ETV Bharat / state

ସରିଲା ଐତିହାସିକ ବାଲିଯାତ୍ରା: ଏଥର ୨୫୦ କୋଟିର ବ୍ୟବସାୟ, ଶେଷ ସଂଧ୍ୟାରେ ବୁଲିଲେ 12 ଲକ୍ଷ ଦର୍ଶକ - CUTTACK BALI YATRA 2024 ENDS

ପ୍ରଥମ ଥର ବୁଲିଲେ 14 ରାଷ୍ଟ୍ରର ପ୍ରତିନିଧି । ଆସନ୍ତାବର୍ଷ ଲାଗିବ ବିଦେଶୀ ବ୍ୟବସାୟୀଙ୍କ ଷ୍ଟଲ ।

ଶେଷ ହେଲା ବାଲିଯାତ୍ରା, ଏଥର ୨୫୦ କୋଟିର ବ୍ୟବସାୟ
ଶେଷ ହେଲା ବାଲିଯାତ୍ରା, ଏଥର ୨୫୦ କୋଟିର ବ୍ୟବସାୟ (ETV Bharat Odisha)
author img

By ETV Bharat Odisha Team

Published : Nov 24, 2024, 10:45 AM IST

Updated : Nov 24, 2024, 11:02 AM IST

କଟକ: ଏସିଆ ମହାଦେଶର ସର୍ବବୃହତ୍ତ ମୁକ୍ତାକାଶ ବାଣିଜ୍ୟିକ ମେଳା ଐତିହାସିକ ‘କଟକ ବାଲିଯାତ୍ରା’ ଗତକାଲି (ଶନିବାର) ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ 12 ଲକ୍ଷରୁ ଅଧିକ ଲୋକ ଗତକାଲି ବାଲିଯାତ୍ରା ପରିଭ୍ରମଣ କରିଛନ୍ତି । ତେବେ ସରକାରୀ ରିପୋର୍ଟ ଅନୁସାରେ, ଏଥର ପୂର୍ବାପେକ୍ଷା ରେକର୍ଡସଂଖ୍ୟକ ବ୍ୟବସାୟ ବାଲିଯାତ୍ରାରେ ହୋଇଛି । ଏଥର ପ୍ରାୟ ୨୫୦ କୋଟିର ବ୍ୟବସାୟ ହୋଇଥିବା ଜଣାପଡିଛି ।

  • ଶେଷ ସଂଧ୍ୟାରେ ମାତ୍ରାଧିକ ଭିଡ

ଗତକାଲି ଶେଷ ସଂଧ୍ୟାରେ ସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଉଭୟ ପଡ଼ିଆର ପାଖାପାଖି 8 କି.ମି ଦୂରରୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରିବାକୁ ପଡିଥିଲା । ଐତିହାସିକ ବାଲିଯାତ୍ରା ଗଲା ଶୁକ୍ରବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଶୁକ୍ରବାର ଶେଷ ହେବାର ଯୋଜନା ଥିଲା । କିନ୍ତୁ ପରେ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ମଝିରେ କଟକର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୀମର ଦେଙ୍କ ଦେହାନ୍ତରେ ଗୋଟିିଏ ଦିନ ବାଲିଯାତ୍ରାରେ ସଂଧ୍ୟାକାଳୀନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲା । ଗତକାଲି (ଶନିବାର) ବାଲିଯାତ୍ରାର ଅନ୍ତିମ ଦିବସ ସହିତ ପ୍ରଥମାଷ୍ଟମୀ ପାଇଁ ସରକାରୀ ଛୁଟି ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସରିଲା ଐତିହାସିକ ବାଲିଯାତ୍ରା: ଏଥର ୨୫୦ କୋଟିର ବ୍ୟବସାୟ, ଶେଷ ସଂଧ୍ୟାରେ ବୁଲିଲେ 12 ଲକ୍ଷ ଦର୍ଶକ (ETV Bharat odisha)
  • ଏଥର 250 କୋଟି ଟଙ୍କାର ବ୍ୟବସାୟ

ଗତକାଲି ବାଲିଯାତ୍ରା ଶେଷ ହୋଇଥିବା ବେଳେ ଏଥର ୯ ଦିନରେ ରେକର୍ଡ ସଂଖ୍ୟକ ପ୍ରାୟ କୋଟିଏରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଉଛି । ଏଥର ବ୍ୟବସାୟ ବି ରେକର୍ଡ କରିଛି । କେବଳ ‘ଓରମାସ’ ପରିସରରେ ୪୩ କୋଟି ଟଙ୍କାରୁ ଅଧିକ ଟଙ୍କାର କାରବାର ହୋଇଛି । ଉଭୟ ପଡ଼ିଆର ବ୍ୟବସାୟ ହିସାବକୁ ନେଲେ ୯ ଦିନରେ ବାଲିଯାତ୍ରା ବେପାର ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ବାଲିଯାତ୍ରାରେ ବଢୁଛି ଦେଶୀ ସାମଗ୍ରୀର ଡିମାଣ୍ଡ, ORMAS ଷ୍ଟଲ ଆଗରେ ଲମ୍ବା ଲାଇନ

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ଭଳିକି ଭଳି ଖାଦ୍ୟର ପସରା, ଜମୁଛି ଖିଆପିଆ ଓ ଦୋଳି ଖେଳ

  • ପ୍ରଥମ ଥର ପାଇଁ ବୁଲିଲେ 14 ଦେଶର ରାଷ୍ଟ୍ରଦୂତ:-

ଏଥର ବାଲିଯାତ୍ରାରେ ପ୍ରଥମ ଥର ପାଇଁ ୧୪ଟି ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ସେହିପରି ୭ଟି ଦେଶର ସାଂସ୍କୃତିକ ଦଳଙ୍କୁ ମିଶାଇ ମୋଟ ୨୦୦ ଟି ସାଂସ୍କୃତିକ ଦଳ ବାଲିଯାତ୍ରା ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିଥିଲେ । ଏଥର କାର୍ଯ୍ୟକ୍ରମ ପ୍ରାୟତଃ ତ୍ରୁଟିବିହୀନ ହୋଇଛି । ଆୟୋଜନ ଓ ପରିଚାଳନା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇନି ବୋଲି ସୂଚନା ଦେବା ସହ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ସେହିପରି ଆସନ୍ତା ବର୍ଷ ବୀଦେଶ ରାଷ୍ଟ୍ରରୁ ମଧ୍ୟ ବ୍ୟବସାୟିକ ଷ୍ଟଲ ବାଲିଯାତ୍ରାରେ ପଡିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ଛାତ୍ର ମୃତ, ଦାୟୀ କିଏ ?

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ, ଅଧଘଣ୍ଟା ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି

ଇଟିଭି ଭାରତ, କଟକ

Last Updated : Nov 24, 2024, 11:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.