ଓଡିଶା

odisha

ETV Bharat / state

ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଟଙ୍କା ଠକେଇ କରି କରୁଥିଲେ ହାଇ ବଜେଟ ସିନେମା

ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ନିରଞ୍ଜନ ରଣା ଗିରଫ । 100ରୁ ଉର୍ଦ୍ଧ୍ବ ଲୋକଙ୍କ ଜମି ଦେବା ଆଳରେ କରିଛନ୍ତି ଟଙ୍କା ଠକେଇ । ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ ।

By ETV Bharat Odisha Team

Published : 4 hours ago

FILM PRODUCER NIRANJAN ARRESTED
FILM PRODUCER NIRANJAN ARRESTED (ETV BHARAT ODISHA)

ଭୁବନେଶ୍ବର: ଟଙ୍କା ଠକେଇ କରି ଫିଲ୍ମ କରୁଥିଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା । ଜମି ଦେବା ନାଁରେ 100ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି କରୁଥିଲେ ହାଇବଜେଟର ମୁଭି । ଓଡିଶାରୁ ଠକେଇ କରି ମୁମ୍ବାଇରେ ଲୁଚି ରହୁଥିଲେ । ଦଶହରା ପାଇଁ ଓଡ଼ିଶା ଆସି ଫସିଗଲେ ନିରଞ୍ଜନ । ଟଙ୍କା ଠକେଇ ଅଭିଯୋଗରେ ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସାଙ୍ଗକୁ ମା ତାରିଣୀ ଇଷ୍ଟକର୍ଣ୍ଣ ପ୍ରାଇଭେଟ୍ ଲିମିଟେଡର ମାଲିକ ରହିଛନ୍ତି ନିରଞ୍ଜନ । ତାଙ୍କ ନାମରେ ପୂର୍ବରୁ ବାଲିଅନ୍ତା ଓ ସହିଦନଗର‌ ଥାନାରେ ୨୧ଟି ମାମଲା ରହିଛି। ଏପରିକି ଗିରଫ ଭୟରେ ଲୁଚିଥିବାରୁ ତାଙ୍କ ନାମରେ 7ଟି ଏନ୍ ବିଡବ୍ଲୁ ମଧ୍ୟ ଜାରି ହୋଇଛି।

ଜମି ଦେବା ନାଁରେ ଲୋକଙ୍କୁ ଲଗାଉଥିଲେ ଚୂନ:

ଜମି ଦେବା ନାଁରେ ଠକେଇ କରିବା ଅଭିଯୋଗରେ ନିରଞ୍ଜନ ରଣାଙ୍କୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଏକାଧିକ ଲୋକଙ୍କୁ ଜମି ଓ ଘର ଦେବାକୁ କହି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ନେବା ପରେ ଆଉ ଧରା ଛୁଆଁ ଦେଉନଥିଲେ ନିରଞ୍ଜନ । ଠକେଇ ଟଙ୍କାରେ ସିନେମା କରୁଥିଲେ ନିରଞ୍ଜନ । ଜମି ଓ ଫ୍ଲାଟ୍ ଦେବା ଆଳରେ ଅନେକ ଲୋକଙ୍କୁ ଠକିଥିବା ରହିଛି ଅଭିଯୋଗ। ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଠକେଇ କରିଥିବା ତାଙ୍କର ନାଁରେ ଅଭିଯୋଗ ରହିଛି। ନିରଞ୍ଜନ ଗିରଫ ପରେ ଅଲିଉଡ ଇଣ୍ଡଷ୍ଟ୍ରିରେ ହଲଚଲ ମଚିଯାଇଛି ।

ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ (ETV BHARAT ODISHA)
FILM PRODUCER NIRANJAN ARRESTED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପୂଜା ବଜାରରେ ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର, 'କର୍ମ' ଓ 'ଭିଲେନ' ମଧ୍ୟରେ କଡ଼ା ଟକ୍କର

ଏହା ମଧ୍ୟ ପଢନ୍ତୁ-ଦ୍ୱିତୀୟ ବିବାହ ନେଇ ମନୋଜ ମିଶ୍ରଙ୍କ ନାଁରେ ଅଶାଳୀନ ଟିପ୍ପଣୀ, ସାଇବର ଥାନାକୁ ଗଲା ମାମଲା - Manoj Mishra Files FIR

ଏହା ମଧ୍ୟ ପଢନ୍ତୁ-ଝିଅ ପାଇଁ ଭାବୁକ ହେଲେ ମନୋଜ ମିଶ୍ର, ଲେଖିଲେ ଇମୋସନାଲ୍ ନୋଟ୍ - Manoj Mishra Post For Daughter

ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି :

ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ (ETV BHARAT ODISHA)

ଓଡ଼ିଶାରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିବା ପରେ ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ ନିରଞ୍ଜନ । ଦଶହରା ପାଇଁ ଓଡ଼ିଶା ଆସିଥିବା ବେଳେ ଗିରଫ କରିଛି ପୋଲିସ। ଠକେଇ ଟଙ୍କାରେ ସେ ତିଆରି କରୁଥିଲେ ହାଇ ବଜେଟ ଓଡ଼ିଆ ଫିଲ୍ମ । ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, '' ଗତ ୯ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଦୀର୍ଘ ଦିନ ଧରି ନିରୀହ ଲୋକଙ୍କୁ ନିରଞ୍ଜନ ରଣା ଠକାମୀ କରି ଆସୁଥିଲା। ଗତକାଲି ବାଲିଅନ୍ତା ଥାନା ପୋଲିସ ଗିରଫ କରିଛି। ନିରଞ୍ଜନଙ୍କ ନିକଟରୁ ଟଙ୍କା ଏବଂ କାର ଜବତ କରାଯାଇଥିବା ବେଳେ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଉକ୍ତ ବ୍ୟକ୍ତି ଜଣଙ୍କ ୨୧ ଟି ମୋକଦ୍ଦମା ମାମଲାରେ ସଂପୃକ୍ତ ଥିବା ବେଳେ ୭ ଟି ଏନ୍ ବି ଡବ୍ଲ୍ୟୁ ମଧ୍ୟ ରହିଛି। ବିଶେଷ ଭାବରେ ନିରଞ୍ଜନ ବିଭିନ୍ନ ସମୟରେ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି କରିଛି । ତେବେ ଏଥିରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି ତାହାକୁ ତଦନ୍ତ କରାଯାଉଛି ।''

ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details