ଓଡିଶା

odisha

ETV Bharat / state

ଡିସେମ୍ବର ୨୯ରେ ନୟାଗଡ଼ରେ ଖରିଫ ଧାନ ସଂଗ୍ରହ, ୮ ବ୍ଲକରେ ଖୋଲିବ ମଣ୍ଡି - NAYAGARH PADDY PROCUREMENT

ଖରିଫ ଧାନ କିଣା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ବିନା କଟନି ଛଟନିରେ ଧାନ ବିକିବେ ଚାଷୀ ।

NAYAGARH PADDY PROCUREMENT
NAYAGARH PADDY PROCUREMENT (ETV Bharat Odisha)

By ETV Bharat Odisha Team

Published : Nov 23, 2024, 2:29 PM IST

ନୟାଗଡ଼:ଖରିଫ ଧାନ କିଣା ପାଇଁ ନୟାଗଡ଼ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଡିସେମ୍ବର 29 ତାରିଖରୁ ଜିଲ୍ଲାର ୮ଟି ବ୍ଲକରେ ଧାନ ମଣ୍ଡି ଖୋଲିବ । ମଣ୍ଡିରେ ହେବନି ଏଥର କଟନି ଛଟନି । ଏଥିପାଇଁ ଚାଷୀଙ୍କୁ ମଣ୍ଡିରେ FAQ ମାନର ଧାନ ଦେବା ପାଇଁ ପଡ଼ିବ । ଏନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି ।

କିପରି ହେବ ଖରିଫ ଧାନ କିଣା ?

ଚଳିତବର୍ଷ ଚାଷୀମାନଙ୍କଠାରୁ କିପରି ଉଚିତ୍ ମୂଲ୍ୟରେ ଧାନ କିଣାଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି । ମିଲର DRCS, ARCS ଏବଂ RMCର ସମ୍ପାଦକଙ୍କ ମାନେ ମଣ୍ଡି ପରିଚାଳନା ନେଇ ମତ ରଖିଥିଲେ । ଜିଲ୍ଲାରେ 167ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ କ୍ରୟ ପାଇଁ 15 ଜଣ ମିଲର ପଞ୍ଜିକରଣ କରିଛନ୍ତି । ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ ଧାନ ରଖିବା ପାଇଁ ପିଣ୍ଡି , କୃଷକମାନେ ବସିବା ପାଇଁ ବିଶ୍ରାମସ୍ଥଳୀ ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗୁଣବତ୍ତା ଧାନ କ୍ରୟରେ କୌଣସି ପ୍ରକାର କଟନି ଛଟନି ହେବ ନାହିଁ ବୋଲି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି ।

NAYAGARH PADDY PROCUREMENT (ETV Bharat Odisha)

ଏମିତି କହିଲେ ଜିଲ୍ଲାପାଳ:

ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କହିଛନ୍ତି ,"ଚଳିତବର୍ଷ ସରକାରଙ୍କ ନିଷ୍ପତି ଅନୁସାରେ କୃଷକମାନଙ୍କଠାରୁ କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଧାନ କ୍ରୟ କରାଯିବା । ମଣ୍ଡିରେ କୃଷକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ବ୍ଲକରେ ଚଳିତବର୍ଷ ଗୋଟିଏ ଗୋଟିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରୀକ୍ଷାମୂଳକ ଭାବେ ଧାନ କିଣିବା ପାଇଁ ନିଷ୍ପତି ହୋଇଛି । ମଣ୍ଡିରେ ସୁପରଭାଇଜର ନିୟୋଜିତ ହେବେ । ପ୍ରତ୍ୟେକ ତହସିଲଦାର ଧାନ କ୍ରୟ ପାଇଁ ନୋଡାଲ ଅଧିକାରୀ ଏବଂ ଉପଜିଲ୍ଲାପାଳ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।"

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ, ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ...ଜାନୁଆରୀ ୮ରୁ ଢେଙ୍କାନାଳରେ ଧାନ କିଣା ଆରମ୍ଭ

ଏହା ମଧ୍ୟ ପଢନ୍ତୁ...ବରଗଡ଼ରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ ସମସ୍ୟା ପାଇଁ ଦ୍ବନ୍ଦ୍ବରେ ଚାଷୀ

'ମଣ୍ଡିରେ CCTV':

ସେ ଆହୁରି ମଧ୍ୟ କହିଛନ୍ତି," ଦଲାଲ ମୁକ୍ତ ମଣ୍ଡି ଏବଂ କଟନି ଛଟନି ରୋକିବା ପାଇଁ ପ୍ରତି ମଣ୍ଡିରେ ଲାଗିବ CCTV କ୍ୟାମେରା । ଏଥିସହ ଧାନ ପରିଷ୍କାର ପାଇଁ ବ୍ୟବହାର ହେବ ପେଡି କ୍ଲିନର ମେସିନ୍ । ଯାହାଫଳରେ ମଣ୍ଡିକୁ ଖରାପ ଧାନ ଆଣୁଥିବା ଚାଷୀଙ୍କୁ ରୋକାଯାଇ ପାରିବ । ମଣ୍ଡିରେ କ୍ୱାଲିଟି ଧାନ ଦେଇ ଉପଯୁକ୍ତ ପ୍ରାପ୍ୟ ପାଇବେ ଚାଷୀ । ଚଳିତ ବର୍ଷ ଜିଲ୍ଲାରେ 53 ହଜାର 8 ଶହ 4 ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷ 90 ହଜାର 294ଶହ ମେଟ୍ରିକ ଟନ ଧାନ କିଣିବା ପାଇଁ ସ୍ଥିର ହୋଇଛି । "ସେପଟେ ଆଠ ଦଫା ଦାବି ନେଇ ନିଜ ଜିଦରେ ଅଟଳ ରହିଛି ମିଲର ମାଲିକ ସଂଘ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details