୍ତି । ଅନୁଗୋଳରେ ମୋଟ 34 ପ୍ରାର୍ଥୀଙ୍କ ମଧ୍ୟରୁ 2 ମହିଳା ପ୍ରାର୍ଥୀ ଥିବା ବେଳେ କଟକରେ 59 ପ୍ରାର୍ଥୀଙ୍କ ମଧ୍ୟରୁ 8 ମହିଳା ପ୍ରାର୍ଥୀ, ଢେଙ୍କାନାଳରେ 29 ପ୍ରାର୍ଥୀଙ୍କ ମଧ୍ୟରୁ 3 ମହିଳା ପ୍ରାର୍ଥୀ, କେନ୍ଦୁଝରରେ 62 ପ୍ରାର୍ଥୀଙ୍କ ମଧ୍ୟରୁ 8 ମହିଳା ପ୍ରାର୍ଥୀ, ଖୋର୍ଦ୍ଧାରେ 83 ପ୍ରାର୍ଥୀଙ୍କ ମଧ୍ୟରୁ 10 ମହିଳା, ମୟୂରଭଞ୍ଜରୁ 11 ପ୍ରାର୍ଥୀଙ୍କ ମଧ୍ୟରୁ 2 ମହିଳା ପ୍ରାର୍ଥୀ, ନୟାଗଡ଼ରେ 24 ପ୍ରାର୍ଥୀଙ୍କ ମଧ୍ୟରୁ 7 ମହିଳା ପ୍ରାର୍ଥୀ, ପୁରୀ 43 ପ୍ରାର୍ଥୀଙ୍କ ମଧ୍ୟରୁ 2 ମହିଳା, ସମ୍ବଲପୁରରୁ 30 ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ଦେବଗଡ଼ରେ ଜଣେ ବି ମହିଳା ପ୍ରାର୍ଥୀ ନାହାନ୍ତି ।

ODISHA THIRD PHASE POLLING (ETV Bharat Odisha)
ODISHA THIRD PHASE POLLING (ETV Bharat Odisha)
ODISHA THIRD PHASE POLLING (ETV Bharat Odisha)

କୋଟିପତି ପ୍ରାର୍ଥୀ:-ତୃତୀୟ ପର୍ଯ୍ୟାୟରେ 126 ଜଣ କୋଟପତି ପ୍ରାର୍ଥୀ ଅଛନ୍ତି । ଏହି ତାଲିକାରେ ଶୀର୍ଷରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି 227 କୋଟି । ସେହିପରି 122 କୋଟି ସମ୍ପତ୍ତି ସହ ଘସିପୁରା ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, 120 ସମ୍ପତ୍ତି ସହ ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, 39 କୋଟି ସମ୍ପତ୍ତି ସହ ବାରବାଟୀ-କଟକ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ 35 କୋଟି ସମ୍ପତ୍ତି ସହ କେନ୍ଦୁଝର ବିଏସପି ପ୍ରାର୍ଥୀ ରାମ ପ୍ରସାଦ ହେମ୍ବ୍ରମ ।

ODISHA THIRD PHASE POLLING (ETV Bharat Odisha)
ODISHA THIRD PHASE POLLING (ETV Bharat Odisha)

ଅପରାଧିକ ମାମଲାରେ ଜଡିତ ପ୍ରାର୍ଥୀ:ତୃତୀୟ ପର୍ଯ୍ୟାୟରେ 100 ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସର୍ବାଧିକ ଅପରାଧିକ ମାମଲା ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନଙ୍କ ବିରୋଧରେ ରହିଛି । ସେହିପରି ସର୍ବନିମ୍ନ ଅପରାଧିକ ମାମଲା ସଂଖ୍ୟା 8 ଥିବା ବେଳେ ବେଗୁନିଆ ଏମଏଲଡି ପ୍ରାର୍ଥୀ ମାନସ ରଞ୍ଜନ ଦାସ ଓ ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ବିରୋଧରେ ରହିଛି । 86 ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି ।

ODISHA THIRD PHASE POLLING (ETV Bharat Odisha)

ଶିକ୍ଷାଗତ ଯୋଗ୍ୟତା: ତୃତୀୟ ପର୍ଯ୍ୟାୟରେ ମୋଟ 383 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 2ଜଣ ନିରକ୍ଷର, 11ଜଣ ପଞ୍ଚମ ପାସ୍‌, 32ଜଣ ଅଷ୍ଟମ ପାସ୍‌, 49ଜଣ ଦଶମ ପାସ‌୍‌, 63ଜଣ ଯୁକ୍ତ ଦୁଇ ପାସ୍‌, 86ଜଣ ସ୍ନାତକ, 60ଜଣ ବୃତ୍ତିଗତ ସ୍ନାତକ, 58ଜଣ ସ୍ନାତକୋତ୍ତର, 6ଜଣ ଡକ୍ଟରେଟ ଓ 12ଜଣ ଡିପ୍ଲୋମା ଡିଗ୍ରୀଧାରୀ ରହିଛନ୍ତି ।

ODISHA THIRD PHASE POLLING (ETV Bharat Odisha)
ODISHA THIRD PHASE POLLING (ETV Bharat Odisha)

ପ୍ରମୁଖ ଆସନ ଓ ପ୍ରାର୍ଥୀ:-ତୃତୀୟ ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ ରହିଛି ବେଗୁନିଆ, କଟକ, ଚମ୍ପୁଆ, ଅନୁଗୋଳ, ରେଢାଖୋଲ, ଢେଙ୍କାନାଳ, ବ୍ରହ୍ମଗିରି, ବାରବାଟୀ କଟକ, ନୟାଗଡ଼ । ସେହିପରି ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ଚମ୍ପୁଆ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ, ନୟାଗଡ଼ ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, କଟକ-ବାରବାଟୀ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଯଶୱନ୍ତ ନାରାୟଣ ସିଂହ ଲାଗୁରି, ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର, ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓ, ରେଢାଖୋଲ ବିଜେଡି ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦପୁର କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା, ଆଠଗଡ଼ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଘସିପୁରା ବଦ୍ରି ନାରାୟଣ ପାତ୍ର, ଅନୁଗୋଳ ବିଜେଡି ପ୍ରାର୍ଥିନୀ ସଂଯୁକ୍ତା ସିଂହ ଓ ବେଗୁନିଆ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ ।

ODISHA THIRD PHASE POLLING (ETV Bharat Odisha)

ପଢନ୍ତୁ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟ କିଛି ଖବର

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?

ଓଡ଼ିଶା ତୃତୀୟ ପର୍ଯ୍ୟାୟରେ କିଏ ହିରୋ, କିଏ ଜିରୋ ! ସମ୍ବଲପୁରରେ ପୁଣି ଫୁଟିବ କି ପଦ୍ମ, ପୁରୀରେ ହେବ କି ପରିବର୍ତ୍ତନ, ୬ ଆସନରୁ ଶଙ୍ଖକୁ କେତେ ?

ODISHA THIRD PHASE POLLING (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : May 24, 2024, 9:49 PM IST

ABOUT THE AUTHOR

...view details