ଓଡିଶା

odisha

ETV Bharat / state

ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ - NIALI FARMER PROTEST

ନିଆଳି ବ୍ଳକର କସର୍ଦ୍ଦା ପଞ୍ଚାୟତରେ ଧାନ ମଣ୍ଡି ବାତିଲକୁ ରାସ୍ତା ଅବରୋଧ କରିଥିଲେ ଚାଷୀ । ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ।

PADDY PROCUREMENT IRREGULARITY
PADDY PROCUREMENT IRREGULARITY (ETV Bharat Odisha)

By ETV Bharat Odisha Team

Published : Jan 25, 2025, 9:18 AM IST

ନିଆଳି:ଧାନ ମଣ୍ଡି ବାତିଲକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ମଣ୍ଡି ଖୋଲିବା ଦାବିରେ ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ । କଟକ ଜିଲ୍ଲା ନିଆଳି ବ୍ଳକର କସର୍ଦ୍ଦା ପଞ୍ଚାୟତରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି । ନିଆଳି ତହସିଲଦାର ଲିଲନ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହ ବୁଝାସୁଝା କରିଥିଲେ । ଏବଂ ଧାନ ମଣ୍ଡି ଖୋଲାବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।

ରାସ୍ତାରେ ଧାନ ରଖି ପ୍ରତିବାଦ:

PADDY PROCUREMENT IRREGULARITY (ETV Bharat Odisha)

କଟକ ଜିଲ୍ଲାର ନିଆଳି ବ୍ଳକ ରାଣୀଓଳା ସେବା ସମବାୟ ସମିତି ଅଧିନରେ ରହିଛି କସର୍ଦ୍ଦା ପଞ୍ଚାୟତ । କସର୍ଦ୍ଦା ପଞ୍ଚାୟତର ଚାଷୀମାନେ ନିକଟରେ ଅସ୍ଥାୟୀ ଧାନ ମଣ୍ଡିରେ ଧାନ ବିକ୍ରୟ କରିଥାନ୍ତି । ଧାନ ମଣ୍ଡିକୁ ନେଇ ଦ୍ଵନ୍ଦ୍ବ ଉପୁଜିଥିବା ପରେ ଚାଷୀମାନେ ରାସ୍ତା ଅବରୋଧ କରିବା ସହିତ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି ।

କସର୍ଦ୍ଦା ଅଞ୍ଚଳର ଚାଷୀ ତ୍ରିଲୋଚନ ସ୍ବାଇଁ କହିଛନ୍ତି," ଆମେ ରାଣିଓଳା ସେବା ସମବାୟ ସମିତି ଅଧିନରେ ଧାନ ବିକ୍ରି କରୁ । ପ୍ରତିବର୍ଷ କସର୍ଦ୍ଦା ଠାରେ ଧାନ ମଣ୍ଡି ହୁଏ । ଗତକାଲି କଟକ ଜିଲ୍ଲା ପ୍ରଶାସନ କସର୍ଦ୍ଦାଠାରେ ମଣ୍ତି ପାଇଁ ଅର୍ଡର କରିଛନ୍ତି । କିନ୍ତୁ ଅର୍ଡର ବାତିଲ ହେବା ଯୋଗୁଁ ଚାଷୀମାନେ କସର୍ଦ୍ଦା ରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲୁ । ନିଆଳି ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହିତ କସର୍ଦ୍ଦାଠାରେ ଧାନ ମଣ୍ଡି ଖୋଲିବା ସହିତ ଧାନ କ୍ରୟ କରିବା ପାଇଁ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।"

PADDY PROCUREMENT IRREGULARITY (ETV Bharat Odisha)


ଏମିତି କହିଲେ ଚାଷୀ:

ସେହିପରି ଆଉ ଜଣେ ଚାଷୀ ପ୍ରଣୟ କୁମାର ମହାପାତ୍ର କହିଛନ୍ତି," ସରକାର ଘୋଷଣା କଲେ ମଣ୍ତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବେ । ଜାନୁଆରୀ ୬ ଠାରୁ ଚାଷୀ ଟୋକନ ପାଇ ସାରିଲେଣି କିନ୍ତୁ ଏଯାବତ କସର୍ଦ୍ଦାରେ ଧାନ ମଣ୍ଡି ଖୋଲି ନାହଁ । ବିଗତ ବର୍ଷ ଗୁଡ଼ିକରେ କସର୍ଦ୍ଦାରେ ମଣ୍ତି ଖୋଲିଥିଲା ଚାଷୀମାନେ ସୁଚାରୁରୂପେ ଧାନ ଦେଇଥିଲେ । କଟକ ଉପ-ଜିଲ୍ଲାପାଳ ମଣ୍ତି ପାଇଁ ଅର୍ଡର ସହିତ ଅଖା ଓ ତାରିଖ ଘୋଷଣା କରିଥିଲେ । କିନ୍ତୁ ଗତ ବୁଧବାର ସଂଧ୍ୟାରେ ମଣ୍ଡି ଖୋଲିବ ନାହିଁ ବୋଲି ଜାଣିବାକୁ ପାଇଥିଲୁ । ତେଣୁ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି । ତହସିଲଦାର ଆମ୍ଭମାନଙ୍କ ନିକଟରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । "

ଏହା ମଧ୍ୟ ପଢନ୍ତୁ...ମଣ୍ଡିରୁ ଉଠୁନି ଧାନ, ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ - SHOW CAUSE NOTICE TO MILLER

ଏହା ମଧ୍ୟ ପଢନ୍ତୁ...ଜଗତସିଂହପୁରରେ ଧାନ ମଣ୍ଡିରେ ଅବ୍ୟବସ୍ଥା, ଶୀତ-କାକରରେ ପଡ଼ି ରହିଛନ୍ତି ଚାଷୀ - PADDY PROCUREMENT

ଏହା ମଧ୍ୟ ପଢନ୍ତୁ...ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ' - PADDY PROCUREMENT KATNI CHHATNI


ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ:

PADDY PROCUREMENT IRREGULARITY (ETV Bharat Odisha)

ସେହିପରି ତହସିଲଦାର ଲିଲନ କୁମାର ମହାନ୍ତି କହିଛନ୍ତି," ଚାଷୀମାନଙ୍କ ଦାବି କରିଛନ୍ତି ଏଠାରୁ ଧାନ ଉଠାଇବା ପାଇଁ ତେଣୁ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ସହିତ କଥା ହୋଇଛି ଖୁବଶୀଘ୍ର ଧାନ ଉଠିବ । ଚାଷୀମାନଙ୍କ ସହିତ ଆଲୋଚନା ହୋଇଛି ଏବଂ ମିଲର ଗାଡି ଆସିଲେ ଧାନ କିଣା ହେବ । ପ୍ରତିଶ୍ରୁତି ପରେ ଚାଷୀମାନେ ରାସ୍ତାରୁ ଉଠିଛନ୍ତି । "


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details