ETV Bharat / state

ନାଭାଲ ବ୍ୟାଣ୍ଡରେ ଝୁମିଲେ ଦର୍ଶକ; INS ଚିଲିକା ପକ୍ଷରୁ ଚିତ୍ତାକର୍ଷକ ବ୍ୟାଣ୍ଡ ପ୍ରଦର୍ଶନ - INDIAN NAVY BAND PERFORMANCE

ଆଇଏନଏସ ଚିଲିକା ପକ୍ଷରୁ ପୁରୀ ଟାଉନ ହଲରେ ନାଭାଲ ବ୍ୟାଣ୍ଡ ପ୍ରଦର୍ଶନ । ଆସନ୍ତା ୪ ତାରିଖରେ ନୌସେନା ଦିବସ । ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।

INDIAN NAVY BAND PERFORMANCE
INDIAN NAVY BAND PERFORMANCE (ETV Bharat Odisha)
author img

By ETV Bharat Odisha Team

Published : Nov 24, 2024, 11:08 AM IST

ପୁରୀ: ଆସନ୍ତାମାସ ୪ ତାରିଖରେ ବ୍ଲୁ-ଫ୍ଲାଗ ବିଚରେ ଅନୁଷ୍ଠିତ ହେବ ‘ନୌସେନା ଦିବସ’ ବା ନାଭି ଡେ‘-2024 । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାର ଅବବ୍ୟହିତ ପୂର୍ବରୁ ଗତକାଲି (ଶନିବାର) ପୁରୀ ଟାଉନ ହଲରେ ନାଭାଲ ବ୍ୟାଣ୍ଡ ‘ଆଇଏନଏସ ଚିଲିକା’ ପକ୍ଷରୁ ଏକ ଚିତ୍ତାକର୍ଷକ କନସର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କନସର୍ଟ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ନୌସେନା ଅଧିକାରୀ ଆଡମିରାଲ ସଲୀଲ କୁମାର ମହାନ୍ତି ଉଦଘାଟନ କରିଥିଲେ । ପରେ ପରେ ନାଭାଲ ବ୍ୟାଣ୍ଡର ଚିଫ୍ କଣ୍ଡକ୍ଟର ହନୁମାନ ଥାପ୍ପାଙ୍କ ନେତୃତ୍ୱରେ ସମସ୍ତ ନୌସେନା ଯବାନ ଚମତ୍କାର ବ୍ୟାଣ୍ଡ ପରିବେଷଣ କରିଥିଲେ ।

  • ନୌସେନା ବ୍ୟାଣ୍ଡ ପ୍ରଦର୍ଶନ:

ନୌସେନାର ଯବାନମାନେ ଅତି ସୁନ୍ଦର ବ୍ୟାଣ୍ଡ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । 'ଜୟ ହୋ' ଗୀତରୁ ଆରମ୍ଭ ହୋଇଥିବା ଏହି କନସର୍ଟ ପ୍ରାୟ ୧୪ଟି ଲୋକପ୍ରିୟ ଗୀତର କନସର୍ଟ ପରିବେଷଣ କରାଯାଇଥିଲା ।ଏଥିରେ ନୌସେନାର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଶିକ୍ଷାବିତ, ବୁଦ୍ଧିଜୀବୀ, ଏନସିସି କ୍ୟାଡେଟ୍ ଓ ସାଧାରଣ ଜନତା ଉପସ୍ଥିତ ରହି କନସର୍ଟ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।

INDIAN NAVY BAND PERFORMANCE (ETV Bharat Odisha)
  • କାହିଁକି ପାଳନ ହୁଏ ନୌସେନା ଦିବସ ?

ଏନେଇ ନୌସେନାର ଅବସରପ୍ରାପ୍ତ ଅଧିକାରୀ ଆଡମିରାଲ ସଲୀଲ କୁମାର ମହାନ୍ତି କହିଛନ୍ତି," ଗତ 53 ବର୍ଷ ଧରି ନୌସେନା ଦିବସ ପାଳନ ହୋଇଆସୁଛି । ନୌସେନା ଦିବସ ଉତ୍ସବର ମୁଖ୍ୟ ଅଂଶ ହେଉଛି ନେଭି ବ୍ୟାଣ୍ଡ । ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ନୌସେନା ଦବସ ବେଶ୍ ଉତ୍ସାହର ସହ ପାଳନ କରାଯାଏ । 1971 ମସିହା ପାକିସ୍ତାନ ସହିତ ଭାରତର ଯୁଦ୍ଧ ହୋଇଥିବା ବେଳେ ଭାରତ ବିଜୟୀ ହୋଇ ବଂଲାଦେଶ ଗଠନ ହୋଇଥିଲା । ଏହି ବିଜୟ ପଛରେ ଭାରତୀୟ ନୌସେନାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସେହି ଗୌରବମୟ ବିଜୟକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ବେଶ ଉତ୍ସାହର ସହ ନୌସେନା ଦିବସ ପାଳନ କରାଯାଏ । ବିଦେଶରେ ମଧ୍ୟ ଭାରତୀୟ ନେଭି ବ୍ୟାଣ୍ଡ ବେଶ ପ୍ରସିଦ୍ଧି ରହିଛି । "

INDIAN NAVY BAND PERFORMANCE
INDIAN NAVY BAND PERFORMANCE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା - Navy Day preparation 2024

ଏହା ମଧ୍ୟ ପଢନ୍ତୁ ...3 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ

ଏହା ମଧ୍ୟ ପଢନ୍ତୁ ...ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

'ଭାରତୀୟ ନୌସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିବ':

ଅନ୍ୟ ଜଣେ ନୌସେନା ଅଧିକାରୀ କହିଛନ୍ତି," ଭାରତୀୟ ନୌସେନା ପାଇଁ ଓଡ଼ିଶା ବେଶ୍ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ଥିବା ସମୁଦ୍ର ତଟ ସୁରକ୍ଷା ଭାରତୀୟ ନୌସେନାର ଏକ ବଡ କାର୍ଯ୍ୟ । ଚଳିତ ବର୍ଷ ଓଡ଼ିଶାର ପୁରୀରେ ନୌସେନା ଦିବସ ପାଳନ ପାଇଁ ସ୍ଥିର ହୋଇଛି । ଆସନ୍ତା ଡ଼ିସେମ୍ବର ୪ ତାରିଖରେ ପୁରୀର ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନା ନିଜର ଯୁଦ୍ଧ କୌଶଳ ପରାକାଷ୍ଠା ପ୍ରଦର୍ଶନ କରିବ । ନୌସେନାର କ’ଣ ଶକ୍ତି ରହିଛି ତାହା ପ୍ରଦର୍ଶନ କରାଯିବ । ୨୫ଟି ଜାହାଜ, ୪୦ଟି ଏୟାରକ୍ରାଫ୍ଟ , ମରିନ କମାଣ୍ଡୋଙ୍କ ସହ ଅନେକ ଯୁଦ୍ଧକୌଶଳ ପ୍ରଦର୍ଶନ କରାଯିବ ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.