ଓଡିଶା

odisha

ETV Bharat / state

ସମୀରଙ୍କୁ ରଣେନ୍ଦ୍ରଙ୍କ କଡ଼ା ଚେତାବନୀ: ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବନି - Odisha Assmbly Election 2024 - ODISHA ASSMBLY ELECTION 2024

BJD PREPARATORY MEETING: ନିମାପଡ଼ାରେ ପୁଣି ଦଳର ଶକ୍ତି ଫେରିବା ପାଇଁ ବିଜେଡିର ଆପ୍ରାଣ ଉଦ୍ୟମ । ସମୀର ଦାସଙ୍କୁ ଚରମବାଣୀ ଶୁଣାଇଲେ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଲେ ଦଳ ଉପଯୁକ୍ତ ସମ୍ମାନ ଦେଇଛି, ନିର୍ବାଚନରେ ପଛରୁ ଛୁରାଘାତ କଲେ ବରାଦସ୍ତ କରାଯିବ ନାହିଁ । ଅଧିକ ପଢନ୍ତୁ

ସମୀରଙ୍କୁ ରଣେନ୍ଦ୍ରଙ୍କ କଡ଼ା ଚେତାବନୀ: ପଛରୁ ଚୁରାଘାତ କଲେ ବରାଦସ୍ତ କରାଯିବ ନାହିଁ
ସମୀରଙ୍କୁ ରଣେନ୍ଦ୍ରଙ୍କ କଡ଼ା ଚେତାବନୀ: ପଛରୁ ଚୁରାଘାତ କଲେ ବରାଦସ୍ତ କରାଯିବ ନାହିଁ (ETV Bharat Odisha)

By ETV Bharat Odisha Team

Published : May 10, 2024, 7:56 AM IST

ସମୀରଙ୍କୁ ରଣେନ୍ଦ୍ରଙ୍କ କଡ଼ା ଚେତାବନୀ: ପଛରୁ ଚୁରାଘାତ କଲେ ବରାଦସ୍ତ କରାଯିବ ନାହିଁ (ETV Bharat Odisha)

ନିମାପଡ଼ା: ସମୀର ଦାଶଙ୍କୁ ରଣେନ୍ଦ୍ରଙ୍କ କଡ଼ା ଚେତାବନୀ । ଦଳ ଉପଯୁକ୍ତ ସମ୍ମାନ ଦେଇଛି, ନିର୍ବାଚନରେ ପଛରୁ ଛୁରାଘାତ କଲେ ବରାଦସ୍ତ କରାଯିବ ନାହିଁ । କିଏ କୁଆଡେ ଗଲେ ମଧ୍ୟ ଦଳ ଉପରେ ପଭାବ ପଡିବ ନାହିଁ ବୋଲି କହି ଦଳ ବିରୋଧୀଙ୍କୁ ଟାର୍ଗେଟ କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେପଟେ ବୁଧବାର ବିଜେପିର ମହମିଶ୍ରଣ ପର୍ବରେ ସମୂହ ଇସ୍ତଫା ଦେଇଥିବା ବିଜେଡିର ଶତାଧିକ ନେତୃତ୍ଵ ଓ ଜନପ୍ରତିନିଧି ସାମିଲ ହେବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲାବେଳେ ଗତକାଲି (ଗୁରୁବାର) ନିମାପଡ଼ାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ଦଳକୁ ଏକଜୁଟ କରିବା ପାଇଁ ଚେଷ୍ଟା କରିଛନ୍ତି ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ।

