ଓଡିଶା

odisha

ETV Bharat / state

ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ନାଚି ପାରିବେନି ବାରଗାର୍ଲ - DANCE BAR NEW POLICES

ଗୀତ ଗାଇପାରିବେ କିନ୍ତୁ ନାଚି ପାରିବେ ନାହିଁ କି ଉତ୍ତେଜକ ପୋଷାକ ପିନ୍ଧି ପାରିବେନି ବାର ଗାର୍ଲ୍ସ । ଡ୍ୟାନ୍ସ ବାର ପାଇଁ ଅବକାରୀ ନୀତିରେ ବଡ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।

ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ଆସିଲା ନୁଆ ନିୟମ,
ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ଆସିଲା ନୁଆ ନିୟମ, (ETV Bharat Odisha)

By ETV Bharat Odisha Team

Published : Oct 30, 2024, 12:57 PM IST

Updated : Oct 30, 2024, 6:41 PM IST

ଭୁବନେଶ୍ବର:ଅବକାରୀ ନୀତିରେ ବଡ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ଡାନ୍ସ ବାରରେ ନୃତ୍ୟ କରିପାରିବେନି ବାରଗାର୍ଲ୍ । ଅର୍କେଷ୍ଟ୍ରା ପରିବେଷଣ ସହ ମ୍ୟୁଜିକାଲ ମାହୋଲରେ ମଜା ନେଇପାରିବେ ଗ୍ରାହକ । ନିଜେ ନାଚି ମଜା ନେଇପାରିବେ, କିନ୍ତୁ ବାରରେ କୌଣସି ବାର ଗାର୍ଲ୍ସ ନୃତ୍ୟ ପରିବେଷଣ କରିବେ ନାହିଁ । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଆସିଛି ନୂଆ ତଥା କଡା ନିୟମ । ଯେଉଁଠି ବାରଗାର୍ଲ୍ସଙ୍କ ସଙ୍ଗୀତ ପରିବେଷଣକୁ ଅନୁମତି ଥିବା ବେଳେ ନୃତ୍ୟ ଓ ଉତ୍ତେଜକ ଅଙ୍ଗଭଙ୍ଗୀ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

  • ଅବକାରୀ ନୀତିରେ ଅସ୍ମିତାର ଝଲକ !

ଓଡିଆ ଅସ୍ମିତା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗକୁ ଆଧାର କରି ନୁଆ ଅବକାରୀ ନୀତିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅବକାରୀ ନୀତିରେ ସଂଶୋଧନ ଆଣି ଡ୍ୟାନ୍ସ ବାର ଚଲାଇବା ପାଇଁ କେବଳ ନୃତ୍ୟ ପରିବେଷଣକୁ ବାଦ ଦେଇ ଅର୍କେଷ୍ଟ୍ରା ପରିବେଷଣ ଓ ମ୍ୟୁଜିକାଲ ନାଇଟ୍‌ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ କଡ଼ା ନିୟମର ଏକ ସଂଶୋଧିତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପୂର୍ବାପେକ୍ଷା ଅଧିକ ଓ କଠିନ ସର୍ତ୍ତାବଳୀ ରଖାଯାଇଛି । 21 ବର୍ଷରୁ କମ ବୟସ୍କ ଯୁବତୀ ଓ ମହିଳାଙ୍କ ପାଇଁ ବାରରେ ଅଂଶଗ୍ରହଣକୁ ନିଷେଧ କରାଯାଇଛି । ତଦୁର୍ଦ୍ଧ୍ବ ବୟସର ମହିଳା କିମ୍ବା ଯୁବତୀ ଡାନ୍ସ ବାର ଯାଇପାରିବେ ।

ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ଆସିଲା ନୁଆ ନିୟମ, ଏବେ ନାଚିବେ ଗ୍ରାହକ (ETV Bharat Odisha)
  • ଏଣିକି ବାର ଲାଇସେନ୍ସ ପାଇବା ହେବ କଠିନ :-

ଏନେଇ ଅବକରୀ କମିଶନର ନରସିଂହ ଭୋଳସୂଚନା ଦେଇଛନ୍ତି ଯେ, କଟକ ଓ ଭୁବନେଶ୍ବରରେ ଯେଉଁ ଡ୍ୟାନ୍ସ ବାର ଚାଲୁଥିଲା, ସେଥିପାଇଁ ପୂର୍ବରୁ 3ଟି ମାପଦଣ୍ଡରେ ଅନୁମତି ଆବଶ୍ୟକ ହେଉଥିଲା । ଏବେ ନୂଆ ପଲିସିରେ ବାର ଗାର୍ଲ ଡ୍ୟାନ୍ସ‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ଅର୍କେଷ୍ଟ୍ରା ପ୍ରଦର୍ଶନ ଓ ମ୍ୟୁଜିକ୍‌ ପାଇଁ ଅନୁମତି ଦିଆଯିବ । ସେନେଇ ଅନେକଗୁଡ଼ିଏ ସର୍ତ୍ତ ରହିଛି । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବାର ମାଲିକମାନେ ବାଧ୍ୟ । ଏହାର ଉଲ୍ଲଂଘନ ସ୍ଥଳେ ବାରର ଲାଇସେନ୍ସ ରଦ୍ଦ କରାଯିବା ନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି ।’’

ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ଆସିଲା ନୁଆ ନିୟମ, ଏବେ ନାଚିବେ ଗ୍ରାହକ (ETV Bharat Odisha)
  • CCTV ଅଚଳ ହେଲେ ବାର ବନ୍ଦ

ବାରରେ ସିସିଟିଭି ଲଗାଇବା ସହ ମ୍ୟୁଜିକ ପରିବେଷଣ ସମୟରେ ସିସିଟିଭି କାର୍ଯ୍ୟକ୍ଷମ ରହିବା ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟକ୍ରମର ଫୁଟେଜ ପରବର୍ତ୍ତୀ ତିନି ମାସ ପର୍ଯନ୍ତ ଷ୍ଟୋରେଜ ହୋଇ ରହିବ । କୌଣସି କାରଣରୁ ସିସିଟିଭି ବନ୍ଦ ହେଲେ ବାର‌ ବନ୍ଦ ରହିବ । ବାରରେ ଅର୍କେଷ୍ଟ୍ରା ପ୍ରଦର୍ଶନ ସମୟରେ ଗ୍ରାହକ ଟଙ୍କା ଉଡାଇ ପାରିବେନାହିଁ କି ଗିଫ୍ଟ ଓ ଟିପ୍ସ ଆକାରରେ ମଧ୍ୟ ଟଙ୍କା ଦେଇପାରିବେ ନାହିଁ । ବରଂ ସେମାନେ ଚାହିଁଲେ, ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର ମ୍ୟାନେଜରଙ୍କୁ ଦେଇପାରନ୍ତି । ବାରରେ ନିୟୋଜିତ କର୍ମଚାରୀ କୌଣସି ପ୍ରକାରର ଉତ୍ତେଜକ ପୋଷାକ ପିନ୍ଧି ପାରିବେନାହିଁ କି ଉତ୍ତେଜନା ସୃଷ୍ଟି କରିବା ପରି ଅଙ୍ଗଭଙ୍ଗୀ ପ୍ରଦର୍ଶନ ମଧ୍ୟ କରିପାରିବେ ନାହିଁ ।

'ବାର୍ ଡ୍ୟାନ୍ସ' ଓଡ଼ିଆ ସଂସ୍କୃତି ନୁହେଁ ':

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି,"କୌଣସି ବାରରେ 'ବାର୍ ଡ୍ୟାନ୍ସ' ହୋଇପାରିବ ନାହିଁ । କେବଳ ଅର୍କେଷ୍ଟା ହୋଇପାରିବ । ଅଶ୍ଳୀଳତା ହୋଇପାରିବ ନାହିଁ । ସେହିଭଳି ଯାତ୍ରା ମାଲିକ ମନେ ମଧ୍ୟ ଅଶ୍ଳୀଳତାକୁ ପ୍ରଶୟ ଦିଅନ୍ତୁ ନାହିଁ । 'ବାର୍ ଡ୍ୟାନ୍ସ' ଓଡ଼ିଆ ସଂସ୍କୃତି ନୁହେଁ ।"

ଏହା ମଧ୍ୟ ପଢନ୍ତୁ:- ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ

ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର -

  • ବାରଗାର୍ଲ୍ସ ଓ ଦର୍ଶକଙ୍କ ମଧ୍ୟରେ ରହିବ ଯଥେଷ୍ଟ ଦୂରତା

ସେହିପରି ୧୦ଫୁଟ, ୧୨ଫୁଟର ଏକ ସ୍ବତନ୍ତ୍ର ଷ୍ଟେଜ ବା ପରଫରମାନ୍ସ ଫ୍ଲୋରରେ କେବଳ ଅର୍କେଷ୍ଟ୍ରା ପ୍ରଦର୍ଶନ କରିପାରେବେ । ଫ୍ଲୋର ଚାରିପଟେ 3 ଫୁଟର ବାଡ ରହିବ । 21 ବର୍ଷରୁ କମ ବୟସର ଯୁବତୀ ବା ମହିଳାଙ୍କୁ ବାରରେ ନିୟୋଜିତ କରାଯିବ ନାହିଁ । ଯେଉଁ ମହିଳା ବାର‌ଗାର୍ଲଙ୍କ ବିରୋଧରେ ପୁର୍ବରୁ ‘ଆଇଟିପି’ ଆକ୍ଟରେ କୌଣସି କେସ ଥିବା, ସେମାନଙ୍କୁ ବାରରେ ନିୟୋଜିତ କରାଯିବ ନାହିଁ । ନିୟୋଜିତ ହେଉଥିବା ମହିଳା କର୍ମଜୀବୀଙ୍କ ପାଇଁ ବାର କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବେ ପରିଚୟପତ୍ର ଲାଗୁ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2024, 6:41 PM IST

ABOUT THE AUTHOR

...view details