ଓଡିଶା

odisha

By ETV Bharat Odisha Team

Published : Apr 24, 2024, 12:10 PM IST

ETV Bharat / state

ପୂରଣ ହେଉନି ଦାବି, ନିୟମଗିରି ଡଙ୍ଗରିଆଙ୍କ ଭୋଟ ବର୍ଜନ ନିଷ୍ପତ୍ତି - Boycott Election

Tribes threat Boycott Election: ନିୟମଗିରି ଡଙ୍ଗରିଆଙ୍କ ପୂରଣ ହେଉନି ଦାବି । ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

Boycott Election
Boycott Election

Boycott Election

ରାୟଗଡା: ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ନିୟମଗିରି ଡଙ୍ଗରିଆ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏକ ମେଳି କରି 32ଖଣ୍ଡ ଗାଁର ଡଙ୍ଗରିଆ ଏହି ନିଷ୍ପତ୍ତି ନେଇଛନ୍ତି । ଜଳ, ଜମି, ଜନ୍ତୁ, ଜଙ୍ଗଲ, ଜନମାନସଙ୍କ ସ୍ୱାର୍ଥରେ ଅନେକ ଦାବି କରିଛନ୍ତି ଡଙ୍ଗରିଆ ।

ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ନିୟମଗିରୀ ଶିଖରରେ ଅବସ୍ଥାପିତ ସମସ୍ତ ବତିଶ ଗୋଟି ଗ୍ରାମର ଡ଼ଙ୍ଗରିଆ ସମ୍ପ୍ରଦାୟରୁ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ପାର୍ସାଲି ପଞ୍ଚାୟତ ହାଟପଦା ଠାରେ ମେଳି ଆୟୋଜନ କରିଥିଲେ । ଅନେକ ପ୍ରକାର ଦାବିକୁ ଦୋହରାଇଥିଲେ । ଏହି ପରିପେକ୍ଷୀରେ ରାୟଗଡା ଆରକ୍ଷୀ ଅଧିକ୍ଷକ ହରିଶ ବିଶି ପହଞ୍ଚି ନିୟମଗିରୀ ଅଞ୍ଚଳର ଡ଼ଙ୍ଗରିଆମାନଙ୍କ ସହିତ ଆଲୋଚନା କରିବାର ଯୋଜନା ରହିଥିଲା । ଡ଼ଙ୍ଗରିଆଙ୍କ ନାମରେ ଥିବା ସମସ୍ତ ପ୍ରକାର ଏତଲାକୁ ସମ୍ପୂର୍ଣ ରୂପେ ପ୍ରତ୍ୟାହାର ଓ ସରକାରଙ୍କ ଦ୍ୱାରା ଅଭିଭକ୍ତ କୋରାପୁଟ ଜିଲାରେ ପ୍ରଦାନ କରାଯାଇଥିବା ଖଣି ଲିଜ ଗୁଡିକୁ ବାତିଲ କରିବା ପାଇଁ ଆଲୋଚନା ହେବାର ଥିଲା । କିନ୍ତୁ ଆରକ୍ଷୀ ଅଧିକ୍ଷକ କୌଣସି କାରଣ ବଶତଃ ଅନୁପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଞ୍ଚି ଆରକ୍ଷୀ ଅଧିକ୍ଷକ ନିର୍ବାଚନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା କୋହି ଫୋନ ମାଧ୍ୟମରେ ନିୟମଗିରୀ ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କୁ କଥା କରାଇଥିଲେ । ଏହାକୁ ନେଇ ସମସ୍ତ ଡ଼ଙ୍ଗରିଆ ଉତ୍ୟକ୍ତ ଅବସ୍ଥାରେ ଚଳିତ ମାସ ଏଗାର ଓ ଚଉଦ ତାରିଖ ଦୁଇଦିନ କାଳ ଆସି କହିଲେ ଆଜି କାହିଁକି ଆସିଲେ ନାହିଁ ପ୍ରଶ୍ନ କରିବା ସହିତ ଉତ୍ତେଜିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅବହେଳା ଘେରରେ ମାଛକୁଣ୍ଡ, ବିକାଶ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି - Villagers Threat Boycott Election

ଶେଷରେ ଉପସ୍ଥିତ ସମସ୍ତ ଡ଼ଙ୍ଗରିଆ ମହିଳା ପୁରୁଷମାନେ ସରକାର ଆମ ନିୟମଗିରୀ ଅଞ୍ଚଳର ଜଳ, ଜମି, ଜନ୍ତୁ, ଜଙ୍ଗଲ, ଜନମାନସଙ୍କ ସ୍ୱାର୍ଥରେ ଲଢେଇ କରୁଥିବା ଜନ ସାଧାରଣଙ୍କ ଉପରେ ମିଥ୍ୟା ମାଓବାଦୀ ଆଖ୍ୟା ମୋକଦ୍ଦମାର ଏତଲା ଗୁଡିକ ଖାରଜ ଓ ଖଣି ଗୁଡିକର ଲିଜ ପ୍ରତ୍ୟାହାର ନକରନ୍ତି ତେବେ ଅଗାମୀ ସାଧାରଣ ନିର୍ବାଚନକୁ ସମ୍ପୂର୍ଣ ଭାବେ ଭୋଟ ବର୍ଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇଥିଲେ । ତେବେ ନିୟମଗିରି ସୁରକ୍ଷା ସମିତି ଅଧ୍ୟକ୍ଷ ଲଦ ସିକକାଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଆଗାମୀ ନିର୍ବାଚନରେ ନିୟମଗିରିରେ ବସବାସ କରୁଥିବା 32 ଖଣ୍ଡ ଗାଁର ଡ଼ଙ୍ଗରିଆ ଆସନ୍ତା ମାସ 13 ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟ ଦାନରୁ ବିରତି ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details