ଓଡିଶା

odisha

ETV Bharat / state

ବୌଦ୍ଧରେ ଜମୁଛି ପ୍ରଚାର, ବିଜେଡି ମେନିଫେଷ୍ଟୋକୁ ନେଇ ଉତ୍ସାହିତ ନେତା ଓ କର୍ମୀ - BJD Manifesto - BJD MANIFESTO

BJD Campaigning In Boudh: ବୌଦ୍ଧ ନିର୍ବାଚନୀ ମଣ୍ଡଳୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ଷଷ୍ଠ ଥର କ୍ଷମତା ହାସଲ ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ କୁମାର ଅମାତ ।ଅଧିକ ପଢନ୍ତୁ

ବୌଦ୍ଧରେ ଜମୁଛି ପ୍ରଚାର, ବିଜେଡି ମେନିଫେଷ୍ଟୋ ପ୍ରକାଶ ପରେ ଉତ୍ସାହିତ ଦଳୀୟ ନେତା ଓ କର୍ମୀ
ବୌଦ୍ଧରେ ଜମୁଛି ପ୍ରଚାର, ବିଜେଡି ମେନିଫେଷ୍ଟୋ ପ୍ରକାଶ ପରେ ଉତ୍ସାହିତ ଦଳୀୟ ନେତା ଓ କର୍ମୀ (ETV Bharat Odisha)

By ETV Bharat Odisha Team

Published : May 11, 2024, 7:54 PM IST

ବୌଦ୍ଧରେ ଜମୁଛି ପ୍ରଚାର, ବିଜେଡି ମେନିଫେଷ୍ଟୋ ପ୍ରକାଶ ପରେ ଉତ୍ସାହିତ ଦଳୀୟ ନେତା ଓ କର୍ମୀ (ETV Bharat Odisha)

ବୌଦ୍ଧ: ପାଞ୍ଚ ପାଞ୍ଚ ଥରର ନିର୍ବାଚିତ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଗୋଟିଏ ପଟରେ ବିଜେଡି ଦଳର ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଅନ୍ୟପଟେ ବିଜେଡି ଦଳର ମେନିଫେଷ୍ଟୋ ପ୍ରକାଶ ପାଇବା ପରେ ଉତ୍ସାହିତ ଦଳୀୟ ନେତା ଓ କର୍ମୀ । ଚଳିତ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ରହିଥିବାବେଳେ ବୌଦ୍ଧ ନିର୍ବାଚନୀ ମଣ୍ଡଳୀରେ ବିଜେଡି ତାର ପ୍ରଚାର ଅଭିଯାନକୁ ଜୋରଦାର କରିଛି । ସେହିପରି ଜିଲ୍ଲାର ଅନ୍ୟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର ଅଭିଯାନ ।

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଗତ ପାଞ୍ଚ ଥରର ବିଧାୟକ ତଥା ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଥିବା ବେଳେ ଶାସକ ବିଜେଡ଼ି ଦଳ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତୀ, ବିଜେପି ମୋଦି ଗ୍ୟାରେଣ୍ଟି ଓ କଂଗ୍ରେସ ଦଳ କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଛତ୍ରପୁରରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥିଙ୍କ ଜୋରଦାର ପ୍ରଚାର, ସ୍ଥାନୀୟ ନିଯୁକ୍ତିକୁ କରିଛନ୍ତି ମୁଦ୍ଦା - Congress Campaigning In Chhatrapur

ତେବେ ଗତ ଦୁଇ ଦିନ ତଳେ ବିଜେଡି ଦଳ ପକ୍ଷରୁ ମେନିଫେଷ୍ଟୋ ପ୍ରକାଶ ପାଇବା ପରେ ବିଜେଡି ଦଳର ନେତା ଓ କର୍ମୀ ମାନେ ପ୍ରବଳ ଉତ୍ସାହିତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧର ଗାନ୍ଧିଛକ ଠାରେ ବିଜେଡ଼ି ଦଳ ପକ୍ଷରୁ ବାଣ ଫୁଟାଇବା ସହିତ ମିଷ୍ଟାନ୍ନ ବଣ୍ଟନ କରି ଦଳୀୟ ମେନିଫେଷ୍ଟୋକୁ ସ୍ବାଗତ କରାଯାଇଥିଲା । ବିଜେଡି ମେନିଫେଷ୍ଟୋରେ ଯୁବ ବର୍ଗ, ମହିଳା ସଶକ୍ତିକରଣ, ବିଦ୍ୟୁତ ବିଲ୍, ମଧ୍ୟବିତ୍ତ ଶ୍ରେଣୀର ପରିବାର ପାଇଁ ବିଭିନ୍ନ ଘୋଷଣା କରାଯାଇଥିବାରୁ ଏହା ନିଶ୍ଚିତ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details