ପୁରୀ:ନୂଆବର୍ଷକୁ ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା । ନୂଆବର୍ଷରେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ । ମଧ୍ୟରାତ୍ରିରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼:
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମଧ୍ୟରାତ୍ରି 12 ଟା 30ରେ ଦ୍ଵାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହୋଇଥିଲା । ପରେ ଭକ୍ତମାନଙ୍କ ପାଇଁ ନବ ବର୍ଷ ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ଵାର ବାଟେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ଆଜି କେବଳ ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଛି । ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ନିଜ ପରିବାରର ଓ ସମଗ୍ର ସଂସାରର ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ।
ଏହା ବି ପଢନ୍ତୁ...ନୂଆବର୍ଷ ୨୦୨୫: ଚନ୍ଦ୍ରଭାଗାରେ ବର୍ଷର ପ୍ରଥମ ଉଦିତ ସୂର୍ଯ୍ୟ ଦର୍ଶନ କଲେ ପର୍ଯ୍ୟଟକ |