ଓଡିଶା

odisha

ETV Bharat / state

4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’ - NORTH ODISHA FESTIVAL

ବ୍ୟାସକବିଙ୍କଠୁ ମହତାବଙ୍କ ପର୍ଯ୍ୟନ୍ତ ବରପୁତ୍ରଙ୍କୁ କରାଯିବା ସ୍ମରଣ । ଦେଖିବାକୁ ମିଳିବ କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ଝଲକ୍‌ । ଗୋଟିଏ ଧାରାରେ ଏକାଠି ହେବ ଉତ୍ତର-ଓଡିଶା ।

4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’
4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’ (ETV Bharat Odisha)

By ETV Bharat Odisha Team

Published : Jan 23, 2025, 5:45 PM IST

ବାଲେଶ୍ବର: ଉତ୍ତର ଓଡ଼ିଶାର ୪ଟି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକକୁ ନେଇ ଆୟୋଜିତ ହେବ ‘ଉତ୍ତର ଓଡିଶା ଉତ୍ସବ’ । ଭୌଗଳିକ ଭାବେ ଉତ୍ତର-ଓଡିଶାକୁ ପ୍ରତିନିଧିତ୍ବ କରୁଥିବା ଏହି 4 ଜିଲ୍ଲାର ବୈଭବଶାଳୀ ଇତିହାସ, କଳା, ସଂସ୍କୃତି, ଖାଦ୍ୟପେୟ ଓ ପାରମ୍ପରିକ ଚଳଣୀର ଝଲକ ହିଁ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ । ଉତ୍ତର ଓଡିଶା ପରିଷଦ ପ୍ରଚେଷ୍ଟାରେ ଚଳିତମାସ (ଜାନୁଆରୀ) ୩୧ ତାରିଖଠୁ ଆରମ୍ଭ ହୋଇ ଏହି ମହୋତ୍ସବ ଫେବୃଆରୀ ୪ ତାରିଖରେ ଉଦଯାପିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

  • 5 ବରପୁତ୍ରଙ୍କୁ ଉତ୍ସର୍ଗ ହେବ ମହୋତ୍ସବର ପ୍ରତ୍ୟକ ଦିବସ

ସ୍ଥାନୀୟ ଆଇ.ଟି.ଆଇ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି 5 ଦିନିଆ ମହୋତ୍ସବର ନାମ ରଖାଯାଇଛି ‘ଉତ୍ସବ ଉତ୍ତର ଓଡିଶା’ । ମହୋତ୍ସବର ପ୍ରତ୍ୟକ ଦିନ ଏହି 4 ଜିଲ୍ଲାର ବରପୁତ୍ରଙ୍କ ନାମରେ ଉତ୍ସର୍ଗୀକୃତ ହେବ । ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ ବ୍ୟାସକବି ଫକୀର ମୋହନ ସେନାପତି, ପଣ୍ଡିତ ରଘୁନାଥ ମୁର୍ମୁ, ବିପ୍ଲବୀ ଧରଣୀଧର ନାୟକ, ଉତ୍କଳ କେଶରୀ ଡଃ.ହରେକୃଷ୍ଣ ମହତାବ ଏବଂ ଶହୀଦ ବାଘାଯତୀନଙ୍କ ନାମରେ ସମାରୋହର ଦିବସଗୁଡିକୁ ଉତ୍ସର୍ଗ କରାଯିବାକୁ ଆୟୋଜକ ସମିତି ସ୍ଥିର କରିଛି । 4 ଜିଲ୍ଲାର ଐତିହ୍ୟ, ପରମ୍ପରା, କଳା, ସଂସ୍କୃତି, ଭାଷା, ସାହିତ୍ୟ, ଖାଦ୍ୟାଭ୍ୟାସକୁ ଇତ୍ୟାଦିକୁ ନେଇ ଏହି ଉତ୍ସବ ମାଧ୍ୟମରେ ଉତ୍ତର ଓଡ଼ିଶାକୁ ଏକ ଭାବର ସୂତ୍ରରେ ବାନ୍ଧି ରଖିବାକୁ ଏହା ଏକ ସାମଗ୍ରିକ ପ୍ରାୟସ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’ (ETV Bharat Odisha)
  • ଜିଲ୍ଲାର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବାର ପ୍ରୟାସ: ଆୟୋଜକ

ଆଗାମୀ କାର୍ଯ୍ୟପନ୍ଥା ଏବଂ ଏଭଳି ଉତ୍ସବ ଆୟୋଜନ ସମ୍ପର୍କରେ ପରିଷଦର ସଭାପତି ସଂଗ୍ରାମ ଦାସ କହିଛନ୍ତି,"ଉତ୍ସବ ଉତ୍ତର ଓଡିଶା ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆମର ଇତିହାସ ଓ ପୂର୍ବ ପୁରୁଷମାନଙ୍କ ସମ୍ପର୍କରେ ବର୍ତ୍ତମାନ ପିଢିକୁ ଅବଗତ କରିବା । ବରପୁତ୍ରଙ୍କ ସ୍ମୃତିଚାରଣ ପାଇଁ ଏହି ଆୟୋଜନ ହେଉଛି । ସେମାନଙ୍କର ଅବଦାନ କ’ଣ ଥିଲା, ଏହି ଉତ୍ସବ ମାଧ୍ୟମରେ ବର୍ତ୍ତମାନର ଯୁବପିଢି ଜାଣିବାର ଅବସର ପାଇବେ ।’’

  • ମିଳିବ ପାଳୁଅ ଲଡୁରୁ ମାଂସମୁଢିର ମହକ

ଆହୁରି ମଧ୍ୟ ସେ କହିଛନ୍ତି,‘‘ ଆମର ଯେଉଁ ପାରମ୍ପରିକ ଖାଦ୍ୟ ରହିଛି ତା’ ଉପରେ ଆମେ ବିଶେଷ ପ୍ରାଧାନ୍ୟ ଦେବୁ । ଯେମିତି ଭଦ୍ରକର ପାଳୁଅ ଲଡୁ, କେନ୍ଦୁଝରର ମୁଗ ଖେଚୁଡ଼ି, ବାରିପଦାର ମାଂସମୁଢି ଏସବୁ ଖାଦ୍ୟ ପାନୀୟ ଉପରେ ଭାବ ଆଦାନ ପ୍ରଦାନ ହେବ ଏବଂ ଏହିସବୁ ଖାଦ୍ୟର କେମିତି ପ୍ରଚାର ପ୍ରସାର ହେବ ସେ ଦିଗରେ ଆମେ ଧ୍ୟାନ ଦେବୁ। ମୁଖ୍ୟତଃ ଆମେ ଏହି ଆଶା ନେଇ ଏହାକୁ ପାଳନ କରୁଛୁ। ଆସନ୍ତା 31 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ। ଲୋକାଲ ଲୋକ ନୁହେଁ ଚାରୋଟି ଜିଲ୍ଲାର ସମସ୍ତଙ୍କର କଳା ଓ ଖାଦ୍ୟ ପାନୀୟ ସବୁକୁ ଆମେ ପ୍ରଦର୍ଶନ କରିବା ପାଇଁ ଏହାକୁ ଆମେ ଆୟୋଜନ କରିଛୁ।"


ଇଟିଭି ଭାରତ, ବେଲାଶ୍ବର

ABOUT THE AUTHOR

...view details