ଓଡିଶା

odisha

ETV Bharat / state

ପୌରାଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଲେ କାଉନସିଲର - bhawanipatna municipality chairman - BHAWANIPATNA MUNICIPALITY CHAIRMAN

Bhawanipatna Municipality: ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଗର୍ଜିଲେ କାଉନସିଲର । ଆଣିଲେ ଅନାସ୍ଥା ପ୍ରସ୍ତାବ । ଅଧିକ ପଢନ୍ତୁ

NO CONFIDENCE MOTION
NO CONFIDENCE MOTION (ETV BHARAT ODISHA)

By ETV Bharat Odisha Team

Published : Jun 29, 2024, 12:39 PM IST

ଭବାନୀପାଟଣା: ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷାଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ କାଉନସିଲର । ବିଜେଡିର 18, ବିଜେପିର ଜଣେ ଓ କଂଗ୍ରେସର ଜଣେ କାଉନସିଲର ମିଶି ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି । ଗତକାଲି (ଶୁକ୍ରବାର) 20 ଜଣ କାଉନସିଲର ମିଶି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୌର ପରିଷଦ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ପୌର କାର୍ଯ୍ୟାଳୟରେ ଅଧ୍ୟକ୍ଷା ନିଜ ମାନମାନି କରୁଥିବା ବେଳେ ୱାର୍ଡମାନଙ୍କ ବିକାଶ ଦିଗରେ ଧ୍ୟାନ ଦେଉନାହାନ୍ତି । ସମସ୍ତ କାର୍ଯ୍ୟରୁ କାଉନସିଲରମାନଙ୍କୁ ଦୂରେଇ ରଖୁଛନ୍ତି । ଫଳରେ କାଉନସିଲରମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଗର୍ଜିଛନ୍ତି ।

NO CONFIDENCE MOTION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଫୁଲବାଣୀ ପୌର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ କାଉନସିଲର - Phulbani Municipality

ଭବାନୀପାଟଣା ପୌର ପରିଷଦ ବିଜେଡି ଦଖଲରେ ରହିଛି । ବିଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟ ହାସଲ କରିଥିବାବେଳେ ପୌର ପରିଷଦର 20ଟି ୱାର୍ଡ ମଧ୍ୟରୁ 18ଟି ୱାର୍ଡରେ ବିଜେଡି କାଉନସିଲରମାନେ ବିଜୟୀ ହୋଇଥିଲେ । ଅନ୍ୟ ଦୁଇଟି ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଥିଲା । ଅଧ୍ୟକ୍ଷା କାଉନସିଲରଙ୍କ ଉପରେ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ବଦଳିଛି । 24 ବର୍ଷର ବିଜେଡି ସରକାରକୁ ହଟାଇ ଶାସନ ଗାଦି ସମ୍ଭାଳିଛି ବିଜେପି । ଆଗକୁ ବର୍ଷା ଋତୁ ପାଖେଇ ଆସୁଥିବାବେଳେ ଅନାସ୍ତା ପ୍ରସ୍ତାବ ଯୋଗୁଁ ପୌର ପରିଷଦ କାର୍ଯ୍ୟ ଠପ୍ ହେବାର ସମ୍ଭାବନା ରହିଛି । ସେପଟେ ଏନେଇ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଦାବିପତ୍ର ନିର୍ବାଚନ କମିଶନଙ୍କୁ ପଠାଯିବ ଏବଂ ତାଙ୍କର ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details