ବଲାଙ୍ଗୀର:ପୁଣି ଡ଼ାକ୍ତରଖାନାରୁ ନବଜାତ ନିଖୋଜ ଘଟଣା । ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ନିଖୋଜ ହୋଇଥିବ ନବଜାତ ବୌଦ୍ଧରୁ ଉଦ୍ଧାର ହୋଇଛି । ତେବେ ଆଜିବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ନିଖୋଜ ଅଭିଯୋଗ ଆସିଥିଲା । ଏହା ପରେ ପରିବାର ଲୋକେ ଦୀର୍ଘ ସମୟ ଧରି ହସ୍ପିଟାଲ୍ ଆଗରେ ପ୍ରତିବାଦ କରିଥିଲେ । ଏହାସହ ତାଙ୍କ ଶିଶୁ ଉଦ୍ଧାର କରିବା ପାଇଁ ଦାବି କରିଥିଲେ ।
ସୂଚନାଯୋଗ୍ୟ, ଆଜି ଭୀମ ଭୋଇ ମେଡିକାଲ୍ କଲେଜର ମାତୃ ଶିଶୁ ବିଭାଗରୁ ନବଜାତ ନିଖୋଜ ହୋଇଥିଲା । ବଲାଙ୍ଗୀର ବରଦି ଗ୍ରାମର କନ୍ତଲା ସ୍ୱାଇଁ ଓ ସୁଶିଲ ସ୍ୱାଇଁଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଥିଲେ । ଗତକାଲି(ଗୁରୁବାର) କନ୍ତଲା ପ୍ରସୂତି ପାଇଁ ଏହି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ୍ ଥିବାରୁ ତାଙ୍କୁ ଏସଏନଏସ୍ୟୁରେ ଭର୍ତ୍ତି କରିବା ପାଇଁ ଡାକ୍ତର କହିଥିଲେ । ଏହାପରେ ପରିବାରର ଜଣେ ସମ୍ପର୍କୀୟ ଶିଶୁକୁ ନେଇ ଏସଏନଏସ୍ୟୁରେ ଭର୍ତ୍ତି କରିଥିଲେ ।
ହେଲେ ପରବର୍ତ୍ତୀ ସମୟରେ ଶିଶୁଟି ସେଠି ନଥିବାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏସଏନଏସ୍ୟୁ କର୍ତ୍ତୃପକ୍ଷ କହିଥିଲେ ଆମକୁ କୌଣସି ଶିଶୁ ଏହି ନାମରେ ଦିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଶିଶୁକୁ ଫେରାଇବା ଦାବିରେ ପ୍ରତିବାଦ କରିଥିଲେ ପରିବାର ଲୋକେ । ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ବୌଦ୍ଧ ଜିଲ୍ଲାରୁ ଶିଶୁଟି ଉଦ୍ଧାର ହୋଇଥିବା ସୂଚନା ମିଳିଛି ।