ଏହି ସମ୍ମିଳନୀରେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ । ନିର୍ବାଚନ ଲଢ଼ିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ରଣେନ୍ଦ୍ର । ଏହି ଅବସରରେ ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଦଳକୁ ଠିକଣା ବାଟରେ ନେବା ପାଇଁ ଦିଲ୍ଲୀପ ନାୟକଙ୍କୁ ଟିକଟ ଦେଇଛି ଦଳ, ଥରେ ନୁହେଁ ସାତ ସାତ ଥର ଆଲୋଚନା ପର୍ଯ୍ୟାଲୋଚନା ପରେ ନିମାପଡ଼ା ପାଇଁ ବିଜେଡି ଦଳରୁ ଟିକଟ ପାଇଛନ୍ତି ଦିଲ୍ଲୀପ । ଟିକଟ ନ ପାଇଥିବା ବିଧାୟକମାନଙ୍କୁ ଦଳ ସମ୍ମାନ ଦେଇଛି, ସମ୍ମାନ ଦେବା ମାନେ ଦୁର୍ବଳତା ନୁହେଁ, ସମ୍ମାନ ଦେବା ମାନେ ବେଇମାନି ନୁହେଁ । ଉପଯୁକ୍ତ ସମ୍ମାନ ସମୀର ଦାଶଙ୍କୁ ଦଳ ଦେଇଛି । ନିର୍ବାଚନରେ ପଛରୁ ଛୁରାଘାତକୁ ବରାଦସ୍ତ କରାଯିବ ନାହିଁ । ସେହିପରି ଦଳରେ ବିଭ୍ରାଟ ସୃଷ୍ଟି କରୁଥିବା ସମୀରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ସେପଟେ ଘଡିକେ ଘୋଡା ଛୁଟୁଛି ନିମାପଡ଼ା ରାଜନୀତିରେ । ଗତ ଚାରି ତାରିଖରେ ବିଜେଡିର ବିଭିନ୍ନ ପଦ ପଦବୀରୁ ସମୂହ ଇସ୍ତଫା ଦେଇଥିବା ବିଜେଡିର ଅନେକ ନେତୃତ୍ଵ ଓ ଜନପ୍ରତିନିଧି ବିଜେପିରେ ସାମିଲ ହେବା ରାଜ୍ୟ ରାଜନୀତିରେ ଅଲୋଡ଼ନ ସୃଷ୍ଟି କରିଛି । ନିର୍ବାଚନ ପୂର୍ବରୁ ନିମାପଡ଼ା ବ୍ଲକ ଅଧକ୍ଷ ଅଶୋକ ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଖଟେଇଙ୍କ ନେତୃତ୍ବରେ ବିଜେପିରେ ସାମିଲ ହୋଇଛନ୍ତି ନିମାପଡ଼ା ବ୍ଲକ ଅଧ୍ୟକ୍ଷ, ଶଙ୍କର ଭୋଇ ଓ ଉପାଧ୍ୟକ୍ଷ ଅନୁସୟା ମହାନ୍ତିଙ୍କ ସମେତ ନିମାପଡା ଏନଏଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଛଅ ବିଜେଡି କାଉନସିଲର । ଏମାନଙ୍କ ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥିତ ସରପଞ୍ଚ ଓ ନୋମିନ, ବିଜେଡି ମହିଳା, ଯୁବ, ଛାତ୍ର ସଭାପତିସମାନ ଢଙ୍ଗରେ ସମାନ ସ୍ଥାନରେ ବିଜେଡିକୁ ବାଏ ବାଏ କରି ବିଜେପିରେ ହୋଇଛନ୍ତି ସାମିଲ ।

ଏହା ମଧ୍ୟ ପଢନ୍ତୁ...ସମୀରଙ୍କ ସମର୍ଥକଙ୍କ ରଣହୁଙ୍କାର ପରେ ନିମାପଡ଼ାରେ ଆଧିପତ୍ୟ ଜାହିର କଲେ ଦିଲ୍ଲୀପ - DILLIP NAYAK POWER SHOW

ସେପଟେ ସମୀରଙ୍କୁ ଦଳ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ କରିଥିବାବେଳେ ତାଙ୍କର ଶହ ଶହ ସମର୍ଥକ ଦିନକୁ ଦିନ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ଅନ୍ୟପଟେ ବିଜେଡିକୁ ଅହଙ୍କାରୀ ଓ ତାତ୍ସଲ୍ୟ କରିଛି ବିଜେଡିର ପୂର୍ବତନ ବ୍ଲକ ସଭାପତି ଅଶୋକ ସାହୁ । ବିଜେପିକୁ ଶକ୍ତିଶାଳୀ କରାଇବା ସହିତ ନିମାପଡ଼ାରେ ବିଜେପିକୁ ବିଜୟ କରାଇବ ବୋଲି କହିଥିବାବେଳେ ଲକ୍ଷାଧିକ ଭୋଟରେ ପ୍ରଭାତୀ ବିଜୟ ଲାଭ କରିବ ବୋଲି ବିଜେପି କହିଛି । ତେବେ ନିର୍ବାଚନ ପୂର୍ବରୁ ଗତ କିଛି ଦିନ ଧରି ନିମାପଡା ବିଜେଡିରେ ଦେଖାଦେଇଥବା ଅସ୍ଥିରତାର ଫାଇଦା ନେଇଛି ବିଜେପି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details